ହେଡଲାଇନସ୍:

ପ୍ରଭୁ ଶ୍ରୀ ଶ୍ରୀ ନୃସିଂହନାଥଙ୍କୁ ସାଲିଆନା ଅର୍ପଣ କଲେ ଝିଟିକି ବାସୀ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ବରଗଡ / ପାଇକମାଲ :- ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନିକଟରେ ଝିଟିକି ଗ୍ରାମ ବାସୀ ମାନେ ସାଲିଆନା ଭୋଗ ପାଇଁ ଭୋଗ ସାମଗ୍ରୀ ଅର୍ପଣ କରିଛନ୍ତି । ମହାପ୍ରଭୁଙ୍କର ମନ୍ଦିର ଓ ଝିଟିକି ଗ୍ରାମବାସୀ ଙ୍କର ପୁରାତନ ପରମ୍ପରା ଅନୁସାରେ ପ୍ରତ୍ୟେକ ବର୍ଷ ନବାନ୍ନ ( ନୂଆଁଖାଇ) ପୂର୍ବରୁ ଝିଟିକି ଗ୍ରାମବାସୀ ମାନେ ପ୍ରତ୍ୟେକ ଘରୁ କିଛି କିଛି ସାମଗ୍ରୀ ଆଦାୟ କରିବା ପରେ ସେ ସାମଗ୍ରୀ ଗୁଡିକ ଆଣି ମହାପ୍ରଭୁଙ୍କର ଭୋଗ ନିମନ୍ତେ ମନ୍ଦିରକୁ ପ୍ରଦାନ କରିଥାନ୍ତି । ଏହି କ୍ରମ ରେ ଆଜି ଝିଟିକି ର ପ୍ରାୟ 25 ଜଣ ଗ୍ରାମବାସୀ ବିଭିନ୍ନ ଭୋଗ ସାମଗ୍ରୀ ଯଥା ଚାଉଳ , ଡାଲି , ଘିଅ , ପନିପରିବା ଇତ୍ୟାଦି ଆଣି ମହାପ୍ରଭୁଙ୍କ ଭୋଗ ନିମନ୍ତେ ମନ୍ଦିରକୁ ପ୍ରଦାନ କରିଥିଲେ । ପରମ୍ପରା ଅନୁସାରେ ଝିଟିକି ଗ୍ରାମବାସୀ ମାନେ ମହାପ୍ରଭୁଙ୍କ ନିକଟରେ ଏହି ସାଲିଆନା ଭୋଗ ଅର୍ପଣ କଲା ପରେ ନୂଆଁ ଖାଇଥାନ୍ତି ବୋଲି ମନ୍ଦିର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଜଣାଇଛନ୍ତି ।

0
0
0
s2sdefault