ହେଡଲାଇନସ୍:

ପୁଟ୍ଟାସିଂ ହାଇସ୍କୁଲରେ ବୃତିଗତ ପରାମର୍ଶ ଓ ସଚେତନତା ଶିବିରି ।

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଜାତି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ରହିଛି ଅନନ୍ୟ ସୁଯୋଗ

ଗୁଣୁପୁର । ୨୪ /୦୯ : ବିଶେଷ ଭାବେ ଅନୁନ୍ନତ ଜନଜାତି ବର୍ଗ ର ଛାତ୍ରଛାତ୍ରୀ ମାନେ ଅଧ୍ୟବଶାୟ ଦ୍ବାରା ସଫଳତାର ଶୀର୍ଷ ଛୁଇଁ ପାରିବେ ଏବଂ ସେମାନଙ୍କ ପାଇଁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଅନନ୍ୟ ସୁଯୋଗ ରହିଛି ବୋଲି ଗୁଣୁପୁର ବ୍ଲକ ଅଧିନସ୍ଥ ପୁଟ୍ଟାସିଂ ବାଳକ ଓ ବାଳିକା ଉଚ୍ଛ ବିଦ୍ୟାଳୟରେ ଅନୁଷ୍ଠିତ ବୃତ୍ତିଗତ ପରାମର୍ଶ ଓ ସଚେତନତା ଶିବିରରେ ମତ ପ୍ରକାଶ ପାଇଛି । ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା, ପୁଟ୍ଟାସିଂ ତରଫରୁ ପିଏମ-ଜନମନ ପରିଯୋଜନା ଅନ୍ତର୍ଗତ ବ୍ୟାପକ ଜନ ସଚେତନତା କାର୍ଯକ୍ରମ ଅବସରରେ ଆୟୋଜିତ ଏହି ଶିବିରକୁ ଏଲଏସଡିଏ, ପୁଟ୍ଟାସିଂର ସ୍ବତନ୍ତ୍ର ଅଧିକାରୀ ଶ୍ରୀମତୀ ଅସୀମା ରାଓ ଉନ୍ନୋଚନ କରିବା ସହ ଏହି ଦୁଇ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୧୦୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଏପରି ଉତ୍ସାହିତ କରିଛନ୍ତି ।
ଆଜି ପୁଟ୍ଟାସିଂ ବାଳକ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ କକ୍ଷରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ନିଯୋଜନ ଅଧିକାରୀ, ରାୟଗଡ଼ ସ୍ୱର୍ଣ୍ଣଲତା ରାଉତ, କୋଣ୍ଡାଗିରି ଧିରେନ୍ଦ୍ର କୁମାର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ପୁଟ୍ଟାସିଂ , ସୁରଜ କୁମାର ନାୟକ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଗୁଣୁପୁର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ପୁଟ୍ଟାସିଂ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଗୁଣୁପୁର, ଶ୍ରୀ ମନୋଜ ପାଢୀ ଓ ଶ୍ରୀ ବୃନ୍ଦାବନ ସାହୁ ଯଥାକ୍ରମେ ଦୁଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଉପସ୍ଥିତ ଅତିଥି ମାନେ ପ୍ରଦୀପ ପ୍ରଜ୍ଵଳନ କରି ଶିବିରକୁ ଉନ୍ନୋଚନ କରିବା ପରେ ଛାତ୍ରଛାତ୍ରୀଙ୍କ ତରଫରୁ ମନୋଜ୍ଞ ସାଂସ୍କୃତିକ କାର୍ଯକ୍ରମ ଉପସ୍ଥାପନ କରାଯାଇଥିଲା । ଶିବିରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀ ଧିରେନ୍ଦ୍ର କୁମାର ଆଲୋକପାତ କରିଥିଲେ ଏବଂ ପରେ ସ୍ମାର୍ଟ ବୋର୍ଡ ଜରିଆରେ ବିଭିନ୍ନ ପ୍ରେରଣା ଦାୟକ ତଥା ଗୁରୁତ୍ବପୁର୍ଣ ସୂଚନା ଆଧାରିତ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ କରାଯାଇଥିଲା । । ସେହିପରି ଜିଲ୍ଲା ନିଯୋଜନ ଅଧିକାରୀ ତତ୍ୱମସି ମହାପାତ୍ର ସମ୍ପର୍କରେ ଛାତ୍ରଛାତ୍ରଙ୍କୁ ଅବଗତ କରିଥିବା ବେଳେ ମାଟ୍ରିକ ପରବର୍ତୀ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଉପଯୁକ୍ତ ଶୈକ୍ଷିକ ଦିଶା ନିରୂପଣ କିପରି କରିବେ ତଥା ବୃତି ଚୟନ କ୍ଷେତ୍ରରେ କେଉଁ କେଉଁ ଦିଗ ପ୍ରତି ସଚେତନ ହେବେ ସେ ସମ୍ପର୍କ ରେ ଆଲୋଚନା କରି ଏପରି ଅନନ୍ୟ ସୁଯୋଗର ଲାଭ ଉଠାଇ ପାରିଲେ ଜନଜାତି ଛାତ୍ରଛାତ୍ରୀ ମାନେ ବିଭିନ୍ନ ବୃତିଗତ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ପ୍ରକାଶ କରିଛନ୍ତି। ସେହିପରି ଜନଜାତି ଛାତ୍ରଛତ୍ରୀ ମାନଙ୍କ ପାଇଁ ଉପଲବ୍ଧ ଛାତ୍ରବୃତି ଓ ସରଣକ୍ଷଣ ସୁଯୋଗ ଉପରେ ଅତିଥି ମାନେ ବିଶେଷ ଭାବେ ଆଲୋକ ପାତ କରିଥିଲେ ।
ଏହି କାର୍ଯ୍ୟକ୍ରମ ବିଷୟରେ ଜିଲ୍ଲାପାଳ ଜାଣିବା ପରେ ଭୁୟସୀ ପ୍ରଶଂସା କରିଥିଲେ । ଏହି କାର୍ଯକ୍ରମକୁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ପୁଟ୍ଟାସିଂ ସଂଯୋଜନା କରିଥିଲେ। ସର୍ବଶେଷରେ ମନୋଜ କୁମାର ପାଢୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଶିବିରକୁ ଉଦଯାପିତ କରିଥିଲେ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି

0
0
0
s2sdefault