ହେଡଲାଇନସ୍:

ଜାତୀୟ ପୁରସ୍କାର ବିଜେତା ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର : ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଆ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେ ଟୁଇଟ କରି ଜଣାଇଛନ୍ତି ଯେ "କୋରାପୁଟ ଜିଲ୍ଲା ଖଟାଲୁଗୁଡ଼ା ପିୟୁପିଏସର ସହକାରୀ ଶିକ୍ଷକ ପବିତ୍ର ମୋହନ ଦାଶଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଏହା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ|"

ଏହାସହିତ ପବିତ୍ର  ଗଣେଶ ଚତୁର୍ଥୀ ଉପଲକ୍ଷେ  ଓଡିଶା ବାସିଙ୍କୁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ | ସେ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ " ଗଣେଶ ଚତୁର୍ଥୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜ୍ଞାନର ଦେବତା, ବିଘ୍ନନାସନ ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ସମସ୍ତଙ୍କ ବିଦ୍ୟାର ଭଣ୍ଡାର ପରିପୂର୍ଣ୍ଣ ହେବା ସହିତ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ।"

0
0
0
s2sdefault