ଅତ୍ୟନ୍ତ ଅବ୍ୟବସ୍ଥା ଦେଇ ଗତି କରୁଛି ପାରଳାଖେମୁଣ୍ଡି ରେଳ ଷ୍ଟେସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Paralakhemundi/Balakrusna Panigrahi : ଗତ ୧୦ ବର୍ଷହେଲାଣି ପାରଳାଖେମୁଣ୍ଡି ରେଳ ଷ୍ଟେସନ ଅତ୍ୟନ୍ତ ଅବ୍ୟବସ୍ଥା ଦେଇ ଗତି କରୁଛି । ୧୯୦୦ ମସିହା ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏହା ନେରୋଗେଜ ରେଳପଥ ଥିଲା । ବ୍ରଡଗେଜରେ ପରିଣିତ କରିବା ପାଇଁ ଏହି ନେରୋଗେଜ ରେଳପଥକୁ  ୨୦୦୦ମସିହାରେ  ଉଠାଇ ଦିଆଯାଇଥିଲା । ବ୍ରଡଗେଜରେ ପରିଣତ ହେବା ପରେ ଏଥିରେ ପୁରୀଠାରୁ ଗୁଣୁପୁର ଭାୟା ପାରଳାଖେମୁଣ୍ଡି ଦେଇ ଚଳାଚଳ ଆରମ୍ଭ କରିଥିଲା । ଦୀର୍ଘ ୧୦ ବର୍ଷ ମଧ୍ୟରେ ଏହି ରେଳ ପଥରେ ବର୍ତ୍ତମାନ ଦୁଇ ଯୋଡା ଲେଖାଏଁଁ ପୁରୀ-ଗୁଣୁପୁର, ରାଉରକେଲା-ଗୁଣୁପୁର ରାଜ୍ୟରାଣିଏµପ୍ରେସ, ବିଶାଖାପାଟନା-ଗୁଣୁପୁର ଏବଂ ପଲାସା-ଗୁଣୁପୁର ପ୍ରଭୃତି ଟ୍ରେନ ଗୁଡାକ ପାରଳାଖେମୁଣ୍ଡି ଦେଇ ଚଳାଚଳ କରୁଛି । ସମସ୍ତ ରେଳଷ୍ଟେସନ ଗୁଡାକ ମଧ୍ୟରେ ପାରଳାଖେମୁଣ୍ଡି  ହୋଇଛି ଏକ ମୁଖ୍ୟ ରେଳ ଷ୍ଟେସନ । ହେଲେ ମଧ୍ୟ ଏଠାରେ ରେଳଯାତ୍ରୀମାନଙ୍କ ନିମନ୍ତେ ମୌଳିକ ସୁବିଧା କିଛି ନାହିଁ ।

ପାରଳାଖେମୁଣ୍ଡି ରେଳଷ୍ଟେସନରେ ପ୍ଲାଟଫାର୍ମର ଉଚ୍ଚତା କମ ଥିବା ଯୋଗୁଁ ଯାତ୍ରୀମାନେ ମୁଖ୍ୟତଃ ବୟସ୍କ ଲୋକ ମାନେ ଟ୍ରେନ ଉପରକୁ ଚଢିବା ଓ ଓହ୍ଲାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ନାହିଁ । ଯେଉଁ ଶୌଚାଳୟଟି ରହିଛି ତାକୁ ତାଲା ମାରି ରଖାଯାଇଛି । ଷ୍ଟେସନରେ ଦୋକାନଟିଏ ନାହିଁ, ପାନୀୟଜଳର ବ୍ୟବସ୍ଥା ନାହିଁ । ନାଳ ବ୍ୟବସ୍ଥା ଅଛି ଏଥିରେ କୁଢକୁଢ ମଇଳା । ସଫାସୁତରା କରାଯାଉନଥିବା ଯୋଗୁଁ ଅପରିଷ୍କାର ପରିବେଷରେ ପୁତ୍ତିଗନ୍ଧମୟ ହୋଇପଡୁଛି । ବସିବା ପାଇଁ ଆବଶ୍ୟକୀୟ ବ୍ୟାଞ୍ଚ ବ୍ୟବସ୍ଥା ନାହିଁ, ବିଶ୍ରାମାଗାରଟିଏ ମଧ୍ୟନାହିଁ, ଷ୍ଟେସନର ପ୍ରବେଶ ପଥକୁ ଘରେ ବିନା ଲାଇଟ ପଙ୍ଖା-ଆଲୋକରେ ବସିବା ପାଇଁ ଯାତ୍ରୀ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗରେ କହିଛନ୍ତି । ବରିଷ୍ଠ ଆଇନଜୀବୀ ବଟକୃଷ୍ଣ ପାତ୍ର ଏବଂ ଜଣେ ମହିଳା ଯାତ୍ରୀ ଅଭିଯୋଗରେ କହିଛନ୍ତି  ।

ଏହି ରେଳପଥ ଦେଇ ଅନେକ ଟ୍ରେନ ଚଳାଚଳ କରୁଛି । ଦୈନିକ ଏହି ଷ୍ଟେସନରୁ ଅଣରୁତୁରେ ୫୦ହଜାର ଟଙ୍କାରୁ ଉର୍ଧ୍ଵ ଏବଂ ରୁତୁରେ ଲକ୍ଷାଧିକ ଟଙ୍କା ଟିକଟ ରାଜସ୍ୱ ଟଙ୍କା ମିଳୁଛିହେଲେ ଯାତ୍ରୀ ମାନଙ୍କୁ ଯେଭଳି ସୁବିଧା ମିଳିବା କଥା ତାହା ମିଳୁନାହିଁ । ଏତେ ବଡ ଷ୍ଟେସନ - ବହୁତ ଲୋକ ବିଭିନ୍ନ ଅଞ୍ଚଳକୁ ଯିବା ଆସିବା କରୁଛନ୍ତି । ହେଲେ ଏହି ଷ୍ଟେସନରେ ଯାତ୍ରୀ ମାନଙ୍କ ପାଇଁ ମୌଳିକ ସୁବିଧା ବ୍ୟବସ୍ଥା କିଛି ନାହିଁ ବୋଲି ଅଭିଯୋଗ କରି ଦୁଇଜଣ ଯାତ୍ରୀ କହିଛନ୍ତି |

 

0
0
0
s2sdefault