ବରଗଡ଼ ପୋଲିସକୁ ବଡ ସଫଳତା : ଆତଙ୍କରାଜ ଚଲାଇଥିବା ଆଠ ଜଣିଆ ଡକାୟତ ଗ୍ୟାଙ୍ଗକୁ କାବୁ କଲା ପୋଲିସ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :-  ବିଗତ କିଛି ଦିନ ହେଲା ବରଗଡ଼ ଜିଲ୍ଳାର ବିଭିନ୍ନ ସ୍ଥାନରେ  ଅପରାଧ କରି ଆତଙ୍କରାଜ ଚଲାଇଥିବା ଏକ ଆଠ ଜଣିଆ ଡକାୟତ ଦଳକୁ ଜିଲ୍ଳା ପୋଲିସ କାବୁ କରି ଧରିବାରେ ସଫଳ ହେଇଛି । ଗିରଫ ଡକାୟତମାନେ ବରଗଡ଼ ଖଜୁରଟିକ୍ରାର ବବଲୁ ପ୍ରଧାନ, ବଣ୍ଟି ପୋଢ଼ , ସନି ଓରଫ ଯୋଗେଶ ପଟେଲ ଓ ଫୁଲୁ ଓରଫ ସୁରଜ ଦତ୍ତା,  ଅମ୍ବାପାଲି ର ମନୋଜ ସେଟ୍ , ସଦର ଥାନା ଧଣ୍ଡାମୁଣ୍ଡା ଗ୍ରାମର ଆଶିଷ ଗହୀର, ସୟାଁ ଗ୍ରାମର ପ୍ରତାପ ସିଂହ ଏବଂ ଡୁମେରପାଲିର କିଶନ ରାଜହଂସ । ଡକାୟତମାନଙ୍କଠାରୁ ପୋଲିସ ନଗଦ ଏକ ଲକ୍ଷ ୭ ହଜାର ୭ ଶହ ଟଙ୍କା ସହ ସେମାନେ  ବ୍ୟବହାର କରୁଥିବା ଗୋଟିଏ ମହିନ୍ଦ୍ରା ଗାଡି, ଗୋଟିଏ ଖେଳଣା ବନ୍ଧୁକ, ତିନୋଟି ଛୁରୀ, ୯ ଟି ମୋବାଇଲ ଏବଂ ଦୁଇଟି ଫାଇଟର ଜବତ କରିଥିବା ନେଇ ବରଗଡ଼ ଏସପି ପଦ୍ମନୀ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  । ଗିରଫ ଡକାୟତମାନେ ଗତ ଗୋଟିଏ ସପ୍ତାହ ହେବ ଜିଲ୍ଳାର ବରପାଲି, ବରଗଡ଼, ଅମ୍ବାଭୋନା ଅଚଂଳରେ ରାସ୍ତାରେ ଯାଉଥିବା ଯାନବାହାନକୁ ଅଟକାଇ ଆକ୍ରମଣ କରି ସେମାନଙ୍କଠାରୁ ଲୁଟତରାଜ କରିଆସୁଥିଲେ  । ଏହି ଡକାୟତମାନେ ଗତ ୨୧ ତାରିଖ ରାତିରେ ବରଗଡ଼ , ଅମ୍ବାଭୋନା ଅଚଂଳରେ ତିନି ଜଣଙ୍କୁ ଏବଂ ୨୩ ତାରିଖରେ ବରପାଲି ୨ ଜଣଙ୍କୁ ଆକ୍ରମଣ କରି ଡକାୟତି କରିଥିଲେ  । ସେମାନେ ଠେମରାର ସୁନିଲ ପ୍ରଧାନଙ୍କୁ ଆକ୍ରମଣ କରି ୬ ହଜାର ଟଙ୍କା ଏବଂ ମୋବାଇଲ, ସମ୍ବରଧରାରେ ଟ୍ରକ ଡ୍ରାଇଭର କେଦାରନାଥ ସାହାଙ୍କୁ ଆକ୍ରମଣ କରି ୧୫ ହଜାର ଟଙ୍କା ଏବଂ ଦୁଇଟି ମୋବାଇଲ ଲୁଟି ନେଇଥିଲେ  । ଅନୁରୂପ ଭାବେ ପ୍ରଧାନପାଲି ରାସ୍ତାରେ ପଦ୍ମପୁରର ଡାକ୍ତର ଅଜୟ କୁମାର ସାହୁ ଙ୍କୁ ଆକ୍ରମଣ କରି ୯ ହଜାର ଟଙ୍କା ,  ମୋବାଇଲ ଲୁଟି ନେଇଥିବା ବେଳେ ଏସ ଡୁମ୍ବେରପାଲି ଗ୍ରାମର ପ୍ରମୋଦ ସାହୁ ଓ ଆକାଶ ବେହେରାଙ୍କ ଠାରୁ ତିନୋଟି ମୋବାଇଲ ଓ ଏକ ଲକ୍ଷ କୋଡିଏ ହଜାର ଟଙ୍କା ଏବଂ ସରଣ୍ଡାପାଲି ରାସ୍ତାରେ ପୁରନ୍ଦର କୋଶଲ ଓ ପ୍ରେମରାଜ ତାଣ୍ଡିଙ୍କ ଠାରୁ ୧୫ ହଜାର ଟଙ୍କା ସହ ଦୁଇଟି ମୋବାଇଲ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା  । ଏତେ ବଡ ଡକାୟତ ଗେଙ୍ଗ ଧରା ପଡିବାପରେ ବରଗଡ଼ ବସି ଟିକେ ଆଶ୍ୱସ୍ତ ଅନୁଭବ  ଲାଭ କରିବା ସହ SP ଙ୍କର କାର୍ଯକୁ ପ୍ରଶଂସା କରିଛନ୍ତି ।

 

0
0
0
s2sdefault