ହେଡଲାଇନସ୍:

ଏମ୍ପପାୱାର ପବ୍ଲିକ ସ୍କୁଲରେ ବିଜ୍ଞାନମେଳା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ସ୍ଥାନୀୟ ଏମ୍ପପାୱାର ପବ୍ଲିକ ସ୍କୁଲ ପରିସରରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି. ଉକ୍ତ ବିଜ୍ଞାନମେଳା ରେ ସୌରଶକ୍ତି ର ବ୍ୟବହାର, ବର୍ଷାଜଳ ଅମଳ ପ୍ରକଳ୍ପ, ବାୟୁ ପ୍ରଦୂଷଣ, ସୌର ଜଗତରେ ଗ୍ରହ ଗୁଡ଼ିକର ସ୍ଥିତି, ଚନ୍ଦ୍ରୟାନ -2, ପରିବହନ, ଯୋଗାଯୋଗ ଭଳି ପ୍ରାୟ 40ରୁ ଉର୍ଦ୍ଧ ପ୍ରକଳ୍ପ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା.ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥାପନା ଶୈଳୀ ବେଶ ଉଚ୍ଚକୋଟିର ଥିଲା. ବିଦ୍ୟାଳୟର ସଭାପତି ଅନିମୁ ସୂରିୟା ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ. ବିଚାରକ ଭାବେ ଗୁଣୁପୁର ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ୍ୟ ଡ଼. ସୂର୍ଯ୍ୟ ନାରାୟଣ ପଣ୍ଡା ଉପସ୍ଥିତ ରହି ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ. ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ. ବହୁ ସଂଖ୍ୟାରେ ଅଭିଭାବକ ମାନେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସହିତ କରିବା ସହ ବିଦ୍ୟାଳୟ କତୃପକ୍ଷଙ୍କୁ ଭୁୟସୀ ପ୍ରଶଂସା କରିଥିଲେ.

 

0
0
0
s2sdefault