ହେଡଲାଇନସ୍:

ଫାଶୀ ଦଣ୍ଡ : ମୟୁରଭଂଜ ଇତିହାସରେ ପ୍ରଥମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନାବାଳିକା ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା ମାମଲା : ଫାଶୀ ଦଣ୍ଡ ଶୁଣାଇଲେ ବିଚାରପତି

ମୟୁରଭଞ୍ଜ( ଦିଲ୍ଲୀପ ମହାନ୍ତି) ନାବାଳିକାକୁ ଘରୁ  ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫସି ଦଣ୍ଡ ଶୁଣାଇଲେ ଅତିରିକ୍ତ ଦୌରାଜଜ (୧) ପୋକସୋ କୋର୍ଟ  ଜଜ ମହମ୍ମଦ ସାବାବ ନବୀ | ମୟୁରଭଞ୍ଜ ଇତିହାସରେ ପ୍ରଥମ ଘଟଣା | ପ୍ରାୟ ବର୍ଷେ ତିନିମାସ ଭିତରେ ମାମଲାର ବିଚାର କରି ଆଜି ରାୟ ଶୁଣାଇଛନ୍ତି ଏଡ଼ିଜେ | 

ସାଙ୍ଗ ସହ ଖେଳୁଥିବା ବେଳେ ୯  ବର୍ଷର ନାବାଳିକାକୁ ଅଭିଯୁକ୍ତ ଅପହରଣ କରି ନେଇଥିଲା | ଏ ସମ୍ପର୍କରେ ବେତନଟୀ ଥାନାରେ ମାମଲା ସଂଖ୍ୟା ୭୨/ ୨୦୧୯( ଧାରା ଆଇପିସି ୩୬୩, ୩୭୬ସି/୩, ୩୭୬/ଏ, ୩୭୬/ ଏବି ଓ ୩୦୨ ଆଇପିସି ଦଫା) ମାମଲା ରୁଜୁ ହୋଇଥିଲା  | ଦୁଇଟି ଦଫାରେ ମାନ୍ୟବର ଅତିରିକ୍ତ ଦୌରାଜଜ ଶୁଣାଇ ଛନ୍ତି ଫାସୀ ଦଣ୍ଡ |

ବେତନଟୀ ଥାନା ଅଧୀନରେ ଗରୁଡବସାର 8 ବର୍ଷର ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଭିଯୁକ୍ତ ଯାମିନୀ ମହାନ୍ତ   ପଥରରେ ଛେଚି ହତ୍ୟା କରିଥିବା  ଅଭିଯୋଗ ହୋଇଥିଲା | 2018 ମସିହାରେ 14 ଜୁନରେ ଘଟି ଥିଲା ଘଟଣା। ଏକ ବର୍ଷ 2 ମାସ 14 ଦିନ ପରେ ମୃତା ଛାତ୍ରୀଙ୍କ ପରିବାରକୁ ମିଳିଲା  ନ୍ୟାୟ | ଶେଷରେ ବାରିପଦା ପୋକ୍ସୋ କୋର୍ଟରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତ ଯାମିନୀ ମହାନ୍ତ । ପୀଡିତାଙ୍କ ପରିବାର ଉପସ୍ଥିତିରେ ଦଣ୍ଡ ଘୋଷଣା କରି ଅଭିଯୁକ୍ତ ଫାଶି ଦଣ୍ଡରେ ଦଣ୍ଡିତ କରିଛନ୍ତି  ମାନ୍ୟବର ଅଦାଲତ । । 

 

 

0
0
0
s2sdefault