ବେପାର କରିବାକୁ ମଠମାନଙ୍କୁ କେଉଁ ସଂସ୍କୃତି ଅନୁମତି ଦେଇଥିଲା
ପୁରୀରୁ ସ୍ୱତନ୍ତ୍ର ପ୍ରତିନିଧି :ଶ୍ରୀମନ୍ଦିର ଚତୁର୍ପାଶ୍ୱର 75 ମିଟର ପର୍ଯ୍ୟନ୍ତ ଥିବା ସମସ୍ତ ଢାଞ୍ଚାକୁ ଭୂମିସାତ କରିବା ପାଇଁ ପ୍ରଶାସନ ପଦକ୍ଷେପ ଜାରି ରଖିଛି । ମଠକୁ ଭାବନା ସହ ଯୋଡି ସେସବୁର ସୁରକ୍ଷା କରିବା ବଦଳରେ ରାଜ୍ୟ ସରକାର କାହିଁକି ଉଚ୍ଛେଦ କରୁଛନ୍ତି ବୋଲି ପ୍ରଶ୍ନ ଉଠୁଚି । ସ୍ୱାଭାବିକ କଥା, ଯେ କୌଣସି ବିକାଶମୂଳକ କାର୍ଯ୍ୟ ପାଇଁ କିଛି ପଦକ୍ଷେପ ନେଲାବେଳେ କିଛି ଲୋକଙ୍କର କ୍ଷତି ସାଧନ ହେବ । ସମର୍ଥନ ରହିବ, ବିରୋଧ ବି ରହିବ । କ୍ଷତିଗ୍ରସ୍ତ ଓ ସରକାର ଆଲୋଚନା କରି ମଧ୍ୟମ ପନ୍ଥା ନିରୂପଣ କରିବେ । ହେଲେ ଏତେଦିନ ଧରି ନିରବ ଥିବା ତଥାକଥିତ ବୁଦ୍ଧିଜୀବୀ ସମାଲୋଚନା ଜାରୀରଖିଛନ୍ତି । ଗଣତନ୍ତ୍ରରେ ଆଲୋଚନା ପର୍ଯ୍ୟାଲୋଚନା ହେବା ଉଚିତ । ସେ ପ୍ରକ୍ରିୟା ଜାରି ରହିଛି । ସମସ୍ତଙ୍କ ମତକୁ ବି ସମ୍ମାନ ଦିଆଯାଉ । ହେଲେ କିଛି ଅଭ୍ୟାସଗାତ ଭାବେ ସମାଲୋଚନା କରିଚାଲିଛନ୍ତି । ଆଉ ସେମାନଙ୍କ ଚରିତ୍ର ହେଲା। ଉଚ୍ଛେଦ ନହୋଇଥିଲେ ଆଜି ନହେଲେ କାଲି କହିଥାନ୍ତେ ଭିନ୍ନକଥା, ଜାହା ଆଜି ଉଛେଦ ହେଲାପରେ କହି ଆସୁଛନ୍ତି | ନିଃସନ୍ଦେହ ଯେ କିଛି ମଠ ଜଗନ୍ନାଥଙ୍କ ନୀତି ସହ ଜଡିତ । ହେଲେ ଏତେବଡ଼ ପଦକ୍ଷେପ ନେବା ପୂର୍ବରୁ ପ୍ରଶାସନ ତାକୁ ଚିନ୍ତା କରି ଆଲୋଚନା କରିଥିବେ । ହେଲେ ସରକାର ଓ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ଏବେ କିନ୍ତୁ କଳି ଲାଗିଲା ବେଳେ ନଖ ଘଷିଲା ରୀତିରେ ସଂକୃତି ପ୍ରେମୀ ପ୍ରବଳ ମାତ୍ରାରେ ମାଟିଛନ୍ତି । ଆଉ ସୋସିଆଲ ମିଡିଆରେ ପ୍ରବଳ ।
ହେଲେ ପୁରୀରେ ମଠ ଉଚ୍ଛେଦକୁ ନେଇ କଛି ତଥାକଥିତ ସଂସ୍କୃତି ପ୍ରେମୀମାନେ ସୋସିଆଲ ମିଡିଆରେ ନାନା ଆପତ୍ତି ଅଭିଯୋଗ କରୁଛନ୍ତି । ସେମାନଙ୍କ ଉକ୍ତିରୁ ଲାଗୁଛି ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିବା ସେହି ସଂସ୍କୃତି ପ୍ରେମୀମାନେ କେବେ କୌଣସି ମଠ ଆଡେ ଥରେ ଆଖିବୁଲେଇନାହାଁନ୍ତି । ଏପରିକି ଯେଉଁ ସାଧୁସନ୍ଥମାନେ ଏବେ ମଠର ସୁରକ୍ଷା କଥା ଉଠାଉଛନ୍ତି, ସେମାନେ ଏତେ ବର୍ଷ ହେଲା ଏହି ପ୍ରସ୍ତାବ ବା ପରାମର୍ଶ ଦେଉନଥିଲେ କାହିଁକି?
ଏମିତି କିଛି ପ୍ରଶ୍ନ ଏବେ ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରିବା ସ୍ବାଭାବିକ । ଏମାର ମଠ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସହ ଜଡିତ ଥିଲା । କିନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତି କଣ କହୁଛି ଯେ, ମଠରେ ଜୋତା ଷ୍ଟାଣ୍ଡ ରହିବ ଏବଂ ମଠରେ ଘର ଭଡା ନେଇ ଚପଲ ବିକ୍ରି କରାଯିବ । ଏହା କଣ ମଠର ପବିତ୍ରତା? କେବଳ ଏତିକି ନୁହେଁ, ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢିଉଠିଥିବା ମଠଗୁଡିକ ମୂଳ ଉଦ୍ଦେଶ୍ୟରୁ ଦୂରେଇ ଯାଇ ବ୍ୟବସାୟୀକ ହୋଇଯାଇଥିଲେ । ମଠର ଜମିକୁ ବ୍ୟବସାୟୀକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା । ଏହାଦ୍ବାରା କଣ ମଠର ପବିତ୍ରତା ନଷ୍ଟ ହେଉନଥିଲା?
ବର୍ତ୍ତମାନ ହେଉଥିବା ଉଚ୍ଛେଦରେ ମୂଳ ମଠର ଉଚ୍ଛେଦ ହୋଇନି । କେବଳ ମଠର ବ୍ୟବସାୟକରଣ ହେଉଥିବା ନିର୍ମାଣକୁ ଭାଙ୍ଗିଦିଆଯାଉଛି । ଏହାଦ୍ବାରା ଏବେ ପୁରୀକୁ ଯାଉଥିବା ଭକ୍ତମାନେ ପ୍ରକୃତ ମଠକୁ ଦେଖିବେ ଏବଂ ସେଠାରେ ସାଧୁ ସନ୍ଥଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ । ପୁରୀର ଅଧିକାଂଶ ମଠର ସ୍ଥିତି ସମାନ । ମଠର ଚାରିପରେ ଗଢିଉଠିଥିବା ଦୋକାନ ଘର ଏବଂ ସେମାନଙ୍କ ସାଇନ ବୋର୍ଡରେ ମଠର ବୋର୍ଡ ଲୁଚି ଯାଉଥିଲା । ଆଉ ମଠଗୁଡିକ ମଧ୍ୟ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରୁ ଦୂରେଇ ଯାଇ ନିଜସ୍ବ ବ୍ୟବସାୟୀକରଣରେ ଲାଗିପଡିଥିଲେ । କୌତୂହଳ କଥା ହେଉଛି, ବିଭିନ୍ନ ମଠ ଅତୀତରେ ଏକର ଏକର ସଂପତ୍ତି ସମସ୍ତଙ୍କ ଅଗୋଚରରେ ବିକ୍ରି କରିଦେଇ ଚଳୁ କରିଦେଇଛନ୍ତି। କେବଳ ସେତିକି ନୁହେଁ, ଦୋକାନ, ଲୋକଙ୍କୁ ମଠରେ ଆଶ୍ରୟ ଦେଇ ଅର୍ଥ ଆଦାୟ କରିଛନ୍ତି। ଏ ଅର୍ଥର ପରିମାଣ କେତେ ସେ ସଂକ୍ରାନ୍ତରେ ରାଜ୍ୟ ଦେବୋତ୍ତର ବିଭାଗ କେବେ ବି ଖୋଳତାଡ ହୋଇନି। ବ୍ୟବସାୟକରଣରୁ ମିଳିଥିବା ଅର୍ଥରେ ମଠାଧୀଶମାନେ ନିଜ ମଠର ବିକାଶ ବି କରିନାହାନ୍ତି। ଯାହାର ପରିଣାମରେ ଆଜି ମଠ ଦୁର୍ବଳ ଅବସ୍ଥାକୁ ଚାଲିଆସିଥିଲା। ମଠର ବ୍ୟବସାୟକରଣ ପରେ ମଧ୍ୟ ମଠାଧୀସମାନେ କେବେ ମଠର ରକ୍ଷଣାବେକ୍ଷଣ କଥା ଚିନ୍ତା କରିନାହାଁନ୍ତି । ଯାହା ଫଳରେ ରାଜ୍ୟ ସରକାର ଅନେକ ସମୟରେ କିଛି କିଛି ମଠକୁ ବିପଦଶଙ୍କୁଳ ବୋଲି ଘୋଷଣା କରିଛନ୍ତି ।
ସେହିଭଳି ପୂର୍ବରୁ କେବେ ବି କୌଣସି ମଠ ପକ୍ଷରୁ ପୁରୀରେ ସାଧୁ ସନ୍ଥଙ୍କ ମେଳୀ କରାଯାଇନଥିଲା ବେଳେ ହଠାତ ଐତିହ୍ୟ ସହର ଆଡେ ଆଗଉଥିବା ପୁରୀରେ ହଜାର ହଜାର ସଂଖ୍ୟାରେ ସାଧୁସନ୍ଥଙ୍କ ମେଳି ହେଉଛି । କିଏ ଏହି ମେଳିକୁ ପ୍ରୋତ୍ସାହିତ କରୁଛି । ଉଚ୍ଛେଦର ଦଶ ଦିନ ପରେ ହଠାତ କାହିଁକି ବିରୋଧାଭାସ ଦେଖାଦେଲା? କାହିଁକି ଚୁପ ରହିଥିବା ମଠାଧୀଶ ଓ ସାଧୁସନ୍ଥ ବିରୋଧ ପାଇଁ ପାଗ ଭିଡିଲେ? ଉଚ୍ଛେଦକୁ ବିରୋଧ କରି କିଛି ସାଧୁ ମଠ ପାଚେରୀ ଉପରେ ଛିଡା ହୋଇ ବାଡି ବୁଲେଇଲେ । ଏହା କଣ ସନ୍ଥଙ୍କ ପରିଚୟ?
ଏବେ ପୁରୀରେ ପ୍ରାୟ 2ହଜାର ନାଗା ସାଧୁ ମେଳି ବାନ୍ଧୁଛନ୍ତି । ଏବାଦରେ ପୋଲିସ ଓ ଜିଲ୍ଲା ପ୍ରଶାସନ ସଚେତନ ଅଛନ୍ତି କି ନାହିଁ ତାହା ଜଣାନାହିଁ । କିନ୍ତୁ ନାଗା ସାଧୁଙ୍କ ମେଳୀ ପୋଲିସ ପାଇଁ ନିଶ୍ଚିତ ଭାବେ ଚିନ୍ତାଜନକ ହେବ । 1955 ମସିହା ପରେ ପ୍ରଥମ ଥର ପାଇଁ ପୁରୀରେ ନାଗା ସାଧୁଙ୍କ ମେଳି ହେଉଛନ୍ତି । 1955 ରଥଯାତ୍ରା ସମୟରେ ପୋଲିସ ଓ ନାଗା ସାଧୁଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ତା ପରଠାରୁ ରଥଯାତ୍ରାକୁ ନାଗା ସାଧୁଙ୍କୁ ବାରଣ କରାଯାଇଥିଲା । ଏବେ ପୁଣି ଥରେ ଏହି ସାଧୁ ନିଜର ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ଏକତ୍ର ହେବା ପୁଣି ଥରେ ଏକ ବଡ ଧରଣର ବିପଦକୁ ଆମନ୍ତ୍ରଣ କରୁଛି ।