ମଧୁମେହ ପାଲଟିଛି ମିଠା ଜହର : ୨୪ ଘଣ୍ଟାରେ ଯାଉଛି ଅଧ ଡଜନେ ଜୀବନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୁଆଦିଲ୍ଲୀ : ଚିନ୍ତା ବଢାଇ ଦେଲା ଭଳି ଖବର  । ମଧୁମେହ ପାଲଟିଛି ମିଠା ଜହର  । ଚିନ୍ତା ବଡାଇଦେଲା ଭଳି ସଂଖ୍ୟାରେ ମୃତୁ୍ୟବରଣ କରୁଛନ୍ତି ଲୋକେ  । ଆଉ ଓଡିଶାରେ ପ୍ରତିଦିନ ପ୍ରତି ଚାରି ଘଣ୍ଟାରେ ଜଣେ ଲୋକ  ମଧୁମେହ ରୋଗ କାରଣରୁ ପ୍ରାଣ ହରାଉଛନ୍ତି  । ଆଉ ଏଥିପାଇଁ ଓଡିଶା କୋଉଥିରେ ଟପଟେନରେ  ଥାଉ ନଥାଉ ମଧୁମେହ ରୋଗ ଜନିତ ମୃତ୍ୟୁରେ ଏବେ ଟପ ତେନ  ତାଲିକାରେ ରହିଛି । ଅର୍ଥାତ ପ୍ରତିଦିନ ହାରାହାରି ୬ଚଣ ଲୋକ ଓଡିଶାରେ ମଧୁମେହ ରୋଗ ଯୋଗୁ ମୃତ୍ୟୁବରଣ କରୁଥିବା ଡାକ୍ତରମାନେ ସାର୍ଟିଫାଇ କରିଛନ୍ତି  । 

ନିକଟରେ ରଜିଷ୍ଟେ୍ରର ଜେନେରାଲ ଅଫ ଇଣ୍ଡିଆ  ପକ୍ଷରୁ ଜାରି ‘ମେଡିକାଲି ସାର୍ଟିଫାଏଡ ଡେଥ‘ ସମ୍ପକିତ ବାର୍ଷିକ ରିପୋର୍ଟରେ ସବୁ ରାଜ୍ୟର ସ୍ଥିତି ଉପସ୍ଇାପିତ କରାଯାଇଛି । ରିପୋର୍ଟ ଅନୂଯାୟୀ ମଧୁମେହ ରୋଗରେ ସବୂଠାରୁ ଅଧିକ ସାର୍ଟିଫାଏଡ ମୃତ୍ୟୁ ଘଟଣା ଘଟିଛି ମହାରାଷ୍ଟ୍ରରେ  । ତା ପଛକୁ ଅଛି ତାମିଲନାଡୁ  । ସେହିପରି କର୍ଣ୍ଣାଟକ,.କେରଳା ଦିଲ୍ଲୀ ଯଥାକ୍ରମେ ତୃତୀୟ, ଚତୁର୍ଥ ଡ ପଞ୍ଚମ ସ୍ଥାନରେ ଅଛନ୍ତି  । ଓଡିଶାରେ ୨୦୧୭ ମସିହାରେ ବର୍ଷକ ମଧ୍ୟରେ ୨,୧୧୧ଜଣ ପ୍ରାଣ ହରାଇଛନ୍ତି ମଧୁମେହରେ  । 

 

0
0
0
s2sdefault