ହେଡଲାଇନସ୍:

ଇଲେକ୍ଟରାଲ  ଯାଞ୍ଚ ପ୍ରକ୍ରିୟାର ଜିଲ୍ଲାସ୍ତରୀୟ ଶୁଭାରମ୍ଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆଜି "ସମରି ରିଭିଜନ-୨୦୨୦" ଅବସରରେ   ଇଲେକ୍ଟର୍ ଯାଞ୍ଚ ପ୍ରକ୍ରିୟାର  ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ  ଯାଇଛି ।

    ଜିଲ୍ଲାପାଳ ଅନୁପମ ଶାହା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମାନ୍ୟବର ଭାରତ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆମକୁ  ପତ୍ର ମାଧ୍ୟମରେ ଜଣାଇବା ପ୍ରକାରେ ଗଜପତି ଜିଲ୍ଲାରେ ଆଜିଠାରୁ ଏହି ଇଲେକ୍ଟର୍ ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ  ଆଜିଠାରୁ ଅର୍ଥାତ ସେପ୍ଟେମ୍ବର ୧ ରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ,  ୪୫ ଦିନ ଧରି ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ  ଇଲେକ୍ଟର୍ ମାନଙ୍କ ଯାହାକିଛି ବି ଭୁଲ ଭଟକା ରହିଛି ଏବଂ ଠିକ ଅଛି ନା ନାହିଁ, ସେ ସବୁର ନିୟୋଜିତ ହୋଇଥିବା  ବୁଥ୍ ସ୍ତରୀୟ ଅଧିକାରୀ ମାନେ ଯାଞ୍ଚ କରି ଠିକଠାକ୍ କରିବେ ।ଯେଉଁଥିରେ କି କୋଣସି ପ୍ରକାର ଭୁଲ ଠିକର ଆବଶ୍ୟକ ପଡୁଛି , ଯାହାକି , କଳାଧଳା ଫଟୋ ଜାଗାରେ କଲର ଫଟୋ ଲଗାଇବାର ଅଛି , କି ଗୋଟିଏ ପରିବାରର ସଦସ୍ୟ ମାନେ  କୌଣସି କାରଣ ବଶତଃ  ଦୁଇଗୋଟି ବୁଥ୍ ରେ ରହି ଯାଇଛନ୍ତି , ସେହି ସଦସ୍ୟ ମାନଙ୍କ ନାମ  ତାଲିକା ଠିକଠାକ୍ କରି ଗୋଟିଏ ହିଁ ବୁଥ୍ ତାଲିକାରେ ରଖିବାକୁ ହେବା । ଏ ସମ୍ପର୍କିତ ଯେତେ ସବୁ ସମସ୍ୟା  ଆମ ନଜରକୁ  ଆସିଲେ ମଧ୍ୟ ସେ ସବୁର ଆବଶ୍ୟକ ଠିକଠାକ୍ କରାଯିବ । ଏ ସମ୍ପର୍କରେ ସମ୍ପୃକ୍ତ ବୁଥ୍ ସ୍ଥର୍ ଅଧିକାରୀ ମାନଙ୍କୁ କୁହାଯାଇଛି ।

ଜିଲ୍ଲାରେ ଯେଉଁ  ଭୋଟର ତାଲିକା ପଞ୍ଜିକରଣ ଅଧିକାରୀ ତଥା ଉପ- ଜିଲ୍ଲାପାଳ  ଓ ସହକାରୀ ଅଧିକାରୀ ରହିଛନ୍ତି ସେମାନେ ପ୍ରତ୍ୟେକ ବ୍ଲକର ବୁଥ୍ ପରିଦର୍ଶନ କରି ଅନୁଧ୍ୟାନ କରିବେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ।     ଏହି ୪୫ ଦିନିଆ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ   ମଧ୍ୟରେ ଏହି କାର୍ଯ୍ୟକ୍ରମ କିଭଳି ଭଲରେ ସମ୍ପାଦନ ହେବ , ସେଥିପାଇଁ  ଜିଲ୍ଲା ନିର୍ବାଚନ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଉଛି ବୋଲି ଜିଲ୍ଲାପାଳ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ ।   ଅନ୍ୟପକ୍ଷରେ  ବୁଥ୍ ସ୍ତର ଅଧିକାରୀ ମାନେ ରବିବାର ଦିନ ବୁଥ୍ ରେ ରହି ଏବଂ ଅନ୍ୟ ଦିନ ମାନଙ୍କରେ  ଫିଲ୍ଡ଼ ଯାଇ ଏହି କାର୍ଯ୍ୟ କରିବେ ବୋଲି ଜଣାଯାଇଛି । 

      ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର ତଥା ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ ମଞ୍ଚସୀନ ରହି କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଉପ-ଜିଲ୍ଲାପାଳ ସରୋଜ କୁମାର ବେହେରା , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ଏବଂ ନିର୍ବାଚନ ବିଭାଗର ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ସଂଖ୍ୟାରେ ବୁଥ୍ ସ୍ତର ଅଧିକାରୀ ମାନେ ଉପସ୍ଥିତ ଥିଲେ।

    ଦେଶର ଜଣେ ଦାୟିତ୍ଵ ସମ୍ପନ୍ନ ନାଗରିକ ଭାବେ ମୁଁ ଶପଥ ନେଉଛି ଯେ , ଫୋଟୋ ଭୋଟର ତାଲିକାରେ ମୋର ତଥ୍ୟ ଯାଞ୍ଚ କରିବି ଏବଂ ଆସନ୍ତା ୧୫ ଅକ୍ଟୋବର ୨୦୧୯ ସୁଧା ତାହା ଶତ-ପ୍ରତିଶତ ଠିକ ଅଛି ବୋଲି ପ୍ରମାଣିତ କରିବି ବୋଲି ଉପସ୍ଥିତ ସମସ୍ତ  ବୁଥ୍ ସ୍ତର ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଅନୁପମ ଶାହା ଶେଷରେ  ଶପଥ ପାଠ କରାଇଥିଲେ ।

 

 

0
0
0
s2sdefault