ହେଡଲାଇନସ୍:

ବରିଷ୍ଠ ସାମ୍ବାଦିକ ମାନସ ମଙ୍ଗରାଜ ହେଲେ ରାଜ୍ୟ ସରକାରଙ୍କ ମେଡିଆ ଓ ପବ୍ଲିକ ରିଲେସନ ପରାମର୍ଶଦାତା 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭୁବନେଶ୍ୱର( ଶାସକ ପ୍ରଶାସକ) :ବରିଷ୍ଠ ସାମ୍ବାଦିକ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀ ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ମେଡିଆ ଓ ପବ୍ଲିକ ରିଲେସନ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀ ମଙ୍ଗରାଜଙ୍କୁ ଏହି ନିଯୁକ୍ତି ଦେଇଥିବା ଜଣାପଡିଛି | ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ରଖିଥବା ଶ୍ରୀ ମଙ୍ଗରାଜଙ୍କ ମାର୍ଗଦର୍ଶନରେ ରାଜ୍ୟରେ ମେଡିଆ ଓ ପବ୍ଲିକ ରିଲେସନ କ୍ଷେତ୍ରରେ ଏକ ସୁସ୍ଥ ପରିବେଶ ସୃଷ୍ଟି ହୋଇ ପାରିବ ବୋଲି ଆଶା ପ୍ରକାଶ ପାଇଛି | ଜଣେ ସାମ୍ବାଦିକଙ୍କୁ ଏହି ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯିବା ନିଷ୍ପତ୍ତିକୁ ନେଇ ସାମ୍ବାଦିକ ମହଲରେ ଖୁସି ପ୍ରକାଶ ପାଇଛି | ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବହୁ ସାମ୍ବାଦିକ ସ୍ୱାଗତ କରିବା ସହ ଶ୍ରୀ ମଙ୍ଗରାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |

0
0
0
s2sdefault