ବାରିପଦା/ ଦିଲ୍ଲୀପ ମହାନ୍ତି : ରେଳବାଇ ଜାଗା ଉପରେ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କୁ ଧମକାଇ ଟଙ୍କା ନେଉଥିବା ବେଳେ ସିବିଆଇ ଆଜି ବାରିପଦା ଷ୍ଟେସନରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି । 10000 ଟଙ୍କା ନେଉଥିବା ବେଳେ ଆଜି ରେଡ଼ ହ୍ୟାଣ୍ଡ ଧରିଛନ୍ତି ସିବିଆଇ । ଜଣେ ଦୋକାନୀ ଜୟନ୍ତ ମହାନ୍ତିଙ୍କ ଅଭିଯୋଗ କ୍ରମେ ଭୁବନେଶ୍ୱରରୁ ଆସିଥିବା ସିବିଆଇର ଏକ ଟିମ ପ୍ରମୋଦ ମାରାଣ୍ଡି ନାମକ କନେଷ୍ଟେବଲଙ୍କୁ ଗିରଫ କରିଛନ୍ତି । କନେଷ୍ଟବଳ ଙ୍କ ଏତାଦୃଶ କାମ ପଛରେ ରହିଥିବା ସନ୍ଦେହରେ ଇନିସ୍ପେକ୍ଟର ଅମିତ କୁମାରଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି ।