ହେଡଲାଇନସ୍:

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜାପାନର ରାଷ୍ଟ୍ରଦୂତ ହୀରାମତସୁଙ୍କ ମଧ୍ୟରେ ଆଲୋଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରସ୍ପରିକ ସହଯୋଗ ନେଇ କଥା ହେଲେ, ଜଗନ୍ନାଥଙ୍କ ଫୋଟୋ ଚିତ୍ର ଦେଲେ ଉପହାର 

ନୂଆଦିଲ୍ଲୀ/ଭୁବନେଶ୍ୱର– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଜାପାନର ରାଷ୍ଟ୍ରଦୂତ ଏଚ.ଇ କେନଜି ହୀରାମାତସୁଙ୍କୁ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି | ଏହି ଅବସରରେ ଉଭୟେ ଇସ୍ପାତ ଉତ୍ପାଦନ, ପାରମ୍ପରିକ ଏବଂ ଅଣ-ପାରମ୍ପରିକ ଓ ନବୀକରଣ ଉର୍ଜା ସମ୍ବଳ କ୍ଷେତ୍ରରେ ଭାରତ ଓ ଜାପାନର ସମ୍ପର୍କକୁ ମଜବୁତ କରିବା ପାଇଁ ଆଲୋଚନା କରିଥିଲେ । ରାଷ୍ଟ୍ରଦୂତ ହୀରାମାତସୁଙ୍କ ସହ ଏହି ସୌଜନ୍ୟମୂଳକ ସାକ୍ଷାତ ବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କୁ  ଜଗନ୍ନାଥ-ବଳଭଦ୍ର-ସୁଭଦ୍ରାଙ୍କ ଏକ ଫୋଟୋଚିତ୍ର ଉପହାର ରୂପେ ପ୍ରଦାନ କରିଥିଲେ |

0
0
0
s2sdefault