ହେଡଲାଇନସ୍:

ମାତୃ ଓ ଶିଶୁମୃତ୍ୟୁ  ହ୍ରାସ ନିମନ୍ତେ "ସମ୍ପୂର୍ଣ୍ଣା"କୁ କରାଯିବ ଅଧିକ  କ୍ରିୟାଶୀଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୦୨୦ ସୁଦ୍ଧା ନବଜାତକ ମୃତ୍ୟୁ ସଂଖ୍ୟା ୩୦କୁ ହ୍ରାସ କରିବାଲାଗି ଲକ୍ଷ୍ୟ

୨୦୩୦ ସୁଦ୍ଧା ପ୍ରସୂତି ମୃତ୍ୟୁହାର ପ୍ରତି ଏକ  ଲକ୍ଷରେ  ୭୦ରେ ପହଞ୍ଚାଇବାକୁ ଲକ୍ଷ୍ୟଧାର୍ଯ୍ୟ

ଭୁବନେଶ୍ୱର, (ଶାସକ ପ୍ରଶାସକ): ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ଲାଗି କାର୍ଯ୍ୟକାରୀ ହେଉଥିବା ‘ସମ୍ପୂର୍ଣ୍ଣା’ ଯୋଜନାକୁ ଅଧିକ କ୍ରିୟାଶୀଳ କରିବାଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ  ଦେଇଛନ୍ତି । ଏଥିପାଇଁ ଏକ କମିଟି ଗଠନ ସହିତ ମାସକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । 

ଶିଶୁ ଓ ମାତୃ ମୃତ୍ୟୁ  ହାର  ହ୍ରାସ ନେଇ ଆଜି ହୋଇଥିବା ସମୀକ୍ଷା ବୈଠକରୁ ଏହା ଜଣାଯାଇଛି । ବୈଠକର ସୂଚନା ଅନୁଯାୟୀ ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା ସମୟରେ ଏହି ମୃତ୍ୟୁ  ହାର ହ୍ରାସ ଲାଗି ଯେଉଁ ଲକ୍ଷ୍ୟ ଦିଆଯାଇଥିଲା ତାହା ହାସଲ ହୋଇଥିଲେ ମଧ୍ୟ ଯୋଜନାକୁ  ଅଧିକ କ୍ରିୟାଶୀଳ କରି ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପହଞ୍ଚାଇବାପାଇଁ ମନ୍ତ୍ରୀ କହିଛନ୍ତି । ଉଲ୍ଲେଖନୀୟ ଯେ ୨୦୧୧-୧୩ ବର୍ଷରେ ରାଜ୍ୟରେ ପ୍ରତି ଏକ ଲକ୍ଷ ପ୍ରସୂତୀଙ୍କ ମଧ୍ୟରୁ ୨୨୨ ଜଣ ମୃତ୍ୟୁ ବରଣ କରୁଥିବାବେଳେ ୨୦୧୪-୧୬ ସୁଦ୍ଧା ତାହା ୧୮୦କୁ  ହ୍ରାସ ପାଇଛି । ୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣା ଯୋଜନା ମାଧ୍ୟମରେ ଏହାକୁ ୧୧୭ ଓ ୨୦୩୦ ସୁଦ୍ଧା ୭୦ରେ ପହଞ୍ଚାଇବାକୁ ଲକ୍ଷ୍ୟଧାର୍ଯ୍ୟ  ହୋଇଛି । ସେହିଭଳି ୨୦୧୧-୧୩ରେ ପ୍ରତି ହଜାରେ ନବଜାତକଙ୍କ ମଧ୍ୟରୁ ୫୧ ଜଣ ମୃତ୍ୟୁ ମୁଖରେ ପଡୁଥିବାବେଳେ ୨୦୧୭ ରେ ତାହା ୪୧ରେ ପହଞ୍ଚିଛି । ତେବେ ୨୦୨୦ ସୁଦ୍ଧା ଏହି ସଂଖ୍ୟା ୩୦କୁ ହ୍ରାସ କରିବାଲାଗି ଲକ୍ଷ୍ୟ ରହିଛି । 

ସର୍ବଭାରତୀୟ ସ୍ତରରେ ମାତୃମୃତ୍ୟୁ ହାର ଦ୍ରୁତ ଗତିରେ ହ୍ରାସ ପାଉଥିବାବେଳେ ଓଡିଶାରେ ମଧ୍ୟ ଏହି ହାର ଜାତୀୟ ସ୍ତର ସହିତ ତାଳ ଦେଇ ହ୍ରାସ ପାଇବାରେ ଲାଗିଛି । ଅନୁରୂ ଭାବେ ନବଜାତଙ୍କ ମୃତ୍ୟୁ ହାର ହ୍ରାସ କ୍ଷେତ୍ରରେ ମଧ୍ୟ ଓଡିଶା ସର୍ବଭାରତୀୟ ହାରର ପାଖାପାଖି ରହିଛି | ୨୦୧୭ ସୁଦ୍ଧା ଜାତୀୟ ସ୍ତରରେ ପ୍ରତି ହଜାରେ ନବଜାତକଙ୍କ ମଧ୍ୟରୁ ୩୩ ଜଣ ମରୁଥିବାବେଳେ ଓଡିଶାରେ ଏହା ଦ୍ରୁତ ଗତିରେ ହ୍ରାସପାଇ ୪୧ ରହିଛି । ସମ୍ପୂର୍ଣ୍ଣା ଯୋଜନା କାର୍ଯ୍ୟକାରୀ ହେବାପରେ ଏହି ସଫଳତା ମିଳିଥିବା ପ୍ରକାଶ । ସମ୍ପୂର୍ଣ୍ଣା ଯୋଜନାକୁ ଅଧିକ କି୍ରୟାଶୀଳ କରିବାଲାଗି ଏଫ୍‍ଆରୟୁ ରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ପ୍ରସୂତୀଙ୍କପାଇଁ ଥିବା ଓଟି ଏବଂ ଏସ୍‍ଏନ୍‍ସିୟୁରେ ତାଲିମପ୍ରାପ୍ତ ଷ୍ଟାଫନର୍ସ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଛି । ଗର୍ଭବତୀ ମହିଳାଙ୍କ ଠାରେ ଦେଖାଯାଉଥିବା ରକ୍ତହୀନତା ନିରାକରଣ ଓ ପୁଷ୍ଟିହୀନତା ଦୂର  ପାଇଁ ବିଭାଗ ଗୁଡିକ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ଦେବାକୁ ମତପ୍ରକାଶ ପାଇଛି । ସେହିଭଳି ଶିଶୁ ଓ ମାତୃସ୍ୱାସ୍ଥ୍ୟ ସଂକ୍ରାନ୍ତରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା, ଏଫ୍‍ଆରୟୁ ଗୁଡିକୁ ଅଧିକ ସୁଦୃଢ କରିବା କରିବା, ଅତ୍ୟାଧୁନିକ ଆଇସିୟୁ କାର୍ଯ୍ୟକ୍ଷମ କରାଯିବା ଏବଂ ସମ୍ପୂର୍ଣ୍ଣା ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକୁ ତଦାରଖ ଉପରେ ଜୋର ଦିଆଯାଇଛି । 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅଵୁସ୍ଥିତ  ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର କେ.ଶ୍ରୀନାଥ ରେଡ୍ଡୀ, ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧା, ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମର ଏମ୍‍ଡି ୟାମିନୀ ଷଡଙ୍ଗୀ, ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ଆଇଆଇପିଏଚ୍‍ ଭୁବନେଶ୍ୱରର ନିର୍ଦ୍ଦେଶକ ଡାକ୍ତର ସୁବାସ ସାଲୁଙ୍କେଙ୍କ ସମେତ ବିଭାଗୀୟ ସ୍ୱତନ୍ତ୍ର ସଚିବ ଓ ନିର୍ଦ୍ଦେଶକ ମାନେ ଉପସ୍ଥିତ ଥିଲେ ।

 

0
0
0
s2sdefault