ହେଡଲାଇନସ୍:

ଆବାସିକ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ସଚେତନତା କର୍ମଶାଲା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡା (ସରୋଜ ସାହୁ ) –ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ପ୍ରଶାସନ ତରଫରୁ ଏକ ସଚେତନତା କାଯ୍ୟ ର୍କ୍ରମ ଅନୁଷ୍ଠିତ  ହେଇଯାଇଅଛି ।  ଏହି ତାଲିମ ଶିବିରରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ଟୁକୁ ବାରିକ, ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ, ଜିଲ୍ଲା ସାମାଜିକ ଓ ସୁରକ୍ଷା ଅଧିକାରୀ ଆଦିପତି କହଁର, ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀବେହେରା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ଆବାସିକ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ଯତ୍ନ ଓ ସୁରକ୍ଷା ନେବାର ଆବଶ୍ୟକତା ରହିଛି । ଶିକ୍ଷକ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଉତମ ଶିକ୍ଷାଦାନ କରିଥାନ୍ତି କିନ୍ତୁ ଛାତ୍ର ଛାତ୍ରୀ ମାନଙ୍କୁ ଯତ୍ନ ଓ ସୁରକ୍ଷା ନେଇଥାନ୍ତି ୱାର୍ଡେନ ମାନେ । ବିଭିନ୍ନ ଆବାସିକ ବିଦ୍ୟାଳୟ ଗୁଡିକରେ ନିଯୁକ୍ତି ପାଇଥିବା ୱାର୍ଡେନ ମାନଙ୍କୁ ସେମାନଙ୍କ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରୁଥିବାରୁ ସାଧୁବାଦ ଜଣାଇବା ସହ ଝରଡି ଆଶ୍ରମ ସ୍କୁଲର ୱାର୍ଡେନଙ୍କୁ ପିଲାମାନଙ୍କ ଉତମ ଯତ୍ନ ନେଉଥିବାରୁ ଭୂୟସୀ ପ୍ରଂଶସା କରିଥିଲେ । ଅନୁସୂଚିତ ଜାତି ଓ ଜନଜାତି ବିଭାଗର ରାଜ୍ୟ ତାଲିମ କେନ୍ଦ୍ରର ପ୍ରକଳ୍ପ ପରିଚାଳକ ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଯତ୍ନ ଓ ସୁରକ୍ଷା ତଥା ସେମାନଙ୍କ କିଭଳି ଭାବରେ ଯତ୍ନ  ବ୍ୟଭିଚାରରୁ ସୁରକ୍ଷା ଦିଆଯାଇ ପାରିବ, ବିଦ୍ୟାଳୟ ପରିବେଶକୁ କିପରି ଭାବରେ ଶିଶୁ ଉପ ଯୋଗ କରାଯାଇପାରିବ, ଛାତ୍ର ଛାତ୍ରୀ ମାନଙ୍କୁ ଶୋଷଣ ମୁକ୍ତ କରାଯାଇପାରିବ ଏବଂ ଏ କ୍ଷେତ୍ରରେ ଥିବା ଆଇନ ଗୁଡିକ ଉପରେ ଶ୍ରୀ ପଣ୍ଡା ଆଲୋକପାତ କରିଥିଲେ । ଶ୍ରୀପଣ୍ଡା ନିଜେ ପ୍ରସ୍ତୁତ କରିଥିବା ବିଦ୍ୟାଳୟ ସମ୍ବନ୍ଧୀୟ ୧୦ ଗୋଟି ପ୍ରଶ୍ନର ମତାମତ ଦେବା ପାଇଁ ଉପସ୍ଥିତ ଥିବା ଶିକ୍ଷକ, ଶିକ୍ଷୟତ୍ରୀ, ୱାର୍ଡେନ, ମାଟ୍ରେନ, ଏଏନଏମ ମାନଙ୍କୁ କହିଥିଲେ ।  କାର୍ଯ୍ୟକ୍ରମର ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ଉଦେଶ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ । 

 

0
0
0
s2sdefault