ହେଡଲାଇନସ୍:

୧୪୪୦ ଜଣଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂହ ବାଣ୍ଟିଲେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ କାର୍ଯ୍ୟାଦେଶ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା(ଶାସକପ୍ରଶାସକ)-ସୋହେଲା ବ୍ଲକ ଅଫିସଠାରେ ଆଜି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ କରାଯାଇଥିଲା । ମୁଖ୍ୟ ଅତିଥିଭାବରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଯୋଗଦେଇ ଏହାକୁ ବଂଟନ କରିଥିଲେ । ସମ୍ମାନୀତ ଅତିଥିଭାବରେ ଜିଲା ପରିଷଦ ସଦସ୍ୟ ସୁବ୍ରତ ବେହେରା ଓ ଦୟାନିଧି ପଟେଲ ଯୋଗ ଦେଇଥିଲେ । ଏଥିରେ ସଭାପତିତ୍ୱ କରିଥିଲେ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା । ସ୍ୱାଗତ ଭାଷଣ ଦେଇ ଭାରପ୍ରାପ୍ତ ବିଡିଓ ଅଶୋକ ଗଡତିଆ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଘର ତିଆରିର ନୂତନ ଡିଜାଇନ ଉପରେ ଆଲୋକପାତ କରିଥିଲେ | କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡବ୍ଲୁଇଓ ଅତିଶ କୁମାର ଭୋଇ । ଏଥିରେ ବାଉଁସେନମୁରା ପଂଚାୟତର ୧୧୧ଜଣ,ଛୁରିଆପାଲି ପଂଚାୟତର ୧୦୬ଜଣ,ଡୁମ୍ବେରପାଲି ପଂଚାୟତର ୧୩୧ଜଣ,ଘେଁସ ପଂଚାୟତର ୮୮ଜଣ,ଝର ପଂଚାୟତର ୪୦ଜଣ,କଲଙ୍ଗାପାଲି ପଂଚାୟତର ୩୧ଜଣ,ଜଟଲା ପଂଚାୟତର ୫୯ଜଣ,କନାପାଲି ପଂଚାୟତର ୭୨ଜଣ,କନଗାଁ ପଂଚାୟତର ୧୨୮ଜଣ,କରଣ୍ଡୋଲା ପଂଚାୟତର ୫୭ଜଣ,ପାଣିମୋରା ପଂଚାୟତର ୧୧୩ଜଣ,ରେଂଗାଲି ପଂଚାୟତର ୧୨୮ଜଣ,ସନିମାଲ ପଂଚାୟତର ୮୪ଜଣ,ସର୍କଣ୍ଡା ପଂଚାୟତର ୬୧ଜଣ,ସୋହେଲା ପଂଚାୟତର ୯୧ଜଣ ଓ ଟୁଙ୍ଗିବନ୍ଧଲୀ ପଂଚାୟତର ୧୪୦ଙ୍କୁ ଏହି କାର୍ଯ୍ୟାଦେଶ ବଂଟନ କରାଯାଇଥିଲା । କାର୍ଯ୍ୟଦେଶ ବଂଟନରେ ସଂପୃକ୍ତ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ସହଯୋଗ କରିଥିଲେ । 

 

0
0
0
s2sdefault