ହେଡଲାଇନସ୍:

ଜିଲ୍ଲାପାଳଙ୍କର ପ୍ରଥମ ପାଇକମାଲ ଗସ୍ତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମହାପ୍ରଭୁ ନୃସିଂହନାଥଙ୍କର ଦର୍ଶନ ପରେ ସମ୍ଭାଳିଲେ ଆୟୁର୍ବେଦ କଲେଜ ର ସଭାପତି ପଦ

ବରଗଡ :- ଆଜି ବରଗଡ଼ ଜିଲ୍ଲା ର ଜିଲ୍ଲାପାଳ ଶ୍ରୀ ଜ୍ୟୋତିରଞ୍ଜନ ପ୍ରଧାନ ପାଇକମାଲ ଆସି ପ୍ରଥମେ ନୃସିଂହନାଥ ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ । ଶ୍ରୀ ଶ୍ରୀ ନୃସିଂହନାଥ ପରିସରରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ଜିଲ୍ଲାପାଳଙ୍କ ସହିତ ଠାକୁରଙ୍କୁ ଦର୍ଶନ କରିବା ପରେ ଜିଲ୍ଲାପାଳ ଓ ବିଧାୟକ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ କୁ ପହଂଛି ଥୁଲେ ।

 ବିଗତ କିଛି ଦିନ ତଳେ ରାଜ୍ୟ ସରକାର ଓ ଉଚ୍ଚ ନ୍ୟାୟାଳୟଙ୍କର ଆଦେଶ ଅନୁସାରେ ବରଗଡ଼ ଜିଲ୍ଲାପାଳ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ର ସଭାପତି ଭାବରେ ଆନୁଷ୍ଠାନିକ ଭାବରେ ଦାଇତ୍ୱ ଗ୍ରହଣ କରିଥିଲେ । କଲେଜ ପ୍ରିନ୍ସିପାଲ ଶ୍ରୀମତୀ କାମିନୀ କରଙ୍କର ଚେମ୍ବରରେ ରାଜ୍ୟ ସରକାରଙ୍କର ଦ୍ୱାରା ନିର୍ବାଚିତ ସଭ୍ୟ ଶ୍ରୀ ବିଜୟ କୁମାର ସ୍ବାଇଁ , ଶ୍ରୀ ଧବଳେଶ୍ବର ସାହୁ , ଶ୍ରୀ ରାଜେନ୍ଦ୍ର ରାଉତ , ପ୍ରଶାନ୍ତ କୁମାର ମହାନ୍ତି , ଶ୍ରୀ ହୃଷିକେଶ ବରିହା ଙ୍କର ସହିତ ଆଲୋଚନା କରିଥିଲେ । ଆଇନ ଅନୁସାରେ ମାନ୍ୟବର ବିଧାୟକ ଓ ମାନ୍ୟବର ଲୋକସଭା ସାଂସଦ ମଧ୍ୟ ଏହି କଲେଜ ପରିଚାଳନା କମିଟିର ସଭ୍ୟ । ତେବେ ପରିଚାଳନା କମିଟି ପୂର୍ଣ ରୂପରେ ଗଠନ ହେଇପାରି ନଥିବାରୁ ଖୁବ ଶୀଘ୍ର ଏହା ଗଠନ କରାଯାଇ ପରିଚାଳନା କମିଟି ର ବୈଠକ ଡାକି ବାକୁ ମାନ୍ୟବର ବିଧାୟକ ଶ୍ରୀ ବରିହା ଜିଲ୍ଳାପାଳ ଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରିନ୍ସିପାଲ  ଶ୍ରୀମତୀ କର ପରିଚଳନା କମିଟି ବର୍ତମାନ ନଥିବାରୁ କଲେଜ ତଥା ହସ୍ପିଟାଲରେ ଅନେକ ଅସୁବିଧା ହେଉଥିବା କହିଥିଲେ । ଖୁବଶୀଘ୍ର ସବୁ ସମସ୍ୟାର ସମାଧାନ ହେଇଯିବା ବୋଲି ବିଧାୟକ ଓ ଜିଲ୍ଲାପାଳ ଜଣାଇଛନ୍ତି । ଏହାପରେ  ବିଧାୟକ ଓ ଜିଲ୍ଳାପାଳ କଲେଜ ଓ ହସ୍ପିଟାଲ ର ବିଭିନ୍ନ ସ୍ଥାନ ବୁଲି ଦେଖିଥଲେ । ଏହି ସବୁ କାର୍ଯକ୍ରମରେ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୱାନ , ପାଇକମାଲ ବିଡ଼ିଓ  ଶ୍ରୀ ସଦାଶିଵ ନାୟକ, ଅତିରିକ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ , ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault