ହେଡଲାଇନସ୍:

ଭଦ୍ରକ ଜିଲ୍ଲାର ୩ ସାମୁଦ୍ରିକ ଥାନା : ଲାଠିରେ ଆତଙ୍କବାଦୀଙ୍କୁ ମୁକାବିଲା କରିବ ପୋଲିସ ! !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ ( ସତ୍ୟଭୂଷଣ ସ୍ବାମୀ ) : ଧାରା ୩୭୦ ଓ ୩୫(ଏ) ଉଛେଦ ପରେ ଜମ୍ମୁ କାଶ୍ମୀରର ପରିବର୍ତ୍ତୀତ ଦୃଷ୍ୟପଟ୍ଟକୁ ନେଇ ପାକିସ୍ଥାନ ବିଚଳିତ । ଯେକୌଣସି ସମୟରେ ଆତଙ୍କବାଦୀଙ୍କୁ ଅସ୍ତ୍ର କରି ଭାରତର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ସୃଷ୍ଟି କରିପାରେ । ସୀମାନ୍ତରେ କଡ଼ା ନିରାପତ୍ତା ବ୍ୟବସ୍ଥା ପାଇଁ ଆତଙ୍କବାଦୀମାନେ ସମୁଦ୍ର ପଥରେ ଦେଶରେ ପ୍ରବେଶ କରିପାରନ୍ତି ବୋଲି ନିର୍ଦ୍ଧିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ରାଜ୍ୟର ସମସ୍ତ ୧୮ଟି ସାମୁଦ୍ରିକ ଥାନାକୁ ହାଇ ଆଲର୍ଟରେ ରଖାଯାଇଛି । ଏଥିନେଇ ରାଜ୍ୟର ୭ଟି ଜିଲ୍ଲାର ଏସପିଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ର ମଧ୍ୟରେ ପେଟ୍ରୋଲିଂକୁ ଜୋରାଦାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି ୧୮ଥାନା ମଧ୍ୟରେ ରହିଛି ଭଦ୍ରକ ଜିଲ୍ଲାର ଧାମରା, ଚୂଡ଼ାମଣୀ ଓ କଷିଆ ଠାରେ ଥିବା ସାମୁଦ୍ରିକ ଥାନା । କିନ୍ତୁ ଉପଯୁକ୍ତ ଭିତ୍ତିଭୂମୀ ଅଭାବରୁ ଏହି ୩ଟି ଯାକ ଥାନା ଅତ୍ୟନ୍ତ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମୟରେ ଏହି ୩ଟି ଥାନା କିପ୍ରକାର ଭୂମିକା ନିର୍ବାହ କରିବ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏପ୍ରକାର ଆଲର୍ଟ ପ୍ରଥମ ଥର ପାଇଁ ନୁହେଁ । ବିଗତବର୍ଷମାନଙ୍କରେ ମଧ୍ୟ ଏକାଧିକ ଥର ଓଡ଼ିଶା ଉପକୂଳରେ ଏହି ଧାରଣର ହାଇ ଆଲର୍ଟ ଜାରୀ କରାଯାଇଥିଲା । ୨୦୦୮ ମସିହା ନଭେମ୍ବର ମାସ ସମୁଦ୍ର ପଥରେ ପାକିସ୍ଥାନ ପ୍ରୋତ୍ସାହିତ ଆତଙ୍କବାଦୀ ପ୍ରବେଶ କରି ମୁମ୍ଭାଇରେ ଆତଙ୍କ ଖେଳାଇଥିଲେ । ସେହିଦିନଠାରୁ ଏହିପ୍ରକାର ଆଲର୍ଟ ଜାରୀ ହୋଇଚାଲିଛି । ତେବେ ଏହି ଜିଲ୍ଲାରେ ଥିବା ୩ଟି ଯାକ ସାମୁଦ୍ରିକ ଥାନାର ଅବସ୍ଥାକୁ ଦେଖିଲେ, ଭିତ୍ତିଭୂମୀର ଘୋର ଅଭାବ ଥିବା ସାଧାରଣରେ ଅଭିଯୋଗ ହୋଇଛି । କାରଣ ଏହି ୩ଟି ମଧ୍ୟରୁ ଧାମରା ସାମୁଦ୍ରିକ ଥାନାର ଦାୟିତ୍ୱ ଜଣେ ଇନ୍ସପେକ୍ଟରଙ୍କ ହାତରେ ରହିଛି । କିନ୍ତୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ୪ଜଣ ଇନ୍ସପେକ୍ଟର ଥିଲେ ମଧ୍ୟ କଷିଆ ଓ ଚୂଡ଼ାମଣୀ ଥାନାର ଦାୟିତ୍ୱ ଇନ୍ସପେକ୍ଟରଙ୍କ ବଦଳରେ ରହିଛି ୨ଜଣ ସବ୍ଇନ୍ସପେକ୍ଟରଙ୍କ ହାତରେ । ଏଥିରୁ ଜିଲ୍ଲା ପୁଲିସ ପ୍ରଶାସନ ସମୁଦ୍ରର ଉପକୂଳର ସୁରକ୍ଷାକୁ ନେଇ କେତେ ଗମ୍ଭୀର ତା’କୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତଥ୍ୟ ଅନୁଯାୟୀ ଜିଲ୍ଲାରେ ରହିଛି ୫୪କିଲୋମିଟରର ଜଳପଥ । ଏହାର ସୁରକ୍ଷା ଦାୟିତ୍ୱରେ ୩ଟି ସାମୁଦ୍ରିକ ଥାନା । ତେବେ ଉପଯୁକ୍ତ ଭିତ୍ତିଭୂମୀ ପାଇବା ଅପେକ୍ଷାରେ ଏ ସମସ୍ତ ୩ ସାମୁଦ୍ରିକ ଥାନା । କିନ୍ତୁ ସବୁଠି ଅଚଳାବସ୍ଥା । ସବୁଠାରୁ ଶୋଚନୀୟ ଅବସ୍ଥାରେ ରହିଛି କଷିଆ ମେରାଇନ ଥାନା । ଜଣେ ସବ- ଇନ୍ସପେକ୍ଟର, ଜଣେ ଏଏସଆଇ, ୪ଜଣ କନେଷ୍ଟବଲଙ୍କୁ ନେଇ ଏହି ଥାନା ଚାଲିଛି । ସ୍ପିଡ଼ବୋଟ ଦୂରର କଥା ସାଧାରଣ ଆତଙ୍କବାଦୀଙ୍କୁ ମୁକାବିଲା କରିବାକୁ ବନ୍ଧୁକଟିଏ ମଧ୍ୟ ନାହିଁ ଏହି ଥାନାରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଥାନାର ନିଜସ୍ୱ ଗୃହ ନଥିବାବେଳେ, ଏହି ଥାନା ଏକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ କାର୍ଯ୍ୟ କରୁଛି । ସେହିପରି ବାସୁଦେବପୁର ବ୍ଲକ୍ ଚୂଡ଼ାମଣୀ ଠାରେ  ସାମୁଦ୍ରିକ ଥାନା । ଏହି ଥାନାରେ ଅଛନ୍ତି ଜଣେ ଏସଆଇ, ଜଣେ ଏଏସଆଇ, ଜଣେ ଲେଡି କନେଷ୍ଟବଳ ଓ ୪ଜଣ କନେଷ୍ଟବଲ । ତେବେ ଏହି ୨ଟି ଯାକ ଥାନା କେବଳ ବାଡି ଓ ଗାଡିରେ ଚାଲିଛି । ନା ଅଛି ସମୁଦ୍ର ମଧ୍ୟକୁ ପେଟ୍ରୋଲିଂ କରିବାକୁ ସ୍ପିଡ୍ ବୋଟ ନା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ନାମକୁ ମାତ୍ର ମେରାଇନ ଥାନା । ଉପକୂଳ ସୁରକ୍ଷା ପରିବର୍ତ୍ତେ ସ୍ଥାନୀୟ ଅଞ୍ଚଳର ସମସ୍ୟାର ସମାଧାନ ଏବେ ସେମାନଙ୍କର ପ୍ରଥମ କାର୍ଯ୍ୟ । ଧାମରା ଠାରେ ମଧ୍ୟ ରହିଛି ଆଉ ଏକ ସାମୁଦ୍ରିକ ଥାନା । ତେବେ ସାମୁଦ୍ରିକ ଥାନା ମଧ୍ୟରେ ପ୍ରତିରକ୍ଷା ଦୃଷ୍ଟିକୋଣରୁ ଏହି ଥାନାର ଗୁରୁତ୍ୱ ସବୁଠାରୁ ଅଧିକ । ବଙ୍ଗୋପସାଗର ଉପକୂଳରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି, ବ୍ଲକ ଧାମରା ମୁହାଣରେ ନିକଟରେ ରହିଛି କାଲାମ ଦ୍ୱୀପ । ଏଠାରୁ ବିଭିନ୍ନ ସମୟରେ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଥାଏ । ଏହା ବ୍ୟତୀତ ଆଦାନି ବନ୍ଦର ଓ ଧାମରା ମାଛଧରା ବନ୍ଦର ମଧ୍ୟ ଏଠାରେ ରହିଛି । ତେଣୁ ଏହି ଅଞ୍ଚଳରେ ସ୍ୱାଭାବିକ୍ ଭାବରେ ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନା ବେଶୀ ସଜାଗ ରହିବା କଥା । କିନ୍ତୁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଥାନାରେ ମଧ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି । ପେଟ୍ରୋଲିଂ ପାଇଁ ଥିବା ୩ଟି ସ୍ପିଡ଼ ବୋଟ ମଧ୍ୟରୁ ୨ଟି ଏବେ ଅଚଳ । ଏଠାରେ ୭୪ଜଣ କର୍ମଚାରୀଙ୍କ ଆବଶ୍ୟକତା ଥିବାବେଳେ, ଅଛନ୍ତି ମାତ୍ର ୧୧ଜଣ । ସମ୍ଭାବ୍ୟ ଆତଙ୍କବାଦୀଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ଯଦିଓ କିଛି ଅସ୍ତ୍ରଶସ୍ତ୍ର ସେମାନଙ୍କୁ ଦିଆଯାଇଛି, ତାହା ଆତଙ୍କିଙ୍କୁ ପ୍ରତିରୋଧ କରିବାକୁ ଯଥେଷ୍ଟ ନୁହେଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଧାମରା ମୁହାଣରେ ତଟରକ୍ଷୀ ବାହିନୀଙ୍କ କାର୍ଯ୍ୟାଳୟ ନାହିଁ । ହଳଦିଆ ଓ ପାରାଦ୍ୱୀପରୁ ବେଳେବେଳେ ତଟରକ୍ଷୀ ବାହିନୀ ମାସରେ ଥରେ ଦୁଇ ଥର ବୁଲିବାକୁ ଆସିଥାନ୍ତି । ତେବେ ଭଦ୍ରକ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବହୁତ । ହଜାର ହଜାର ସଂଖ୍ୟାରେ ଅନୁପ୍ରବେଶକାରୀ ସମୁଦ୍ର ମଧ୍ୟ ଦେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ବସତି ସ୍ଥାପନ କରିଛନ୍ତି । ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟକ ଅସାମାଜିକ ତତ୍ତ୍ୱ ରହିଛନ୍ତି । ଚୋରା ନିଶା କାରବାର, ନକଲି ନୋଟ, ଦେଶଦ୍ରୋହୀ କାର୍ଯ୍ୟରେ ସେମାନଙ୍କ ମଧ୍ୟରୁ କିଛି ଅନୁପ୍ରବେଶକାରୀଙ୍କ ସଂପୃକ୍ତି ଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସିଛି । ଯାହାର ପ୍ରମାଣ ଅତୀତରେ ମଳିସାରିଛି । ବହୁ ବର୍ଷ ପୂର୍ବେ ତାଳଚୁଆ ଠାରେ ଏକ ବେଆଇନ ବେତାର କେନ୍ଦ୍ର ଧରାପଡ଼ିଥିଲା । ଏହା ବ୍ୟତୀତ ଗତ ୨ବର୍ଷ ପୂର୍ବେ ଭଦ୍ରକ ନଙ୍ଗାମହଲା ଠାରେ ୪ଜଣ ସିମି ଆତଙ୍କବାଦୀ ଏକ ଘର ଭଡ଼ା ନେଇ ରହୁଥିବାର ଜଣାପଡ଼ିଥିଲା । ଯାହାକି ଭଦ୍ରକ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏସମସ୍ତ ଦୃଷ୍ଟିକୋଣରୁ ଭଦ୍ରକ ଏକ ସମ୍ବେଦନଶୀଳ ଜିଲ୍ଲା । ତେଣୁ ଦେଶର ପ୍ରତିରକ୍ଷା ସ୍ୱାର୍ଥ ସହିତ ଉପକୂଳ ତଥା ଜିଲ୍ଲାବାସୀଙ୍କ ସୁରକ୍ଷାକୁ ପୁଲିସ ପ୍ରଶାସନ ଗୁରୁତ୍ୱର ସହ ନେବା ଉଚିତ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଅପରପକ୍ଷରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କୁ ଭଦ୍ରକ ସହରବାସୀ ଦେଖିନଥିବା ବେଳେ ଏହି ସାମୁଦ୍ରୀକ ଥାନା ଓ ବାସିନ୍ଦାଙ୍କୁ ଚିହ୍ନିବା ଏବଂ ମୁଜାବିଲା ପାଇଁ କାତ୍ ସକ୍ଷମ ତାହା ସମୟ କହିବ ।

0
0
0
s2sdefault