ପ୍ରଶାସନ ଯେତେବେଳେ ଉଦାସୀନ, ସେଠି ଅରକ୍ଷିତଙ୍କୁ  ଦଇବ ସାହା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ତାଳ ବରଡା ତଳେ ବିତୁଛି ଜୀବନ, ଫାଇଲ ଗଦା ଚାପରେ ଚେପା ଦବି ଯାଇଛି ଅରକ୍ଷିତଙ୍କ ଭାଗ୍ୟ

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ 

 ସରକାର ଗରୀବ ଶ୍ରେଣୀର ଲୋକମାନଙ୍କର ଉନ୍ନତି ପାଇଁ ନାନା ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯାହାର ରହିବା ପାଇଁ ବାସଗୃହ ନାହିଁ ସେମାନଙ୍କ ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ବିଜୁ ପକ୍କାଘର ଯୋଜନା ରେ ଘର ଯୋଗାଇ ଦେଉଛନ୍ତି । ଏଥିପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରକୃତ ହିତାଧିକାରୀ ଏହି ଯୋଜନାର ।ଇଦା ପାଇ ପାରୁ ନାହାନ୍ତି । କିଛି କୁଜୀନେତାଙ୍କ ପ୍ରଲୋଭନରେ ସରକାରୀବାବୁମାନେ ଧନୀକ ଲୋକ ମାନଙ୍କ ଠାରୁ ମୋଟା ଅଙ୍କର ଫାଇଦା ପାଇ ଆବାସ ଘର ଦେଉଥିବା ନଜିର ରହିଛି । ସଠିକ୍ ସର୍ଭେ ହେଉ ନ ଥିବାରୁ ଯୋଗ୍ୟ ହିତାଧିକାରୀ ଏଇ ସବୁ ଯୋଜନାର ସୁଳ ପାଇ ପାରୁନାହାନ୍ତି । ଏପରିକି ଗୋଟିଏ ଘରୁ ଦୁଇ ଦୁଇ ଟି ଘର ହାତେଇବାର ମଧ୍ୟ ନଜିର ରହିଛି ।  ଯାହାକି ଅନୁସନ୍ଧାନ କଲେ ସମସ୍ତ ତଥ୍ୟ ମିଳିପାରିବ ।

    ସରକାରଙ୍କ ଏଇ ଆବାସ ଯୋଜନାରେ ଫାଇଦା ନ ପାଇ ତାଳ ବରଡା ତଳେ ଜୀବନ ବିତାଉଛନ୍ତି ରେଢାଖୋଲ ବ୍ଲକ୍ କଦଳୀଗଡ ପଂଚାୟତର ମହୁଲମୁଣ୍ଡା ଗ୍ରାମର ଅରକ୍ଷିତ ମୁଣ୍ଡା ।(୪୮) । ୩ ବର୍ଷ ହେଲା ତାଙ୍କ ପତ୍ନୀ ଗୋଲାପୀ ମୁଣ୍ଡାଙ୍କ ବିୟୋଗ ଘଟିଛି । ତାଙ୍କର ୨ ଟି ଝିଅ ଏବଂ ଜଣେ ପୁଅ  । ବଡ ଝିଅ ଅଞଳୀ (୧୨) ୭ ମଶ୍ରେଣୀରେ ପଢୁଥିବା ବେଳେ , ସଂଯୁକ୍ତା(୧୦) ୫ମ ଶ୍ରେଣୀ ,ଏବଂ ଏକ ମାତ୍ର ପୁଅ ବିଦେଶୀ (୬) ୧ମ ଶ୍ରେଣୀରେ ସ୍ଥାନୀୟ ସାମସିଂହା  ଆଶ୍ରମ ବିଦ୍ୟାଳୟରେ ପାଠ ପଢୁଛନ୍ତି । ତାଙ୍କର ଜମିବାଡି କିଛି ନାଇଁ । କେବଳ ରାସନ୍ କାର୍ଡ ମିଳିଛି । ଅସହାୟ ଅବସ୍ଥାରେ ଅରକ୍ଷିତଙ୍କ ଜୀବନ ବିତୁଛି । ମୂଲ ମଜୁରୀ କରି ପେଟ ପୋଷନ୍ତି ସେ । ମଜୁରୀ ନ କଲେ ସେ ଦିନ ଭୋକରେ ଦିନ କାଟିବାକୁ ପଡୁଛି ତାଙ୍କୁ । ଘର ମରାମତି ପାଇଁ ଆବଶ୍ୟକ ସମ୍ବଳ ଅଭାବରୁ ବର୍ଷା ଦିନରେ ଘର ଭିତରେ ପାଣି ପଶିଯାଉଛି । ସରକାରୀ ସହାୟତା ପାଇଁ ଦାରିଦ୍ର୍ୟ ସୀମାରେଖାର ମାନଦଣ୍ଡ ଅରକ୍ଷିତ ପାଇଁ ଅବୁଝା ହୋଇରହିଛି । କଦଳୀଗଡର ସରପଂଚଙ୍କୁ ଏ ସଂପର୍କରେ ଜଣାଇଥିଲେ ମଧ୍ୟ ଫାଇଲ ଭିତରେ ହଜିଯାଇଛି ଅରକ୍ଷିତଙ୍କ ଭାଗ୍ୟ । ସରକାରୀ ସହାୟତା ତାଙ୍କ ପାଇଁ ଅପହଂଚ ହୋଇ ରହିଛି । ଭଙ୍ଗାଘର ଓ ତାଳ ବରଡା ତଳେ ଜୀବନ ବିତାଉଥିବା  ଏକ ବେସାହାରା ପରିବାର ପାଇଁ ସରକାରୀ ସହାୟତା ଉପହାସ ସଦୃଶ ହୋଇଛି । ପୀଡିତ ପରିବାରକୁ ବିଭାଗୀୟ ଉଚ୍ଚ କତୃପକ୍ଷ ଘଟଣାର ତଦନ୍ତ ପାଇଁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

 

0
0
0
s2sdefault