"ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି ଶିକ୍ଷକ ଜାତି ପ୍ରତି ଅପମାନ "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଦ୍ୟାଳୟରୁ ସେଲଫି ଓ ଉପସ୍ଥାନ ଖାତା ଫୋଟୋ ଉଠାଇ ବାଧ୍ୟତାମୂଳକ ହ୍ଵାଟ୍ସଆପରେ ପଠାଇବା ପ୍ରସଙ୍ଗ 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ବିଦ୍ୟାଳୟରେ  ଶିକ୍ଷକ-ଶିକ୍ଷୟତ୍ରୀ ପହଞ୍ଚି ସେଠାକାର ବିଦ୍ୟାଳୟ ସହ ସେଲଫି ଫୋଟୋ ଉଠାଇ ଏବଂ ବିଦ୍ୟାଳୟର ସମ୍ପୃକ୍ତ ଶ୍ରେଣୀର ଉପସ୍ଥାନ ରେଜିଷ୍ଟାର ଖାତାର ମୋବାଇଲ ଯୋଗେ ଫୋଟୋ ଉଠାଇ ଜିଲ୍ଲା ଶିକ୍ଷା ବିଭାଗକୁ ପଠାଇବା ବାଧ୍ୟତାମୂଳକ ବୋଲି ଆସିଥିବା ନିର୍ଦ୍ଦେଶାବଳୀକୁ  ଜିଲ୍ଲାର ସବୁ ବର୍ଗର ଶିକ୍ଷକ ସଂଘ ତଥା ଜିଲ୍ଲାର ମିଳିତ  ଶିକ୍ଷକ ସଂଘ ପକ୍ଷରୁ ତୀବ୍ର ବିରୋଧ କରା ଯାଇଛି ।

    ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ରାଙ୍କ ୫୪୩୦/୧୯/୮/୧୯ ଅନୁଯାୟୀ ହ୍ଵାଟସପରେ ସେଲଫି ଓ ଉପସ୍ଥାନ ଖାତାର ଫଟୋ ଚିତ୍ର  ମୋବାଇଲ ମାଧ୍ୟମରେ ପଠାଇବା ଏବଂ ବିଦ୍ୟାଳୟ ସମୟ ଘ:୯-୩୦ ରୁ ୪-୩୦ ପର୍ଯ୍ୟନ୍ତ କାର୍ଯ୍ୟକାରୀକୁ ଗଜପତି ଜିଲ୍ଲା ଶିକ୍ଷକ ସଂଘ ଏହାକୁ ତୀବ୍ର ବିରୋଧ କରି ମଙ୍ଗଳବାର ଦିନ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ -ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ବର୍ଗର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସ୍ତରୀୟ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

      ବିଦ୍ୟାଳୟରେ ପହଞ୍ଚି ସେଲଫି ଓ ଉପସ୍ଥାନ ରେଜିସ୍ଟର୍ ଖାତାର ଫଟୋ ଉଠାଇ ପଠାଇବା ଭଳି ରହିଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶାବଳୀକୁ ଶିକ୍ଷକ ସଂଘ ପକ୍ଷରୁ ଦୃଢ  ବିରୋଧ ଓ ନିନ୍ଦା କରାଯାଇ ଏଭଳି ବିଭାଗୀୟ ନିର୍ଦ୍ଦେଶାବଳୀ ସମଗ୍ର ଶିକ୍ଷକ ସମାଜକୁ ଘୋର ଅପମାନ ବୋଲି ଏକ ସ୍ୱରରେ ସମସ୍ତେ  ଆବାଜ ଉଠାଇଥିଲେ ।

    ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗରେ  କୁହାଯାଇଛି  ଯେ , ସାରା ରାଜ୍ୟରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ପୂର୍ବାହ୍ନ  ଘ:୧୦ ରୁ ଘ:୪ ସମୟ ପର୍ଯ୍ୟନ୍ତ ଚାଲୁଥିବା ବେଳେ ଗଜପତି ଜିଲ୍ଲାରେ ଜିଲ୍ଲା ଶିକ୍ଷା ପ୍ରଶାସନ ପକ୍ଷରୁ ଏ ଦିଗରେ ସମ୍ପୁର୍ଣ୍ଣ ଭାବେ ବ୍ୟତିକ୍ରମ କରା ଯାଇ ବିଦ୍ୟାଳୟ ସମୟ ପୂର୍ବାହ୍ନ ଘ:୯-୩୦ ରୁ ଅପରାହ୍ନ ଘ:୪-୩୦ ସମୟ କରାଯିବା କେତେଦୂର ଯୁକ୍ତିଯୁକ୍ତ । ଜିଲ୍ଲା ଶିକ୍ଷା ବିଭାଗ ପ୍ରଶାସନର  ଜିଲ୍ଲାର ଶିକ୍ଷକ ମାନଙ୍କ ପ୍ରତି ଘୋର ଅବିଚାର ଓ ଅନ୍ୟାୟ , ଯାହାକି ଏହା ଜିଲ୍ଲାର ଶିକ୍ଷକ ସମାଜକୁ ମାନସିକ ଅସ୍ଥିରତା ଓ ଚାପ ସୃଷ୍ଟି କରାଯାଉଛି ବୋଲି ଶିକ୍ଷକ ସଂଘ ପକ୍ଷରୁ ଦୃଢ ଅଭିଯୋଗ କରାଯାଇଛି ।

       ବିଦ୍ୟାଳୟ ଗୁଡ଼ିକର ତଦାରଖ କରିବା ପାଇଁ ବ୍ଲକରୁ ଜିଲାସ୍ତର ପର୍ଯ୍ୟନ୍ତ ସିଆରସିସି, ବିଆରସିସି,ଏବିଇଓ, ବିଇଓ , ଏଡିଇଓ,ଏବଂ ଡିଇଓ ପ୍ରମୁଖ ରହିଥିବା ସତ୍ତ୍ୱେ ଏଭଳି ସେଲଫି ଓ ଉପସ୍ଥାନ ରେଜିଷ୍ଟାର ଖାତାରୁ  ଫଟୋ ଚିତ୍ର ନ ପଠାଇବା ପାଇଁ ସମସ୍ତ ବର୍ଗର ଶିକ୍ଷକ ସଂଘର ଉପସ୍ଥିତି ଓ ସର୍ବ-ସମ୍ମତି କ୍ରମେ ସ୍ଥିର କରାଯାଇ ନିଷ୍ପତ୍ତି ନିଆ ଯାଇଛି । ଅନ୍ୟ ପକ୍ଷରେ  ଜିଲ୍ଲାର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ପ୍ରଶାସନର ଏଭଳି ନିର୍ଦ୍ଦେଶକୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର କରି ନେବାକୁ ଅନୁରୋଧ କରାଯାଇଛି । ଯଦି ଏଭଳି ନିର୍ଦ୍ଦେଶ ପ୍ରତ୍ୟାହାର କରା ନ ଯାଏ ତାହେଲେ ଆଗାମୀ ଦିନରେ ସବୁ ବର୍ଗର ଶିକ୍ଷକ ସଂଘ ପକ୍ଷରୁ ଏହାର ଦୃଢ ପ୍ରତିବାଦ କରାଯିବା ପାଈଁ ମଧ୍ୟ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆ ଯାଇଛି ।

    ଉକ୍ତ ବୈଠକ  ଆବାହକ ତଥା ଜିଲ୍ଲା ସିଟି ପ୍ରାଥମିକ ସଂଘର  ସାଧାରଣ ସମ୍ପାଦକ ଦେବରାଜ ଜେନାଙ୍କ ତତ୍ତ୍ଵଧ୍ୟାନରେ ଅନୁଷ୍ଠିତ ହୋଇଥିବା ବେଳେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ସୁମନ୍ତ ଚିନ୍ତଡା , ନିଖିଳ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଏସ.ଡ଼ୀଲେଶ୍ବର୍ ରାଓ , ସିଟି ଶିକ୍ଷକ ସଂଘର ଜିଲ୍ଲା ସଭାପତି ଏମ. ରବି କୁମାର ଏବଂ କେଡ଼ର ଜିଲ୍ଲା ସଭାପତି ଅମୁଲ୍ୟ କୁମାର ପାତ୍ର , ଶିକ୍ଷା-ସହାୟକ କନିଷ୍ଠ ଶିକ୍ଷକ ସଂଘର ଜିଲ୍ଲା ସଭାପତି ହୃଦୟା ନନ୍ଦ ପଣ୍ଡାଙ୍କ ଉପସ୍ଥିତିରେ ସମସ୍ତ ଆଲୋଚନା କରାଯିବା ସହ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା  ବୋଲି ଜିଲ୍ଲା ମିଳିତ ଶିକ୍ଷକ ସଙ୍ଘ ପକ୍ଷରୁ ଏକ ପ୍ରେସ ବିବୃତିରେ  କୁହାଯାଇଛି ।

 

0
0
0
s2sdefault