ହେଡଲାଇନସ୍:

ଉଠାଜଳସେଚନ ନିଗମ କାର୍ଯ୍ୟର ସମୀକ୍ଷା କଲେ ଜଳ ସମ୍ପଦ ମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କ୍ଲଷ୍ଟର ଡିପ୍ ବୋର ୱେଲ  ଖନନ କାର୍ଯ୍ୟ  ଶିଘ୍ର ଶେଷ କରିବା ଉପରେ  ଗୁରୁତ୍ୱ ।  

ଭୁବନେଶ୍ୱର :(shasak Prashasak) : ରାଜ୍ୟରେ କୃଷିର ଅବିବୃଦ୍ଧି ଓ କୃଷକମାନଙ୍କ ସାମାଜିକ ଅର୍ଥନୈତିକ ବିକାଶରେ ଉଠା ଜଳସେଚନ ବ୍ୟବସ୍ଥା ପ୍ରମୁଖ ଭୂମିକା ଗ୍ରହଣ କରିଛି ।  କୃଷି ଓ କୃଷକକୁ ସହଯୋଗ କରିବାରେ ଉଠାଜଳସେଚନ ନିଗମର ଅଧିକ ଭାଗିଦାରିତା ରହିଛି । ଏହାକୁ  ଅଧିକ  କ୍ରିୟାଶୀଳ କରିବା ଉଦେ୍ଧଶ୍ୟରେ  ନିକଟରେ ଏହାର ଅଧ୍ୟକ୍ଷ ଭାବେ ଶ୍ରୀ ଅମରେଶ  ପତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ  ଦାୟିତ୍ୱ ଦେଇଛନ୍ତି, ଯିଏ କି ସବୁବେଳେ କୃଷି ଓ କୃଷକର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ । ଉଠାଜଳସେଚନ ନିଗମ  ତରଫରୁ ବିଭିନ୍ନ ପ୍ରକଳ୍ପଗୁଡିକର  ନିର୍ମାଣ ହେବା ପରେ ପାଣି ପଂଚାୟତକୁ ଏହାର ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ୱ ଦିଆଯାଉଛି । ଏହାର ଉପଯୁକ୍ତ ପରକିଚାଳନା ନିମନ୍ତେ  ଉଠା ଜଳସେଚନ ବିଭାଗୀୟ କର୍ମଚାରୀ, ବିଦୁ୍ୟତ୍ ବିଭାଗ କର୍ମଚାରୀ ଓ ପାଣିପଂଚାୟତ କର୍ମଚାରୀମାନେ ସମନ୍ୱୟ ରଖି କାର୍ଯ୍ୟ କଲେ ଚାଷ ଓ ଚାଷୀଙ୍କ ସମସ୍ୟା ବହୁମାତ୍ରାରେ ସମାଧାନ ହେବା ସହିତ କୃଷିକ୍ଷେତ୍ରକୁ  ଆବଶ୍ୟକ ମୁତାବକ ଜଳ ମିଳିପାରିବ ଓ କୃଷି ଉତ୍ପାଦନ  ବଢିବ ବୋଲି ଆଜି ଅପରାହ୍ଣରେ ସ୍ଥାନୀୟ ଓଡିଶା ଉଠାଜଳସେଚନ ନିଗମ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ  ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ  ପ୍ରକାଶ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ  କହିଲେ ଯେ, ବିଶେଷ କରି ଚାଷୀମାନେ କ୍ଲଷ୍ଟର ବୋର ୱେଲ୍ ଦ୍ୱାରା ବେଶୀ ଉପକୃତ ହେଉଛନ୍ତି ।  ବିଜୁ କୃଷକ ବିକାଶ ଯୋଜନାରେ କାର୍ଯ୍ୟକାରୀ ହେଉଥିବା  ଏହି  ଜଳସେଚନ  ବ୍ୟବସ୍ଥା  ବେଶ୍ ଉପଯୋଗୀ ସାବ୍ୟସ୍ତ ହେଉଛି । ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାକୁ ବାଦ୍ ଦେଇ ଅନ୍ୟ ୨୬ଟି ଜିଲ୍ଲାର  ପଥୁରିଆ ଅଂଚଳରେ କ୍ଲଷ୍ଟର ଗଭୀର କୂପ  ଖନନ ଯୋଜନା କାର୍ଯ୍ୟକାରୀ  ହେଉଛି ।   ଏହି ଯୋଜନାରେ  ଚଳିତ ବର୍ଷ ୨୨,୧୮୭ଟି ଗଭୀର କୂପ ଖନନ  ପାଇଁ ଲକ୍ଷ୍ୟ  ଧାର୍ଯ୍ୟ କରାଯାଇଛି । ତନ୍ମଧ୍ୟରୁ ୧୨,୦୮୨ଟି ଗଭୀର କୂପ  ସ୍ଥାପନ ହୋଇଛି । ଆଗାମୀ ମାର୍ଚ୍ଚ ୨୦୨୦ ସୁଦ୍ଧା ଅବଶିଷ୍ଟ  ଗଭୀର କୂପ ଖନନ କାର୍ଯ୍ୟ ଶେଷ ହେବାକୁ ଲକ୍ଷ୍ୟଧାର୍ଯ୍ୟ ରହିଛି  ବୋଲି ସମୀକ୍ଷା ବୈ÷ଠକରୁ ଜଣାପଡିଛି । ନିଗମ ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଭି୍ନ୍ନ ପ୍ରକଳ୍ପଗୁଡିକର ସ୍ଥିତି ସଂପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ । 

             ପ୍ରକାଶ ଥାଉକି, ଉଠାଜଳ ସେଚନ ନିଗମ ତରଫରୁ ୪ ପ୍ରକାର ସେଚ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ଗୋଷ୍ଠୀ  ଉଠାଜଳସେଚନ ପ୍ରକଳ୍ପ ଯାହାକି ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି । କ୍ଲଷ୍ଟର ଡିପ୍ ବୋର ୱେଲ୍ (୨୬ଟି ଜିଲ୍ଲାପାଇଁ), କ୍ଲଷ୍ଟର ଅଗଭୀର ନଳକୂପ(୧୩ଟି ଜିଲ୍ଲା ପାଇଁ ) ଏବଂ  କ୍ଲଷ୍ଟର ମାଇକ୍ରୋ ରିଭର ଲିଫ୍ଟ୍ ପ୍ରୋଜେକ୍ଟ ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି । ଏହି ସବୁ ବ୍ୟବସ୍ଥାରେ ଚଳିତ ବର୍ଷ ଜୁଲାଇମାସ ଶେଷ ସୁଦ୍ଧା ୧୧ ଲକ୍ଷ ହେକ୍ଟରରୁ ଊଦ୍ଧ୍ୱର୍ ଜମିକୁ ଜଳସେଚିତ କରାଯାଇପାରିଛି ।  ମୁଖ୍ୟମନ୍ତ୍ରୀଙ୍କ ୫-ଟି ଆଭିମୁଖ୍ୟ ଆଧାରରେ  ବୈ÷ଷୟିକ ଜ୍ଞାନର ଉପଯୋଗ, ଦଳଗତ ପ୍ରଚେଷ୍ଟାରେ  କରି ସମସ୍ତ କାର୍ଯ୍ୟକୁ ସ୍ୱଚ୍ଛତାର ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କଲେ ବ୍ୟବସ୍ଥାରେ ଆଶାନୁରୂପ ପରିବର୍ତ୍ତନ  ଆସିପାରିବ ବୋଲି   ମନ୍ତ୍ରୀ ଶ୍ରୀ  ଦାସ ଗୁରୁତ୍ୱାରୋପ କରିଥିଲେ ।  ଏହି ପରିପ୍ରେକ୍ଷୀରେ ନିଗମର ରହିଥିବା କର୍ମଚାରୀ ଅଭାବ, ପଦବୀ ପୂରଣ ସଂପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ  କରାଯାଇଥିଲା । ସମସ୍ତ ପ୍ରକାର ଆହ୍ୱାନକୁ ସାମନା କରି କୃଷି ଓ କୃଷକଙ୍କ ବିକାଶ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆଶାକୁ ଭରସାରେ ପରିଣତ କରିବା ପାଇଁ ଉଠାଜଳସେଚନ ନିଗମର ସମସ୍ତ ଯନ୍ତ୍ରୀ ଓ କର୍ମଚାରୀମାନେ ଆଗକୁ ବଢିବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ । 

 

    ବୈଠକରେ  ଉଠା ଜଳସେଚନ ନିଗମ  ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ କହିଲେ ଯେ, ମୁଖ୍ୟମନ୍ତ୍ରୀ କୃଷି ଓ କୃଷକଙ୍କ କଲ୍ୟାଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଯେଉଁଥିପାଇଁ ଜଳସେଚନ ହିଁ ପ୍ରମୁଖ ଆବଶ୍ୟକତା । କୃଷକମାନଙ୍କର ସାମଗ୍ରିକ ପ୍ରୟାସ, ଉଠାଜଳସେଚନ କର୍ମଚାରୀଙ୍କ ଉଦ୍ୟମ ଯୋଗୁଁ ଜଳ ସେଚନ ସୁବିଧା କରାଯାଇ ରାଜ୍ୟରେ  କୃଷି ଉତ୍ପାଦନ  ବୃଦ୍ଧି ଯୋଗୁଁ ଆମ ରାଜ୍ୟ ୫ ଥର କୃଷି କର୍ମଣ ପୁରସ୍କାର ପାଇଛି । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ଓ ଏଥି ନିମନ୍ତେ  ନିଗମ ସମସ୍ତ ଉଦ୍ୟମ ଜାରି ରଖିବ | କୃଷି ଓ କୃଷକଙ୍କ ବିକାଶ ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଉଦ୍ୟମ ଜାରି  ରଖିଛନ୍ତି ଏବଂ ପରିକଳ୍ପନା କରିଛନ୍ତି, ତାକୁ ପୂରଣ କରି ରାଜ୍ୟବାସୀଙ୍କ ସେବା ଉପଯୋଗୀ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପତ୍ରୀ କହିଥିଲେ । ବୈଠକରେ ଉଠାଜଳସେଚନ ନିଗମ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ରାଜ୍ୟରେ ଚାଷ ଜମିକୁ ପ୍ରାୟ ୫୨ ପ୍ରତିଶତ  ଜଳସେଚନ କେବଳ ଉଠାଜଳସେଚନ ଜରିଆରେ ହେଉଛି  ବୋଲି ଦର୍ଶାଇଥିଲେ । ଏଥି ସହିତ  ସେ ପାୱାର ପଏଣ୍ଟ ପ୍ରେଜେଣ୍ଟ ପ୍ରେଜେଣ୍ଟେସନ ଜରିଆରେ  ବିଭିନ୍ନ ଉଠାଜଳସେଚନ ପ୍ରକଳ୍ପଗୁଡିକର ସ୍ଥିତି, ପ୍ରକଳ୍ପ ପାଇଁ ଉପଲବ୍ଧ ଅର୍ଥ ବ୍ୟବସ୍ଥା, ଧାର୍ଯ୍ୟ ଲକ୍ଷ୍ୟ, କାର୍ଯ୍ୟ ପରିଚାଳନା, ଉଠା ଜଳସେଚନ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣ ପାଇଁ ଅଥିକ ଆର୍ଥିକ ବ୍ୟବସ୍ଥା,  କର୍ପସ୍ ପାଣ୍ଠି ବ୍ୟବସ୍ଥା ସଂପର୍କରେ ବିଶଦ୍ ଆଲୋକପାତ କରିଥିଲେ । ବର୍ଷକୁ ୪ଟି କ୍ୱାର୍ଟରରେ ବିଭକ୍ତ କରାଯାଇ ତ୍ରୈମାସିକ ଧାର୍ଯ୍ୟ ଲକ୍ଷ୍ୟ ହିସାବରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ଉପରେ ଗୁରୁତ୍ୱ ଦିଆଯାଉଥିବା ସେ ପ୍ରକାଶ କରିଥିଲେ ।  

                     ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉଠାଜଳସେଚନ ନିଗମ ଅର୍ଥପରାମର୍ଶଦାତା ବିଜୟ କୁମାର ଜେନାଙ୍କ ସମେତ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ସମେତ ରାଜ୍ୟର ସମସ୍ତ ଜିଲ୍ଲାରୁ ସଂପୃକ୍ତ ଉଠାଜଳସେଚନ ଡିଭିଜନର ଅଧିକ୍ଷଣ  ଯନ୍ତ୍ରୀ , ନିର୍ବାହୀ ଯନ୍ତ୍ରୀ , ସହକାରୀ ଯନ୍ତ୍ରୀ ଓ ସମ୍ପୃକ୍ତ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ  ଅଂଶ ଗ୍ରହଣ କରିଥିଲେ । ଶେଷରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହିମାଦ୍ରୀ ଶେଖର ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

 

0
0
0
s2sdefault