ହେଡଲାଇନସ୍:

"ଜିଲ୍ଲାବାସୀଙ୍କ ସୁବିଧା ଅସୁବିଧା ନିମନ୍ତେ ମୋ ଦ୍ୱାର ଚବିଶ ଘଣ୍ଟା ଖୋଲା ରହିବ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ାରୁ ଆସି ଯୋଗଦେଲେ ନୂଆ ଆରକ୍ଷୀ ଅଧିକ୍ଷକ

ଅଵିନାଶଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ପରମାର ସ୍ମିଥ ପୁରୁଷୋତ୍ତମଦାସ

ବାରିପଦା(ଦିଲ୍ଲୀପ ମହାନ୍ତି )-  ଅଗଷ୍ଟ ୨୭ ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ୨୦୧୩ ବ୍ୟାଚ୍ ଆଇପିଏସ ପରମାର ସ୍ମିଥ ପରଷୋତ୍ତମଦାସ ଅବିନାଶ କୁମାରଙ୍କ ନିକଟରୁ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ଏସପି ଶ୍ରୀପରମାର ସ୍ମିଥ ବାରିପଦା ଏସପି କାର୍ଯ୍ୟାଳୟରେ ପହଁଞ୍ଚିବା ପରେ ଧାଡ଼ିବାନ୍ଧି ଛିଡ଼ା ହୋଇଥିବା ଜିଲ୍ଲାର ବିଭିନ୍ନ ପୁଲିସ ଅଧିକାରୀମାନେ ତାଙ୍କୁ ଫୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏସପି ଶ୍ରୀପରମାର ସ୍ମିଥ ସେମାନଙ୍କ ସହ କରମର୍ଦ୍ଧନ ପୂର୍ବକ ପରିଚୟ ହୋଇଥିଲେ । ଏହାପରେ ଅପେକ୍ଷାରେ ଥିବା ବିଭିନ୍ନ ସଙ୍ଗଠନର ସଦସ୍ୟ ଓ କର୍ମକର୍ତ୍ତାମାନେ ମଧ୍ୟ ନୂତନ ଏସପିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପରେ ସେ ଜିଲ୍ଲାର ପୁଲିସ ବିଭାଗର ବରିଷ୍ଠ  ଅଧୀକାରୀମାନଙ୍କୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ । ଏଥି ସହିତ ଜିଲ୍ଲାବାସୀଙ୍କ ସୁବିଧା ଅସୁବିଧା ନିମନ୍ତେ ତାଙ୍କର ଦ୍ୱାର ଚବିଶ ଘଣ୍ଟା ଖୋଲା ରହିବ ବୋଲି ପ୍ରକାଶ କରିଥିଲେ । 

                    ପ୍ରକାଶ ଥାଉକି,  ଗତ ଅଗଷ୍ଟ ୧୯ ସୋମବାର ଓଡ଼ିଶା ସରକାର ଆଇପିଏସ ଅଫିସର ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଥିଲେ । ଏଥିରେ ୧୩ଟି ଜିଲ୍ଲାରେ ଏସପିମାନଙ୍କୁ ବଦଳି କରାଯାଇଥିବା ସମୟରେ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାରଙ୍କୁ ଏସପି ଇଓଡବ୍ଲ୍ୟୁକୁ ବଦଳି କରାଯାଇଥିଲା । ମୟୂରଭଞ୍ଜ ଜିଲ୍ଲାର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପରମାର ସ୍ମିଥ ପରଷୋତ୍ତମଦାସ କୋରାପୁଟ ଜିଲ୍ଲା ସୁନାବେଢ଼ାରେ ଏଏସପି ଭାବେ ୨୦୧୬ ଏପ୍ରିଲରୁ ୨୦୧୭ ଜୁଲାଇ ପର୍ଯ୍ୟନ୍ତ ଏବଂ ଜୁଲାଇ ୨୦୧୭ରୁ ନୂଆପଡ଼ା ଏସପି ଭାବେ ନିଜର ଦାୟିତ୍ୱ ସୁଚାରୁ ଭାବେ ସମ୍ପାଦନ କରିଆସିଥିଲେ । ନୂଆପଡା ଜିଲ୍ଲାରେ ତାଙ୍କ କାର୍ଯ୍ୟଶୈଳୀ ପାଇଁ ଲୋକଙ୍କ ପ୍ରିୟପାତ୍ର ହୋଇପାରିଥିଲେ, ଯାହାକି ନୂଆପଡାରେ ତାଙ୍କୁ ଦିଆଯାଇଥିବା ବିଦାୟ ସମ୍ବର୍ଧନାରୁ ପ୍ରମାଣିତ ହୋଇଯାଇଥିଲା |

0
0
0
s2sdefault