ବଦଳୁ ପୁରୀ ସହର , ସମୟ ସହ ବଦଳିବା ଦରକାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କ୍ଷତିଗ୍ରସ୍ତ ବ୍ୟକ୍ତି ଅନୁଷ୍ଠାନ ପାଆନ୍ତୁ ଯଥୋଚିତ ଥଇଥାନ ଓ ପୁନର୍ବାସ ସୁଯୋଗ 

 ବୃଦ୍ଧି ପାଉ ପର୍ଯ୍ୟଟନ ଗୁରୁତ୍ୱ, ଉନ୍ନତ ହେଉ ପୁରୀବାସୀଙ୍କ ଜୀବନ ଆଉ ପୁରୀ ସହର 

Puri(Special Correspondent)  ଐତିହ୍ୟ ସହର ପୁରୀ | ଜଗନ୍ନାଥ ଓ ଶ୍ରୀମନ୍ଦିର ପୁରୀର ଆତ୍ମା | କାହିଁ କେଉଁ ବିସ୍ମୃତ କାଳରୁ ଭକ୍ତି, ସଂସ୍କୃତି ସର୍ବପରି ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର ପୁରୀ | ଜଗନ୍ନାଥ ଓ ଶ୍ରୀମନ୍ଦିର ଟାଣି ଆଣିଥିଲା ଅନେକ ମହାମନୀଷୀଙ୍କୁ | ଶ୍ରୀମନ୍ଦିରକୁ କେନ୍ଦ୍ର କରି ଗଡିଉଠିଥିଲା ମଠ ମନ୍ଦିର, ଜନବସତି  | ମୋଟାମୋଟି ପୁରୀର ଅର୍ଥନୀତି ବି ସର୍ବୋପରି ଅର୍ଦ୍ଧାଧିକ ପୁରୀ ବାସୀଙ୍କ ଜିବିଜା ଓ ଜୀବନ ଯୋଡି ହୋଇ ରହିଛି ଶ୍ରୀମନ୍ଦିର ସହ | ହେଲେ ସମୟ କ୍ରମେ ଭକ୍ତି, ସଂସ୍କୃତି ସର୍ବପରି ଆଧ୍ୟାତ୍ମିକତା ସହ ଯୋଡି ହୋଇଯାଇଛି ପର୍ଯ୍ୟଟନ | ବଢିଛି ପର୍ଯ୍ୟଟକଙ୍କ ସଂଖ୍ୟା, ଶହ ଶହ ହଜାର ହଜାରରୁ ଆସି ପହଂଚିଛି  ଲକ୍ଷ ଲକ୍ଷରେ ଏ ସଂଖ୍ୟା | ଅପରପକ୍ଷରେ ସଂକୁଚିତ ହୋଇଛି ବଡଦାଣ୍ଡ ଓ ଶ୍ରୀମନ୍ଦିର ସମ୍ମୁଖ`| ମନ୍ଦିର ନିକଟରେ ଥିବା ମଠ ଆଦିର ସାମନା  ପଟରେ ଏକ ବିରାଟ ମାର୍କେଟର ଭ୍ରମ ସୃଷ୍ଟି କରୁଥିଲା |  ମେଘନାଦ ପାଚେରୀ ଚାରିପଟେ ଏକପ୍ରକାର ଜବର ଦଖଲରେ ଥିଲା | ପର୍ବପର୍ବାଣୀରେ ଭିଡ ଅସମ୍ଭବ, ଏତେ ସଂଖକ ଶ୍ରଦ୍ଧାଳୁଙ୍କୁ ଧରି ରଖିବା ପାଇଁ  ସମ୍ଭବ ନଥିଲା`| ଶ୍ରୀମନ୍ଦିରର ମେଘନାଦ ପାଚେରୀ ଲୁଚି ଯାଉଥିଲା |  ଅବଶ୍ୟ ବଡ଼ଦାଣ୍ଡକୁ ସଂକୁଚିତ କରୁଥିବା ଦୋକାନ ବଜାର, ମଠର ବାହାର ପାଖ(ଯାହାକି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲା)କୁ ଅପସାରିତ କରି ଶ୍ରୀମନ୍ଦିର ଚତୁର୍ପାଶ୍ୱ ଉନ୍ମୁକ୍ତ କରିବାର ଆବଶ୍ୟକତା ପରିଲକ୍ଷିତ ହୋଇଥିବା ବେଳେ ବିଲେଇ ବେକରେ ଘଣ୍ଟି କିଏ ବାନ୍ଧିବ ତାକୁ ନେଇ ଦ୍ବନ୍ଦ୍ବ ଥିଲା | ହେଲେ ଅଦାଲତଙ୍କ ନିର୍ଦ୍ଦେଶରେ ହେଉ କି ବିଳମ୍ବରେ ହେଲେ ବି ଆବଶ୍ୟକତା ଉପଲବ୍ଧି କରି ରାଜ୍ୟ ସରକାର ଶ୍ରୀମନ୍ଦିର ଓ  ପୁରୀର ବିକାଶ ପାଇଁ ହେଉ ବା ସଂକୁଚିତ ଶ୍ରୀମନ୍ଦିର ସମୁଖ ଓ ଚତୁଃପାର୍ଶ୍ଵ କାରଣରୁ ସୃଷ୍ଟି ହେଉଥିବା ନିରାପତ୍ତା ଆଶଙ୍କା ପାଇଁ ହେଉ, ଏବେ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର କିଛି ପାଇବା ପାଇଁ କିଛି ହରାଇବାକୁ ପଡେ, ସାମୁହିକ ସ୍ୱାର୍ଥ ପାଇଁ କିଛି ବ୍ୟାଙ୍କି ଓ ଅନୁଷ୍ଠାନ କ୍ଷତିଗ୍ରସ୍ତ ହୋଇପାରନ୍ତି, ପୁରୀର ଆତ୍ମା ଶ୍ରୀମନ୍ଦିରକୁ  ସୁରକ୍ଷିତ ରଖିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ତାହା ସମୟର ଆବଶ୍ୟକତା | ଆଉ ରାଜ୍ୟ ସରକାର ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଉଛେଦ ପ୍ରକ୍ରିୟାର ପ୍ରଭାବ ପରିଲକ୍ଷିତ ହେଉଛି | ପୁରୀ ଶ୍ରୀମନ୍ଦିର ଚତୁର୍ପାଶ୍ୱ ରୂପାନ୍ତରିତ ହେଉଛି | ହେବା ବି ଦରକାର | ବିରୋଧ ତ ହେବ, ସମାଲୋଚନା ବି  ଆସିବ | ହେଲେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପୁରୀ ବଦଳିବା ଦରକାର | ପର୍ଯ୍ୟଟକ ଅନୁକୂଳ ହେବା  ଦରକାର | ଅଧିକାଂଶ ପୁରୀ ଅଧିବାସୀଙ୍କ ଜୀବନ ଜୀବିକାର ମାଧ୍ୟମ ଶ୍ରୀମନ୍ଦିର ଚତୁର୍ପାଶ୍ୱର ପରିବର୍ତ୍ତନ ହେବା ଦରକାର | ଏବେ  ମାତ୍ର କିଛି ଅଞ୍ଚଳକୁ ସଫା କରାଯାଇଛି । ଏତିକିରେ ଦାଉ ଦାଉ ହୋଇ ଦେଖାଗଲାଣି  ଶ୍ରୀମନ୍ଦିରକୁ ଜଗି ରହିଥିବା ସୁଉଚ୍ଚ ମେଘନାଦ ପ୍ରାଚୀର। ଜବରଦଖଲ ଉହାଡରେ ଛପି ରହୁଥିବା ଶ୍ରୀମନ୍ଦିର ବି ପ୍ରଶସ୍ତ ବଡଦାଣ୍ଡରୁ ସ୍ପଷ୍ଟ  ପ୍ରତୀୟମାନ ହେଲାଣି | 

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ବିଶ୍ବସ୍ତରୀୟ ଐତିହ୍ୟ ସହର କଥା କହିଛନ୍ତି ତାହା ଯଦି ପୂର୍ଣ୍ଣାଙ୍ଗ ରୂପ ନିଏ ତେବେ ପୁରୀର ପର୍ଯ୍ୟଟନ ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇବା ସହିତ ପର୍ଯ୍ୟଟକଙ୍କ ଆବାଗମନ ବହୁମାତ୍ରାରେ ବୃଦ୍ଧି ପାଇବ | ସରକାରଙ୍କ କହିବା ଅନୁଯାୟି ଯଦି ଐତିହ୍ୟ ସହର ଗଠନର କାମ ରୂପାନ୍ତରଣ ଶେଷ ହୁଏ ତେବେ ତାହା ପର୍ଯ୍ୟଟକ ଓ ଦେଖଣାହାରୀଙ୍କ ଆଖି ଝଲସେଇ ଦେବ । ଆଉ ଶ୍ରୀଜଗନ୍ନାଥ କ୍ଷେତ୍ରକୁ ଐତିହ୍ୟ ସହରରେ ରୂପାନ୍ତରିତ କରିବାର ପରିକଳ୍ପନା ମୁଖ୍ୟମନ୍ତ୍ରୀଙ୍କର ହୋଇଥିଲେ ବି ଏଥିରେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି । ସରକାର ମିଶନ ମୋଡରେ ଏହି କାମ ଆଗେଇ ନେଉଥିବା ବେଳେ ପ୍ରାୟତଃ ପୂରୀବାସୀ ମଧ୍ୟ ଏହି କାର୍ଯ୍ୟକୁ ନିଜର ଉତ୍ତରଦାୟିତ୍ବ ଭାବେ ଗ୍ରହଣ କରି ସହଯୋଗ କରୁଛନ୍ତି । ଆଉ ଗୋଟେ କଥା, ଏହି ଉଛେଦ ଦ୍ୱାରା କ୍ଷତିଗ୍ରସ୍ଥ ଅନୁଷ୍ଠାନ ବା ବ୍ୟକ୍ତିଙ୍କ ଆବଶ୍ୟ ଥଇଥାନ ଯେମିତି ହେବ ବା ସେମାନେ ଯେମିତି କ୍ଷତି ପୂରଣ ପର୍ୟାପ୍ତ ପରିମାଣରେ ପାଇବେ ସେଥିପ୍ରତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଯଥେଷ୍ଟ ଯତ୍ନବାନ ହେବା ଦରକାର | 

ମାତ୍ର କିଛି ଦିନ ମଧ୍ୟରେ ଶ୍ରୀମନ୍ଦିରର ଚତୁପାର୍ଶ୍ବରୁ ଅବରୋଧ ଓ ନିର୍ମାଣ ହଟିବା ପରେ ଶ୍ରୀମନ୍ଦିରର ଏକ ସୁସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି । ମେଘନାଦ ପ୍ରାଚୀର ଚାରିପଟ ରାସ୍ତାର ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଶ୍ରୀମନ୍ଦିର ଚାରିପଟେ ଥିବା ବେଆଇନ ଓ ଭଗ୍ନପ୍ରାୟ ନିର୍ମାଣ ଗୁଡିକୁ ହଟେଇ ଦିଆଯାଇଛି । ଏହାଦ୍ବାରା ଶ୍ରୀମନ୍ଦିର ଚାରିପଟେ ଭକ୍ତଙ୍କ ପାଇଁ ବିରାଟ ଖାଲି ଯାଗା ସୃଷ୍ଟି ହୋଇପାରିଛି । ଏଠାରେ ବର୍ତ୍ତମାନ ପାର୍କିଂ, ଟ୍ରାଫିକ ଓ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ଖାଲି ସ୍ଥାନ ସୃଷ୍ଟି ହୋଇଛି । ଫଳରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ସୁରୁଖୁରରେ ଶ୍ରୀଜିଉମାନଙ୍କ ଦର୍ଶନ କରିପାରିବେ । ଆଉ ଉଛେଦ ପରର ଫୋଟୋ ଦେଖିଲେ ଭାରି ଲାଗୁଛି ଯେ ସରକାରଙ୍କ ପରିକଳ୍ପନା ଓ ମୁକଜ୍ୟମନ୍ତ୍ରୀଙ୍କ ଘୋଷଣା ଯଦି ସାକାର ରୂପ ଯିଏ ତେବେ ବର୍ତ୍ତମାନର ତଥାକଥିତ ସମାଲୋଚକ ବା ସଂସ୍କୃତି ଗବେଷକଙ୍କ ଅନୁମାନ ଭୁଲ ବୋଲି ପ୍ରମାଣିତ ହେବ | ଆଉ ଜଗନ୍ନାଥ ସେୟା ହିଁ କରନ୍ତୁ | 

ତିରୁପତି, ଶିରିଡି ଓ ଅମ୍ବ୍ରିତସର ଭଳି ଦେଶର ଅନ୍ୟ ଉନ୍ନତ ଧାର୍ମିକ ସହର ସହ ତୁଳନା କଲେ ବିଗତ ବର୍ଷଗୁଡିକରେ ପୁରୀର ଭିତ୍ତିଭୂମୀ ବିକାଶ ପାଇଁ ବିଶେଷ କିଛି କାର୍ଯ୍ୟ ହୋଇନାହିଁ । ଏବେ କିନ୍ତୁ ପୁରୀକୁ ବିଶ୍ବସ୍ତରୀୟ କ୍ଷେତ୍ରରେ ପରିବର୍ତ୍ତନ କରିବାକୁ ଦ୍ରୁତ ରୁପାନ୍ତରଣ କାର୍ଯ୍ୟ ଚାଲିଛି । ଏହି ରୂପାନ୍ତରଣ ଦ୍ବାରା ଶ୍ରୀମନ୍ଦିରର ଚାରିପଟେ 75 ମିଟର ସୁରକ୍ଷା ଜୋନ ମଧ୍ୟରେ ଲକ୍ଷାଧିକ ଭକ୍ତ ସମାଗମ ହୋଇପାରିବ ଓ ଏହାର ପରିଣାମ ସ୍ୱରୂପ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ ପୁରୀ ସହର | 

0
0
0
s2sdefault