ଗାଁ ପରିମଳ ଧୋବା ତୁଠରୁ : ଦୀପ ତଳ ଅନ୍ଧାର, ସ୍ଲୋଗାନରେ କାମ ସାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ସ୍ୱଚ୍ଛ ଭାରତ ଅଭିଯାନ ଏଠି କେବଳ ପ୍ରହସନ

  • ଅଳିଆ ଗଦାରେ ପରିପୂର୍ଣ୍ଣ ପାଇକମାଲ ବ୍ଲକ କଲୋନି

  • ଅସ୍ଵାସ୍ଥ୍ୟକର ପରିବେଶ ଭିତରେ ରହିବାକୁ ବାଧ୍ୟ ଅନେକ ଅଧିକାରୀ

ବରଗଡ଼ :- ବର୍ତମାନ ସାରା ଦେଶରେ ଚାଲିଛି ସ୍ୱଚ୍ଛତା ପକ୍ଷ । ଦେଶ କୁ ସ୍ୱଚ୍ଛ ନିର୍ମଳ ଓ ପରିଷ୍କାର କରିବା ପାଇଁ ତଥା ସ୍ୱଚ୍ଛତା ର ଉପାଦେୟତା କୁ ତୃଣମୂଳ ସ୍ତରର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଦେଶର ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କ ଦ୍ୱାରା ସ୍ୱଚ୍ଛ ଭାରତ କାର୍ଯ୍ଯକ୍ରମ ଆଜି ଏକ ମିଶନ ରେ ପରିଣତ ହୋଇ ସାରିଛି । ଆଜି ମଧ୍ୟ ଯେ କୋଣସି କାର୍ଯ୍ଯକ୍ରମ ରେ ଆବର୍ଜନା ନଜର ଆସିଲେ ପ୍ରଧାନମନ୍ତ୍ରୀ ନିଜେ ଅଟକି ଯାଇ ତାକୁ ସଫା କରୁଥିବା ଦୃଶ୍ୟ ନିଶ୍ଚିତ ଭାବରେ ସମସ୍ତଙ୍କୁ ପ୍ରେରଣା ଯୋଗାଇବା ସହିତ ସ୍ୱଚ୍ଛତା ପ୍ରରି ସଚେତନତା ସୃଷ୍ଟି କରୁଛି । ସ୍ୱଚ୍ଛତା ର ମହତ୍ଵ ଦେଶର ସମସ୍ତ ଦେଶବାସୀ ଅନୁଭବ କରି ସାରିଲେଣି ହେଲେ ଲାଗୁଛି ଯେ ପାଇକମାଲ ବ୍ଲକ ର ମୁଖିଆ ଙ୍କ ପାଇଁ ସ୍ୱଚ୍ଛ ଭାରତ ମିଶନ କେବଳ ଏକ ସ୍ଲୋଗାନ ବା ସ୍ୱଚ୍ଛତା ପକ୍ଷ କେବଳ ଫାଇଲ ରେ ଖାନା ପୂର୍ତ୍ତି କରିବାର ଏକ ବସେ । ଏଠାରେ ସୂଚନାଯୋଗ୍ୟ ଯେ ବରଗଡ଼ ଜିଲ୍ଲାରେ କେବଳ ପାଇକମାଲ ବ୍ଲକ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ୍ସପ୍ରେସନଲ ବ୍ଲକ ଭାବରେ ମାନ୍ୟତା ପାଇଛି । ହେଲେବି ଅତି ଦୁଃଖ ଓ କ୍ଷୋଭର ବିଷୟ ଯେ ବ୍ଲକ ଅଫିସର ଆବାସିକ କଲୋନି ଦେଖିଲେ ଲାଗିବ ଯେ ସ୍ୱଚ୍ଛତା ସହିତ ଏହି କଲୋନି ର କୌଣସି ସମ୍ପର୍କ ନାହିଁ । ପାଇକମାଲ ବ୍ଲକ ଏକ ପଛୁଆ ଓ ଅନୁନ୍ନତ ବ୍ଲକ ଏହି ବ୍ଲକ ପରିସର ରେ ରହିଥିବା କଲୋନି । ଏହି ଉକ୍ତିକୁ ପ୍ରମାଣିତ କରୁଛି ପାଇକମାଲ ବ୍ଲକ ସ୍ଥିତ ବ୍ଲକ କଲୋନି । ଏହି କଲୋନି ବ୍ଲକ ଅଫିସ କୁ ଲାଗି ରହିଥିବା ଏହି କଲୋନି ର ପରିବେଶ ଅତ୍ୟନ୍ତ ଅପରିଷ୍କାର ଓ ଅସ୍ଵାସ୍ଥ୍ୟକର । ବହୁ ସ୍ଥାନରେ ଗଦା ଗଦା ଆବର୍ଜନା ପଡି ରହିଥିବା ବେଳେ କଲୋନି ସାରା ଅନାବନା ଗଛ ରେ ପରିପୂର୍ଣ୍ଣ ହୋଇ ନିହାତି ଭାବରେ ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ଏଠାରେ ସୂଚନାଯୋଗ୍ୟ ଯେ ଏହି ବ୍ଲକ ଅଫିସ ରୁ ହିଁ ପୁରା ବ୍ଲକ ର ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇ ଥାଏ । ହେଲେ ଦୀପ ତଳ ଅନ୍ଧାର ଭଳି ଏହି କଲୋନି ର ଅବସ୍ଥା । ସାମାନ୍ୟ ବର୍ଷା ହେଲେ ଜମା ହୋଇଥିବା ଅଳିଆ ଆବର୍ଜନା ରୁ ପଚା ଗନ୍ଧ ବାହାରିବା ଦ୍ୱାରା ଲୋକେ ଅଣନିଶ୍ୱାସୀ ହୋଇ ପଡି ଥାଆନ୍ତି । ଏହା ସହିତ ଏହି କଲୋନି ରେ ଦିନ ତମାନ ପ୍ରବଳ ମଶା । କେଉଁ ସ୍ଥାନରେ ମଧ୍ୟ 5 ମିନିଟ ରୁ ଅଧିକ ଛିଡା ହେବା କଷ୍ଟକର ।
ଏହା ସହିତ ଏହି ବ୍ଲକ କୁ ନିଜର କାମ ପାଇଁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ମୁଖ୍ୟତଃ ମାଁ ଭଉଣୀ ମାନଙ୍କ ପାଇଁ ବହୁ ଦିନରୁ ବ୍ଲକ ପରିସରରେ ସ୍ୱଚ୍ଛ ଶୌଚାଳୟ ନିର୍ମାଣ ପାଇଁ ଅନେକ ସ୍ଥାନୀୟ ଜନପ୍ରତିନିଧି ତଥା ସାଧାରଣ ଜନତା ବିଗତ ଏକ ବର୍ଷ ହେଲା ବିଡ଼ିଓ ଙ୍କ ପାଖରେ ଦାବି କରି ଆସୁଛନ୍ତି , ହେଲେ ବିଡ଼ିଓ ମହାଶୟ ଙ୍କୁ କିଛି ଫରକ ପଡୁନାହିଁ କାରଣ ତାଙ୍କର ବ୍ୟକ୍ତିଗତ ବ୍ୟବହାର ପାଇଁ ତାଙ୍କ କେବିନ ରେ ଅତ୍ୟାଧୁନିକ ଶୌଚାଳୟ ରହିଛି । ସାଧାରଣ ଲୋକେ ବା ମହିଳା ମାନେ ଯେତେ ହଇରାଣ ହେଲେ ତାଙ୍କର କଣ ଯାଏ ବା ଆସେ ।
ସେହିଭଳି ବିଦ୍ୟୁତ ସରବରାହ ନ ଥିବା ସମୟରେ ବ୍ଲକ ର କାର୍ଯ୍ୟ ସମ୍ପାଦନ ନିମନ୍ତେ ବ୍ଲକ କୁ ଏକ ଅତ୍ୟାଧୁନିକ ଉଚ୍ଚ କ୍ଷମତା ସମ୍ପନ୍ନ ଜେନେରେଟର ରାଜ୍ୟ ସରକାର ଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ହେଲେ ସ୍ଥାନୀୟ ପ୍ରାଶାସନିକ ଅଣଦେଖା କାରଣ ରୁ , ବର୍ତମାନ ଏହି ଲକ୍ଷାଧିକ ଟଙ୍କାର ଜେନେରେଟର ରେ କଳଙ୍କ ଲାଗି ଜେନେରେଟର ଟି ନଷ୍ଟ ହେବାକୁ ବସିଲାଣି
। ବିଦ୍ୟୁତ ସରବରାହ ରେ ବ୍ୟାଘାତ ହେଲେ ବିଡିଓଙ୍କ ଚେମ୍ବର ବ୍ୟତୀତ ଅନ୍ୟ କୋଣସି କୋଠରୀ ର ଲାଇଟ କିମ୍ବା ପଙ୍ଖା କାମ ଦିଏ ନାହିଁ । ଦୀର୍ଘ ଦିନରୁ ଏହି ସମସ୍ୟା ଲାଗି ରହିଥିଲେ ସୁଦ୍ଧା ଏହାର ନିବାରଣ ପାଇଁ ଅଫିସ ର ମୁଖ୍ୟ ବିଡ଼ିଓ ଙ୍କ ନିଘା ନାହିଁ । ସବୁଠାରୁ ବଡ଼ କଥା ଯେ ବିଡ଼ିଓ ତାଙ୍କ ପାଇଁ ରାଜ୍ୟ ସରକାର ଙ୍କ ଦ୍ୱାରା ପ୍ରଦାନ କରାଯାଇ ଥିବା କ୍ୱାଟର ରେ ରହିବା ପରିବର୍ତ୍ତେ ପଦ୍ମପୁର ରେ ରହୁଛନ୍ତି । ଏଥିପାଇଁ ବ୍ଲକ କଲୋନି ର ପରିବେଶ ସହିତ ତାଙ୍କର କୋଣସି ମତଲବ ବ ଥିବା ଭଳି ଲାଗୁଛି । ଯଦିଓ ସରକାର ଙ୍କର ନିୟମ ମୁତାବକ ବିଡ଼ିଓ ତାଙ୍କ ପାଇଁ ସରକାର ଙ୍କର ଦ୍ୱାରା ପ୍ରଦାନ କରାଯାଇ ଥିବା ଓ ନିର୍ଦ୍ଧାରିତ ହୋଇଥିବା କ୍ୱାଟର ରେ ରହିବା କଥା ହେଲେ ସେ ତାଙ୍କର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପଦ୍ମପୁର ରେ ରୁହନ୍ତି । ଏହିଭଳି ସ୍ଥିତି ରେ କଲୋନି ର ଅବସ୍ଥା ସହଜ ରେ ଅନୁମେୟ ।

0
0
0
s2sdefault