ହେଡଲାଇନସ୍:

ଅର୍ଜୁନ ପୁରସ୍କାର ଅବ୍ୟବହିତ ପୂର୍ବରୁ ପ୍ରମୋଦଙ୍କୁ  ଅଭିନନ୍ଦନ ଜଣାଇଲେ ଧର୍ମେନ୍ଦ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ/ଭୁବନେଶ୍ୱର,  – ନୂଆଦିଲ୍ଲୀରେ ବୁଧବାର ସ୍ୱର୍ଣ୍ଣ ବିଜେତା ଓଡିଶାର ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତଙ୍କ ସହ ସାକ୍ଷାତ୍ କରି ଅର୍ଜୁନ ପୁରସ୍କାରର ଅବ୍ୟବହିତ ପୂର୍ବରୁ ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ ପ୍ରମୋଦ ଭଗତ ଓଡିଶାର ଜଣେ ଲବ୍ଧ ପ୍ରତିଷ୍ଠିତ ସନ୍ତାନ ଏବଂ ବିଶ୍ୱର ୧ ନମ୍ବର ପାରା ବ୍ୟାଡମିଂଟନ ଖେଳାଳି । ସେ ଆସନ୍ତାକାଲି ଅର୍ଜୁନ ଆୱାର୍ଡ ଗ୍ରହଣ କରିବା ଜାଣି ଗର୍ବିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରମୋଦ ଭଗତ ଆଗକୁ ମଧ୍ୟ କ୍ରୀଡା କ୍ଷେତ୍ରରେ ଆହୁରି ଅନେକ ଐଶ୍ୱର୍ଯ୍ୟ  ସାଉଁଟନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।

 

 

 

 

 

 

 

0
0
0
s2sdefault