ସ୍ୱାୟତ୍ତ ଶାସନ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯ୍ୟକ୍ରମ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାୟତ ଶାସନ ଦିବସରେ ପୌର ପରିଷଦ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ  ଆୟୋଜିତ ସଭାରେ ପୌରପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ସଭାପତିତ୍ୱ କରି ପୌରପରିଷଦ ପକ୍ଷରୁ ପାରଳାସହର ବାସୀଙ୍କ ନିମନ୍ତେ କାର୍ଯ୍ୟକାରୀ ହୋଇଥିବା ଏବଂ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟକ୍ରମ ଗୁଡିକ ଉପରେ ସୁଚନା ପ୍ରଦାନ କରିଥିଲେ । 

କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରାଜ୍ୟ ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରାକା , ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ମୋହନା ବିଧାୟକ ଦାସରଥି ଗମାଙ୍ଗ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲାପାଳ ଅନୁପମ ସାହା , ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ  ଚଞ୍ଚଳ ରାଣା, ଏବଂ ପାରଳା ଯୁବରାଣୀ କଲ୍ୟାଣୀ ଗଜପତି ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ପାରଳା ସହରକୁ ସ୍ୱଚ୍ଛ ଓ ସୁନ୍ଦର ଭାବେ ଗଢି ତୋଳିବାକୁ ସହରବାସୀଙ୍କୁ ସହଯୋଗ କରିବାକୁ ଆହ୍ୱାନ କରିଥିଲେ । 

ସହରାଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ପରିଚାଳନା ଓ ସହରକୁ ସମ୍ପୁର୍ଣ୍ଣ ସ୍ୱଚ୍ଛତା ରଖିବା ଆଜିର ଏହି ଐତିହାସିକ ଦିନରେ ସମସ୍ତଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଓ ଆହ୍ୱାନ । ଅଧ୍ୟାପିକା ଭାରତୀ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ମଞ୍ଚାସୀନ ଥିଲେ ।

ତେଣୁ କରି ସହରକୁ ପଲିଥିନି ମୁକ୍ତ କରିବା ସହ ସହରକୁ ସ୍ୱଚ୍ଛ ଓ ନିର୍ମଳ ରଖିବା , ବିଭିନ୍ନ ଓଳିଆ ଆବର୍ଜନାକୁ ନିର୍ଦ୍ଦିଷ୍ଠ ଜାଗାରେ ରଖି ଓଳିଆ ସଂଗ୍ରହକାରୀଙ୍କୁ ପ୍ରଦାନ କରନ୍ତୁ । ଗୃହପାଳିତ ପଶୁ ଗୁଡିକୁ ରାସ୍ତାକୁ ଛାଡନ୍ତୁ ନାହିଁ, ରାସ୍ତା ଅବରୋଧ କି ଜବରଦଖଲ ନକରିବା , ଘର ଓ ଦୋକାନ ଟିକସ ଠିକ ସମୟରେ ପୈଠ କରିବା , ବାହାରେ ମଳତ୍ୟାଗ ନକରି ପାଇଖାନା ବ୍ୟବହାର କରିବା ପ୍ରଭୃତି ଉପରେ କହିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗିଙ୍କୁ ପୁରସ୍କାର ଓ ମାନପତ୍ର ଏବଂ ହିତାଧିକାରୀଙ୍କୁ ପଟା , ଚେକ୍‍ ବଣ୍ଟନ କରାଯାଇଥିଲା । ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ  ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ଭକ୍ତି ସଙ୍ଗୀତ ସଂସଦ ପକ୍ଷରୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଶେଷରେ କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । 

ସମସ୍ତ କାର୍ଯ୍ୟକ୍ରମକୁ ପୌର ଯନ୍ତ୍ରୀ ଡି. ଭେଙ୍କେଟରାବଣା, ଯନ୍ତ୍ରୀ ଡି .ଯୁଦ୍ଧିଷ୍ଟିର, ଯନ୍ତ୍ରୀ ବିନୋଦ କିଶାନ, ଅମିନ ବିରଞ୍ଚୀ ମିଶ୍ର , ଇନ୍ଦିରା ଗୌଡ, ନକୁଳ ବିଶୋଇ , ଘନଶ୍ୟାମ ବେହେରାଙ୍କ ସମସ୍ତ ଅନ୍ୟ କର୍ମଚାରୀ ମାନେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ।

 

 

 

0
0
0
s2sdefault