ହେଡଲାଇନସ୍:

ଲଗାଣ ବର୍ଷାରେ ଚାଷୀ ହତାଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୧.୧୨.୨୦୨୪/ସୁମନ୍ତ କୁମାର ଦାସ: ଲଗାଣ ବର୍ଷାରେ ଚାଷୀର ଅବସ୍ଥା ବେହାଲ l ଚାଷୀ ନିଜର ବର୍ଷକର ପୁଞ୍ଜି, ନିଜର ପରିଶ୍ରମକୁ ନିଜ ଚାଷୀ ବିଲରେ ଅଜାଡି ସୁବର୍ଣ୍ଣମୟ କ୍ଷେତକୁ ଅନାଇ ବସିଥାଏ, କେବେ ଧରିଣୀ ରାଣୀର ସ୍ନେହ ଭରି ପରସରେ ଧାନ ତାର ପାଚିବ ଓ ସେ ତାକୁ ଅମଳ କରିବ l ବର୍ଷକର ଆହାର ସାଙ୍ଗକୁ ତାର ଗୁଜୁରାଣ ମେଣ୍ଟିବ ହେଲେ ଲଘୁଚାପର ଏହି ଲଗାଣ ବର୍ଷା ଯୋଗୁଁ ଚାଷୀଭାଇମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି l ଧାନ ଅମଳ ସମୟରେ ହେଇଛି ଲଗାଣ ବର୍ଷା l ଯାହାଦ୍ୱାରା ବିଲରେ ଆଣ୍ଠିଏ ପାଣି ଧାନର ଅବସ୍ଥା ନ କହିଲେ ଭଲ କାରଣ ସୁନେଲି ଧାନର ରଙ୍ଗ ବର୍ତ୍ତମାନ ପାଣିରେ ପଡି ନଡା ହୋଇଗଲାଣି l କୃଷକ ଭାଇମାନେ ଧାନ ଚାଷ ପାଇଁ କେମିତି ସୁଝିବେ ଜାଣିପାରୁନାହାନ୍ତି ଚାଷୀ l ପ୍ରଧାନମନ୍ତ୍ରୀ ୩୧୦୦ ଟଙ୍କା ଧାନ କୁଇଣ୍ଟାଲ ପିଛା କରିଥିବାବେଳେ ଏମିତି ଧାନକୁ କିଏ ବା ନେବ କହି କହି ଚାଷୀ କାନ୍ଦିପକାଉଛନ୍ତି l କଣ କରିବେ କିଛି ବୁଝି ପାରୁନାହାନ୍ତି ଚାଷୀଭାଇମାନେ ହତାଶ ହୋଇ ବିଲ ଭିତରେ ବସି ମୁଣ୍ଡରେ ହାତ ଦେଇ ଅନାଇରହିଛି ତାର ବିଲକୁ l

0
0
0
s2sdefault