ତୃତୀୟ ଦିବସରେ କୃପାଳୁ ଶିଶୁ ସାହିତ୍ୟ ଆସର ଶୀର୍ଷକ  "ନୂଆଁଖାଇ"କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ବାଲମୁକୁନ୍ଦ କେନ୍ଦ୍ର ପକ୍ଷରୁ ପବିତ୍ର ଶ୍ରୀ ଗଣେଶ ପୁଜା ଅବସରରେ ଆୟୋଜିତ '"ଜାଗରଣ" ଅଭିଯାନର ତୃତୀୟ ଦିବସରେ କୃପାଳୁ ଶିଶୁ ସାହିତ୍ୟ ଆସର  ସମ୍ପର୍କିତ "ନୂଆଁଖାଇ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

    ଏହି କାର୍ଯ୍ୟକ୍ରମକୁ  ପାରଳାଖେମୁଣ୍ଡି ସହରରେ ଥିବା  ନବଜୀବନ ଟ୍ରଷ୍ଟ ଠାରେ ପାଳନ କରି  ଉଦ୍ ଯାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଲମୁକୁନ୍ଦ କେନ୍ଦ୍ରର ଉପଦେଷ୍ଠା ବିଚିତ୍ରା ନନ୍ଦ ବେବର୍ତ୍ତା ଯୋଗ ଦେଇ ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଠ ସମାଜସେବୀ ଭାଗବତ ପାଢ଼ୀ , ସ୍ବତନ୍ତ୍ର ଅତିଥି ଭାବେ  ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ  ବିଭାଗର ସଂଯୋଜିକା ଶିବାନୀ ପାଣିଗ୍ରାହୀ ଏବଂ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍  କୁମୁଦିନି ଭୁକ୍ତା ପ୍ରମୁଖ ଯୋଗଦେଇ  କାର୍ଯ୍ୟକ୍ରମକୁ ବିଭିନ୍ନ ଆଲୋଚନା ମାଧ୍ୟମରେ ସଫଳ କରିଥିଲେ ।

   ପ୍ରଥମ ଦିବସରେ  ବାଲମୁକୁନ୍ଦ କେନ୍ଦ୍ର ଠାରେ ସ୍ବାସ୍ଥ୍ୟ ସଚେତନତା ଓ ଭଗବାନ ଗଣେଶଙ୍କ ଚିତ୍ରାଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଦିତୀୟ ଦିବସରେ ଶ୍ରୀ ଗଣେଶଙ୍କ  ପୂଜା ରାଧାଗୋବିନ୍ଦ ଧାମ ଠାରେ ସତସଙ୍ଗି ସୁପ୍ରଭା ପଟ୍ଟନାୟକ , ଲକ୍ଷ୍ମୀ ଚାରଣ ଭୁପତି ଏବଂ ଗୌରୀ ଶଙ୍କର ମହାରଣା ପ୍ରମୁଖଙ୍କ ମାର୍ଗଦର୍ଶନରେ ପାଳିତ ହୋଇଥିଲା ଓ ତୃତୀୟ ଦିବସରେ କୃପାଳୁ ଶିଶୁ ସାହିତ୍ୟ ଆସର" ଶୀର୍ଷକ "ନୂଆଁଖାଇ"  ଆଲୋଚନାରେ  ନବଜୀବନ ଟ୍ରଷ୍ଟର ଅନ୍ତେବାସୀ , ବାଲମୁକୁନ୍ଦ କେନ୍ଦ୍ରର ଶିଶୁ ଗଣ ଏବଂ ଉପସ୍ଥିତ ସମସ୍ତ ଅତିଥି ମାନେ ଅଂଶଗ୍ରହଣ କରିଥିଲେ ।

    ସୁନିତା ମହାପାତ୍ର , ଜୟନ୍ତୀ ରଇତ , ଟୁନି କାର୍ଜୀ , ଏସ:ସ୍ୱର୍ଣ୍ଣଲତା , ଏବଂ ବି.ଜୟଲକ୍ଷ୍ମୀ , ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ସ୍ବେଛାସେବୀ କୃଷ୍ଣ ଚନ୍ଦ୍ର ପାଢ଼ୀ  ସହଯୋଗ କରିଥିଲେ । କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଆମର ଧର୍ମ , ସଂସ୍କୃତି ଓ ପରମ୍ପରାକୁ ଠିକ ବାଟରେ ପରିଚାଳିତ କରିବାରେ ବାଲମୁକୁନ୍ଦ କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକ  ବେଶ ଉପାଦେୟ ଓ ସହାୟକ ହୋଇପାରିବ ବୋଲି କହିଥିଲେ ।

 

0
0
0
s2sdefault