ହେଡଲାଇନସ୍:

ଖୋଲିଲା ଓ୍ୱାନ୍ ଷ୍ଟପ୍ ସେଣ୍ଟର- "ସଖୀ'

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀରରେ  ଉଦ୍ଘାଟନ କଲେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ 

ନିର୍ଯାତିତା ମହିଳାଙ୍କୁ ସମନ୍ୱିତ ସହାୟତା ପ୍ରଦାନ ନିମନ୍ତେ ନିର୍ଭରଯୋଗ୍ୟ ମାଧ୍ୟମ

ବଲାଙ୍ଗୀର (ଶାସକ ପ୍ରଶାସକ): ନିର୍ଯାତନାର ଶିକାର ହୋଇଥିବା ମହିଳା ଓ ବାଳିକାମାନଙ୍କୁ ଗୋଟିଏ ଛାତ ତଳେ ଶାରୀରିକ ଓ ମାନସିକ ଚିକିତ୍ସା ସହ ନ୍ୟାୟ ପ୍ରଦାନ ନିମନ୍ତେ ଆଇନ ସହାୟତା ଯୋଗାଇଦେବା କ୍ଷେତ୍ରରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟକରୁଛି ଓ୍ୱାନ୍ ଷ୍ଟପ୍ ସେଣ୍ଟର- "ସଖୀ' ସଂପ୍ରତି ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବଲାଙ୍ଗୀର ଜିଲ୍ଲାରେ ଏକ ନୂତନ ସେଣ୍ଟର ଉଦ୍ଘାଟନ କରିଛନ୍ତିା ୨୦୧୫ ଅକେଫାବର ୧ ତାରିଖରେ ପ୍ରଥମ ସଖୀ କେନ୍ଦ୍ର ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ପରିସରରେ ଖୋଲାଯାଇଥିଲାା ଏ ପର୍ଯ୍ୟନ୍ତ ରାଜ୍ୟର ୧୬ଟି ଜିଲ୍ଲା ଯଥା ଅନୁଗୋଳ, ବଲାଙ୍ଗୀର, ବରଗଡ଼, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, କେନ୍ଦ୍ରାପଡ଼ା, କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ, ମାଲକାନଗିରି, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଏହି ସଖୀ କେନ୍ଦ୍ର ଖୋଲାଯାଇଛିା

ପାରିବାରିକ ହିଂସା, ଯୌତୁକ ନିର୍ଯାତନା, ବଳତ୍କାର, ମହିଳା ଚାଲାଣ, ଯୌନ ଉତ୍ପୀଡ଼ନ ଭଳି ନିର୍ଯାତନାର ଶିକାର ହୋଇଥିବା ମହିଳା ଓ ବାଳିକାମାନଙ୍କୁ ଉଦ୍ଧାର କରାଯାଇ ଏହି ଡାକ୍ତରଖାନାଭିତ୍ତିକ "ସଖୀ' କେନ୍ଦ୍ରଗୁଡ଼ିକରେ ରଖାଯାଇଥାଏା ଏଠାରେ ପିଡ଼ୀତାଙ୍କୁ ଡାକ୍ତରୀ ଚିକିତ୍ସା, ମାନସିକ ସହାୟତା ଦେବା ସହ ନ୍ୟାୟ ପ୍ରଦାନ ପାଇଁ ଆଇନ ପରାମର୍ଶ ମଧ୍ୟ ଯୋଗାଇ ଦିଆଯାଇଥାଏା ହିଂସାର ଶିକାର ହୋଇଥିବା ଯେକୌଣସି ୧୮ ବର୍ଷ ବୟସରୁ କମ ମହିଳା ଓ ବାଳିକା ଏହି ଓ୍ୱାନ୍ ଷ୍ଟପ୍ ସେଣ୍ଟର ଜରିଆରେ ଡାକ୍ତରୀ ସହାୟତା ପାଇବା ସହ ନିକଟସ୍ଥ ଥାନାରେ ଏଫ୍ଆଇଆର୍ ଦାଖଲ କରି ପାରିବୋ ସେହିଭଳି ଘରୋଇ ହିଂସା ଆଇନ-୨୦୦୫ ଅନୁଯାୟୀ ପାରିବାରିକ ହିଂସା ରିପୋର୍ଟ ଦାଖଲ କରିବା ଦିଗରେ ସୁରକ୍ଷା ଅଧିକାରୀଙ୍କ ସହାୟତା ନେଇପାରିବୋ ଏଠାରେ ମଧ୍ୟ ପିଡ଼ୀତାଙ୍କୁ ମନସ୍ତାତ୍ତ୍ୱିକ ଓ ସାମାଜିକ ପରାମର୍ଶ ଦିଆଯାଇଥାଏା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଆଶ୍ରୟ ଗୃହଗୁଡ଼ିକ ସହଯୋଗରେ ଆଇନଗତ ସହାୟତା ପ୍ରଦାନ କରାଯାଇଥାଏା ଉଚ୍ଚଶିକ୍ଷିତ ଏବଂ ଦକ୍ଷ କେନ୍ଦ୍ର ପରିଚାଳକ ତଥା କାଉନ୍ସେଲରମାନଙ୍କ ଦ୍ୱାରା ପରିଚାଳିତ ଏହି କେନ୍ଦ୍ରଗୁଡ଼ିକ ୨୪ ଘଣ୍ଟା କାର୍ଯ୍ୟକରିଥାଏା ଡାକ୍ତର, ଓକିଲ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ସମନ୍ୱୟ ରକ୍ଷା କରି କାର୍ଯ୍ୟକରିଥାଏା ବିଭାଗୀୟ ଅଧିକାରୀମାନେ ନିୟମିତ ଭାବେ ଏହି ସେଣ୍ଟର ପରିଦର୍ଶନ କରିବା ସହ ଏହାର ପରିଚାଳନାକୁ ନିରୀକ୍ଷଣ ଏବଂ ଅନୁଧ୍ୟାନ କରିଥାନ୍ତିା

ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ଏହି ସେଣ୍ଟରଗୁଡ଼ିକୁ ଅଧିକ ସଶକ୍ତ କରିବା ଏବଂ ସୁପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଜିଲ୍ଲା ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିୟମିତ ଭାବେ ପ୍ରଶିକ୍ଷଣ ଦିଆଯାଉଛିା ୨୦୧୫ ଅକେଫାବର ୧ରୁ ଏହି "ସଖୀ' କେନ୍ଦ୍ର ଆରମ୍ଭ ହେବାଠାରୁ ଏ ଯାବତ୍ ୧୩୩୧ ଜଣ ପିଡ଼ୀତାଙ୍କୁ ସହାୟତା ପ୍ରଦାନ କରାଯାଇଛି |  ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ନିୟମିତ ଭାବେ ଏହି ଓ୍ୱାନ୍ ଷ୍ଟପ୍ ସେଣ୍ଟରଗୁଡ଼ିକର ପରିଚାଳନାକୁ ସମୀକ୍ଷା କରିବା ସହ ଖୁବ୍ ଶୀଘ୍ର ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଏହି କେନ୍ଦ୍ର ଖୋଲିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା

ହିଂସାର ଶିକାର ହୋଇଥିବା ମହିଳାମାନଙ୍କ କ୍ଷେତ୍ରରେ ସମନ୍ୱିତ ପ୍ରକ୍ରିୟାରେ ନିଜ ନିଜ ଜିଲ୍ଲାରେ ଆବଶ୍ୟକୀୟ ସହାୟତା ପାଇବା ପାଇଁ ଓ୍ୱାନ୍ ଷ୍ଟପ୍ ସେଣ୍ଟର ଏକ ନିର୍ଭରଯୋଗ୍ୟ ମାଧ୍ୟମ |

 

 

 

 

0
0
0
s2sdefault