ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ବିଶ୍ଵ ଗାୟତ୍ରୀ ପରିବାର , ଶାନ୍ତିକୁଞ୍ଜ , ହରିଦ୍ଵାର ତତ୍ତ୍ୱାବଧାନରେ ଗଠିତ , ଦେବ ସଂସ୍କୃତି ବିଶ୍ଵବିଦ୍ୟାଳୟର ସ୍ନାତକ ପରିଦୀକ୍ଷା ( intership) ବିଦ୍ୟାର୍ଥୀ ମାନେ ଗଜପତି ଜିଲ୍ଲାରେ ସ୍ଥିରୀକୃତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଶିକ୍ଷାର୍ଥୀ ମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ କର୍ମଶାଳା ସମ୍ପାଦନ ଓ ଗାୟତ୍ରୀ ପରିବାର ସଦସ୍ୟଙ୍କ ଘରେ ଦୀପ ଯଜ୍ଞ , ଘୃତ ଯଜ୍ଞ ଆୟୋଜନ କରି ବିଶ୍ଵ ଶାନ୍ତି କାମନା ନିମନ୍ତେ କାର୍ଯ୍ୟକ୍ରମ ଜାରି ରଖିଛନ୍ତି।
ଏଣୁ , ସଂପ୍ରତି ଗଜପତି ଜିଲ୍ଲା ଗ୍ରସ୍ତରେ ଦେବ ସଂସ୍କୃତି ବିଶ୍ଵବିଦ୍ୟାଳୟ ସାମାଜିକ ଅଧ୍ୟାପନ ସାମାଜିକ ପରିଦୀକ୍ଷା ଶିକ୍ଷାର୍ଥୀ ସୁଶ୍ରୀ ଅନୁଷ୍କା କୁମାରୀ , ସିମରନ୍ ବର୍ଦ୍ଧନ , ପ୍ରଗତି ଏବଂ ନିବେଦିତା ଦାଶ ମାଧ୍ୟମିକ ସ୍ତରର ଶିକ୍ଷାର୍ଥୀ ମାନଙ୍କୁ କର୍ମଶାଳା ସର୍ଜନା ପୂର୍ବକ ଚାପର ନିରାକରଣ , ସମୟ ପରିଚାଳନା , ଜୀବନରେ ଯୋଗର ମହତ୍ତ୍ୱ , ନିଶା ମୁକ୍ତି , ବ୍ୟକ୍ତିତ୍ବର ବିକାଶ , ପରୀକ୍ଷାର ପ୍ରସ୍ତୁତି କିପରି ହେବ , ଅଧ୍ୟାତ୍ମିକ ଅଭ୍ୟାସ , ଯୋଗ ଶ୍ରେଣୀ ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା କରୁଛନ୍ତି।
ଶିକ୍ଷାର୍ଥୀ ମାନଙ୍କୁ ମୋବାଇଲ୍ ବ୍ୟବାହାର କମ୍ କରି ଶିକ୍ଷାଦୀକ୍ଷା ରେ ଆଗକୁ ବଢ଼ିବାକୁ ଚିର୍ତ୍ତାକର୍ଷକ ଢଙ୍ଗରେ ଅଭିପ୍ରେରିତ କରୁଛନ୍ତି।
କେନ୍ଦ୍ରୀୟ ବିଦ୍ୟାଳୟ , ନବୋଦୟ ବିଦ୍ୟାଳୟ , ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ , ଜେଆଇ ଟି ଏମ୍ ଆଟିଆଇ ବିଭାଗ , ମହିଳା ମହାବିଦ୍ୟାଳୟ , ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର , ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ଶିବରାମ ପଟ୍ଟନାୟକଙ୍କ ବିଶ୍ଵନାଥ ନଗର -୨ ବାସଭବନରେ କର୍ମଶାଳା ଓ ଦୀପଯଜ୍ଞ ଅନୁଷ୍ଠିତ ହୋଇଯାଇଛି।
ଏହି କର୍ମଶାଳା ଆଗାମୀ ଏକ ସପ୍ତାହ ଧରି ଜିଲ୍ଲାରେ ଚାଲୁ ରହିବ ବୋଲି ଶକ୍ତି ପୀଠ , ଗଜପତି କର୍ମକର୍ତ୍ତାଗଣ ସୂଚନା ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଶ୍ରୀ ରଜନୀ କାନ୍ତ ଗୌଧୁରୀ , ଜିଲ୍ଲା ସଂଯୋଜକ ଓ ଶ୍ରୀ ସନ୍ତୋଷ କୁମାର ଗନ୍ତାୟତ ସହ- ସଂଯୋଜକ ପରିଚାଳନାରେ ସହଯୋଗ କରୁଛନ୍ତି।
ରାଜ୍ୟ
ଗଜପତି ଗାୟତ୍ରୀ ପରିବାର ତରଫରୁ ମାଧ୍ୟମିକ ଶିକ୍ଷାର୍ଥୀମାନଙ୍କୁ ନେଇ କର୍ମଶାଳା ଆୟୋଜନ
- Hits: 15