ହେଡଲାଇନସ୍:

ଶାସକ ପ୍ରଶାସକର ପ୍ରଭାବ: ଅରକ୍ଷିତଙ୍କୁ  ମିଳିଲା ବିଜୁ ପକ୍କାଘର କାର୍ଯ୍ୟାଦେଶ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧନ୍ୟବାଦ ସିଏମଓ ଆଉ ପ୍ରଶାସନ, ଗୋଟିଏ ଦିନ ଭିତରେ ଆକ୍ସନ 

ଯେଉଁଠି ବ୍ଲକକୁ ଦୌଡ଼ି ଦୌଡ଼ି ପାଦରୁ ଚମଡା ଛିଡି ଯାଏ, ହାତ ଯୋଡି ଯୋଡି ହାତ ବେଣ୍ଡି ପଡ଼ିଯାଏ, ଯେଉଁଠି ଲାଞ୍ଚ ନଦେଲେ ଯୋଜନା ସୁଫଳ ହିତାଧିକାରୀ ନିକଟରେ ପହଁଚେନି, ସେଇଠି ନିଜେ ପ୍ରଶାସନ ହିତାଧିକାରୀ ପାଖକୁ ଆସିବା, ନିଜେ ବିଡ଼ିଓ ହିତାଧିକାରୀଙ୍କ ଦୁଆର ମୁହଁକୁ ଯାଇ ସସମ୍ମାନେ କାର୍ଯ୍ୟାଦେଶ ଦେବା ନିହାତି ସ୍ୱାଗତଯୋଗ୍ୟ | 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଆମେ ଲେଖିଥିଲୁ " ଯେତେବେଳେ ପ୍ରଶାସନ ଉଦାସୀନ, ସେତେବେଳେ ଅରକ୍ଷିତଙ୍କୁ ଦଇବ ସାହା" | ହେଲେ ଧନ୍ୟବାଦ କଥା ଦଇବ ପର୍ଯ୍ୟନ୍ତ ଯାଇନି, ସେଇ ପ୍ରଶାସନ ହିଁ ତାଙ୍କ ଜାଣତ ବା ଅଜାଣତରେ କରିଥିବା ଅବହେଳାକୁ ସୁଧାରିଛି | ଆଉ ତତ୍ପରତା ଦେଖାଇ ଆଜି ରବିବାର ହୋଇଥିଲେ ମଧ୍ୟ ଅରକ୍ଷିତଙ୍କ ଘରକୁ ଆସି ତାଙ୍କ ହାତରେ ଧରେଇ ଯାଇଛନ୍ତି ପକା ଘର କାର୍ଯ୍ୟାଦେଶ | ଆମେ କେବଳ ଆମ କାମ କରିଥିଲୁ | ପ୍ରଶାସନକୁ ଅବଗତ କରାଇଥୁଲୁ ଅରକ୍ଷିତଙ୍କ ପ୍ରତି ହୋଇଥିବା ଅବିଚାର ସମ୍ପର୍କରେ | ପ୍ରଶାସନ ତତ୍ପରତା ଦେଖାଇଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବି ଦେଖାଇଛନ୍ତି ତତ୍କାଳ ଆଗ୍ରହ ଅରକ୍ଷିତଙ୍କ ନିକଟରେ ନ୍ୟାୟ ପହଂଚାଇବା ପାଇଁ | ଆଉ ଏବେ ମୁଖ୍ୟମନ୍ତ୍ରୀ କରିଥିବା "୫ଟି"ର ପ୍ରଭାବ ଦେଖିବାକୁ ମିଳିବାରେ ଲାଗିଲାଣି |   ଧନ୍ୟବାଦ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ, ଧନ୍ୟବାଦ ବିଡିଓଙ୍କୁ | ଆଉ ସବୁଠୁ ଅଧିକ ଧନ୍ୟବାଦ ଦେବୁ " ଶାସକ ପ୍ରଶାସକ"ର ଖବରକୁ ପଢି ଜଣେ ସମ୍ବେଦନଶୀଳ ନାଗରିକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟୁଇଟ କରିଥିବା ଦୀପା ବାରିକ ମହୋଦୟଙ୍କ | ଗଣମାଧ୍ୟମ, ସମାଜସେବୀ ଓ ପ୍ରଶାସନର ମିଳିତ ଉଦ୍ୟମରେ ଶେଷରେ ଅରକ୍ଷିତଙ୍କ ଲଢେଇ ସଫଳ ହେଲା ଆଉ ସେ ନ୍ୟାୟ ପାଇଲେ | 

 ତାଳବରଡା ତଳେ ଜୀବନ ବିତାଉଥିବା କଦଳୀଗଡ ପଂଚାୟତ ମହୁଲମୁଣ୍ଡା ଗ୍ରାମର ଅରକ୍ଷିତ ମୁଣ୍ଡା ସଂପର୍କରେ "ଶାସକ ପ୍ରଶାସକ" ରେ ଗତ ତା ୩୧/୦୮/୨୦୧୯ ରେ ଏକ ସମ୍ବାଦ ପ୍ରକାଶ ପାଇ ଚହଳ ପକାଇଥିଲା । ଜାହାକି ତାଳ ବରଡା ତଳେ ବିତୁଛି ଜୀବନ , ଫାଇଲ ଭିତରେ ହଜିଯାଇଛି ଅରକ୍ଷିତଙ୍କ ଭାଗ୍ୟ -ଶୀର୍ଷକ ଖବର ପ୍ରକାଶ ପାଇଥିଲା  । ଏହି ସମ୍ବାଦ ପ୍ରକାଶ ପରେ ପ୍ରଶାସନର ନିଦ ଭାଙ୍ଗିଲା । ୧ ସେପ୍ଟେମ୍ବର ସଂଧ୍ୟାରେ ରେଢାଖୋଲ ବିଡିଓ ପରୀକ୍ଷିତ ସାହୁ କଦଳୀଗଡ ପଂଚାୟତର ମହୁଲମୁଣ୍ଡା ଗ୍ରାମକୁ ଯାଇ ଅରକ୍ଷିତକୁ କାର୍ଯ୍ୟାଦେଶ ପତ୍ର ଦେଇଛନ୍ତି । ସୂଚନାଯୋଗ୍ୟ ସରକାରଙ୍କ  ଆବାସ ଯୋଜନାରେ ଫାଇଦା ନ ପାଇ ତାଳ ବରଡା ତଳେ ଜୀବନ ବିତାଉଛନ୍ତି ରେଢାଖୋଲ ବ୍ଲକ୍ କଦଳୀଗଡ ପଂଚାୟତର ମହୁଲମୁଣ୍ଡା ଗ୍ରାମର ଅରକ୍ଷିତ ମୁଣ୍ଡା ।(୪୮) । ୩ ବର୍ଷ ହେଲା ତାଙ୍କ ପତ୍ନୀ ଗୋଲାପୀ ମୁଣ୍ଡାଙ୍କ ବିୟୋଗ ଘଟିଛି । ତାଙ୍କର ୨ ଟି ଝିଅ ଏବଂ ଜଣେ ପୁଅ  । ବଡ ଝିଅ ଅଞଳୀ (୧୨) ୭ ମଶ୍ରେଣୀରେ ପଢୁଥିବା ବେଳେ , ସଂଯୁକ୍ତା(୧୦) ୫ମ ଶ୍ରେଣୀ ,ଏବଂ ଏକ ମାତ୍ର ପୁଅ ବିଦେଶୀ (୬) ୧ମ ଶ୍ରେଣୀରେ ସ୍ଥାନୀୟ ସାମସିଂହା ଆଶ୍ରମ ବିଦ୍ୟାଳୟରେ ପାଠ ପଢୁଛନ୍ତି । ତାଙ୍କର ଜମିବାଡି କିଛି ନାଇଁ । କେବଳ ରାସନ୍ କାର୍ଡ ମିଳିଛି । ଅସହାୟ ଅବସ୍ଥାରେ ଅରକ୍ଷିତଙ୍କ ଜୀବନ ବିତୁଛି । ମୂଲ ମଜୁରୀ କରି ପେଟ ପୋଷନ୍ତି ସେ । ମଜୁରୀ ନ କଲେ ସେ ଦିନ ଭୋକରେ ଦିନ କାଟିବାକୁ ପଡୁଛି ତାଙ୍କୁ । ଘର ମରାମତି ପାଇଁ ଆବଶ୍ୟକ ସମ୍ବଳ ଅଭାବରୁ ବର୍ଷା ଦିନରେ ଘର ଭିତରେ ପାଣି ପଶିଯାଉଛି । ସରକାରୀ ସହାୟତା ପାଇଁ ଦାରିଦ୍ର୍ୟ ସୀମାରେଖାର ମାନଦଣ୍ଡ ଅରକ୍ଷିତ ପାଇଁ ଅବୁଝା ହୋଇରହିଛି । କଦଳୀଗଡର ସରପଂଚଙ୍କୁ ଏ ସଂପର୍କରେ ଜଣାଇଥିଲେ ମଧ୍ୟ ଫାଇଲ ଭିତରେ ହଜିଯାଇଥିଲା ଅରକ୍ଷିତଙ୍କ ଭାଗ୍ୟ । ସରକାରୀ ସହାୟତା ତାଙ୍କ ପାଇଁ ଅପହଂଚ ହୋଇ ରହିଥିଲା । ଭଙ୍ଗାଘର ଓ ତାଳ ବରଡା ତଳେ ଜୀବନ ବିତାଉଥିବା  ଅରକ୍ଷିତଙ୍କ ପରିବାର ପାଇଁ ସରକାରୀ ସହାୟତା ଉପହାସ ସଦୃଶ ହୋଇପଡିଥିଲା । ପୀଡିତ ପରିବାରକୁ ବିଭାଗୀୟ ଉଚ୍ଚ କତୃପକ୍ଷ ଘଟଣାର ତଦନ୍ତ ପାଇଁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ମଧ୍ୟ ହୋଇଥିଲା । ରେଢାଖୋଲ ବିଡିଓ ପରକ୍ଷିତ ସାହୁ ନିଜେ ଯାଇ ଅରକ୍ଷିତକୁ ଘର ତିଆରି ପାଇଁ କାର୍ଯ୍ୟାଦେଶ ଦେଇଥିବାରୁ ଭାରି ଖୁସି ଅନୁଭବ ବୋଲି ପ୍ରକାଶ କରିଛନ୍ତି । 

 

0
0
0
s2sdefault