ହେଡଲାଇନସ୍:

ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟରେ ଦୁଇ ମାତାଲ କର୍ମଚାରୀଙ୍କ ଉତ୍ପାତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନାଲି ପାଣି ପ୍ରଭାବରେ ଖାଲି ଶ୍ଳୋକ ଉଡିଲା, ଜିଲ୍ଲାପାଳ ଅଫିସ ହୁଲସ୍ତୁଲ

ଜିଲ୍ଲାପାଳ ଦେଲେ ଏତଲା, ଆଣିଲେ ଗୁରୁତର ଅଭିଯୋଗ 

ଭୁବନେଶ୍ୱର-ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ବାରିପଦା କିଲଟରିରେ | ଦୁଇ ମାତାଲ କର୍ମଚାରୀଙ୍କ ଉତ୍ପାତିଆ କାନ୍ଦ କିଛି ସମୟ ପାଇଁ ଅସ୍ଵାଭାବିକ କରିଦେଇଥିଲା ପରିବେଶକୁ |  ଅଗଷ୍ଟ ୩୦ ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅନୁପସ୍ଥିତିରେ ଯଜେ୍ଞଶ୍ୱର ଦାଶ ଓ ବିରଞ୍ଚି ନାୟକ ଦୁଇ ଜଣ ନିଶାସକ୍ତ ପିଅନଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲେ । ଏଥିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ  ଦରଜାର କାଛ ଭାଙ୍ଗି ଯାଇଥିଲା । ଜଣେ ପ୍ରତ୍ୟକ୍ଷଦର୍ଶୀ ଆମ ପାଖକୁ ପଠାଇଥିବା ଭିଡିଓରେ ଜଣେ ପିଅନ ଯୋଉ ଭାଷା ବା ଯୋଉ ଶ୍ଳୋକ ଆବୃତି କଲେ, ଆକଚୁଆଲି କାନରେ ଶୁଣିବାକୁ ଅଖାଡୁଆ ଲାଗିବ |

ଅପରାହ୍ନରେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ କାର୍ଯ୍ୟାଳୟ ପ୍ରକୋଷ୍ଟ ମଧ୍ୟକୁ ପ୍ରବେଶ କରୁଥିବା ସମୟରେ ଦରଜାର କାଚ ଭାଙ୍ଗିଯାଇଥିବାର ଦେଖିବାକୁ ପାଇଥିଲେ ଏବଂ ଭିତରକୁ ଯାଇ ପିଅନମାନଙ୍କୁ ଡ଼କାଇ ଦରଜାର କାଚ କିପରି ଭାଙ୍ଗିଲା ବୋଲି ପ୍ରଶ୍ନ କରିବାରୁ ସେମାନେ ଏହାର ଉତ୍ତର ଦେଇପାରିନଥିଲେ | ସେମାନେ ମଦ ପିଇଥିବାର ଜାଣିବାର ସନ୍ଦେହ କରି ବାରିପଦା ଟାଉନଥାନା ପୁଲିସକୁ ଡ଼କାଇଥିଲେ । ଖବରପାଇ ବାରିପଦା ଥାନା ଅଧିକାରୀ ଅଶୋକ କୁମାର ନାୟକ ପହଁଞ୍ଚି  ଦୁଇ ପିଅନଙ୍କୁ ନେଇ ଥାନାରେ ଅଟକ ରଖିଥିଲେ । ଏହି ସମୟରେ ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ପ୍ରମୁଖ ଉପସ୍ଥିତ ରହିଥିଲେ । 

ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଏତଲା ଉପରେ କାର୍ଯାନୁଷ୍ଠାନ କରିଛି ମୟୁରଭଞ୍ଜ ପୋଲିସ | ଜିଲ୍ଲାପାଳ ଶ୍ରୀ ଭରଦ୍ଵାଜ ଦେଇଥିବା ଅଭିଯୋଗରେ ଉଲ୍ଲେଖ ଅଛି ଯେ ଗତକାଲି ଦିନ ୨ଟାରୁ ୩ଟା ୩୦ ମଧ୍ୟରେ ଉପରୋକ୍ତ ଦୁଇ ପିଅନ ଚରମ ବିଶୃଙ୍ଖଳା ସୃଷ୍ଟି କରିବା ସହ ଉତ୍ପାତ ମଚାଇଥିଲେ | ସେମାନେ ଅତ୍ୟନ୍ତ ଉଚ୍ଚ ସ୍ୱରରେ ପାଟି କରିବା ସହ ଅସଭ୍ୟ ଭାଷା ପ୍ରୟୋୟ କରିଥିଲେ | ତାଙ୍କ କାର୍ଯ୍ୟାଳୟରେ ଲାଗିଥିବା କାଚ ଝରକା ଓ କବାଟ ମଧ୍ୟ ସେମାନଙ୍କ ଆକ୍ରମଣରୁ ବର୍ତ୍ତୀ ନଥିଲା | ଏପରିକି ଅଫିସ ଭିତରେ ଥିବା କିଛି ଜିନିଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା | ସେମାନଙ୍କ ଆଚରଣ ଜିଲ୍ଲାପାଳ କାର୍ଯ୍ୟାଳୟରେ ଅସ୍ୱାଭାବିକ  ବାତାବରଣ ସୃଷ୍ଟି କରିଥିଲା ବୋଲି ଜିଲ୍ଲାପାଳ ଏସପିଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିବା ସହ ତଦନ୍ତ କରି ଆବଶ୍ୟକ କାର୍ଯାନୁଷ୍ଠାନ ନେବା ପାଇଁ କହିଥିଲେ | ବାରିପଦା ପୋଲିସ ଏହି ଏତଲା ଆଧାରରେ ଆଇପିସି ଧାରା ୩୪୧/୨୯୪/୪୨୭/୫୦୬ ଓ ୩୪ ତଥା ୩ ପିଡିପିପି ଆକ୍ଟ ଅନୁସାରେ  ୧୯୧/୧୯ ନମ୍ବର ମାମଲା  ରୁଜୁ କରିଛନ୍ତି |   

 

 

 

0
0
0
s2sdefault