ହେଡଲାଇନସ୍:

କମ୍ପ୍ୟୁଟର ସାଇନ୍ସରେ ମୋନାଲିସା ସାହୁଙ୍କୁ ପି ଏଚ ଡି ଲାଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ନିକଟ ଆଚାବା ଗ୍ରାମର ଶ୍ରୀମତୀ ମୋନାଲିସା ସାହୁ ସଫଳତାର ସହ ଗୁଣପୁର ଜିଆଇଇଟି ବିଶ୍ଵ ବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସ ପାଠ୍ୟକ୍ରମରେ ପି ଏଚ ଡି ଡିଗ୍ରୀ ହାସଲ କରିଛନ୍ତି। ସେ ଗୁଣପୁର ଜିଆଇଇଟି ରେ Development of covert Communication approaches maintaining fair trade-off among diametrically opposed metrics ବିଷୟ ବସ୍ତୁ ଉପରେ ଗବେଷଣା କରି ନଭେମ୍ବର ୨୦୨୩ରେ ପି ଏଚ ଡି ଡିଗ୍ରୀ କମ୍ପୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂରେ ଲାଭ କରିଛନ୍ତି । ତାଙ୍କ ଦ୍ବାରା ପ୍ରସ୍ତୁତ ଗଭେଷଣାତ୍ମକ ସଦ୍ଧର୍ଭ ଉଚ୍ଚ ପ୍ରଶଂସିତ ହୋଇଛି। ଏହି କୃତିତ୍ବ ପାଇଁ ଡ଼ଃ ମୋନାଲିସା ସାହୁ ତାଙ୍କ ପିତା ଶ୍ରୀ ଚିତ୍ତରଞ୍ଜନ ସାହୁ , ମାତା ଶ୍ରୀମତୀ ରଂଜିତା ସାହୁ,ଭାଇ ଶ୍ରୀ ସନ୍ତୋଷ କୁମାର ସାହୁ ,ଶଶୁର ଶ୍ରୀ ଲକ୍ଷ୍ମୀଚାନ୍ଦ ସାହୁ , ଶାଶୁ ଯୋଗିମୟୀ ସାହୁ ,ସ୍ୱାମୀ ଡ଼ଃ ଆଦିତ୍ୟ କୁମାର ସାହୁ ଓ ପୁଅ ଆରବ କୁମାର ସାହୁ ଏବଂ କମ୍ପ୍ୟୁଟର ସାଇନ୍ସ ବିଭାଗର କତ୍ତୃପକ୍ଷଙ୍କ ସମ୍ପୂର୍ଣ୍ଣ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି।

 

0
0
0
s2sdefault