ହେଡଲାଇନସ୍:

ରଘୁନାଥଙ୍କ ଦାନବାକ୍ସରୁ ଆଦାୟ ହେଲା ୩ଲକ୍ଷ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଶ୍ରୀରଘୁନାଥ ଜିଉଙ୍କ ମନ୍ଦିର ଦାନବାକ୍ସ ୮ମାସ ପରେ ଆଜି ଖୋଲାଯାଇଥିଲା । ଭକ୍ତମାନଙ୍କ ଦାନ ଅର୍ଥରୁ ୩ଲକ୍ଷ ୧୧ହଜାର ୫୫୯ଟଙ୍କା ସହିତ ୩.୯ ଗ୍ରାମ ସୁନା,୯ଗ୍ରାମ ରୂପା ଅଳଙ୍କାର ଓ ୫କିଲୋ ୪୦୦ଗ୍ରାମ ପିତଳ ସାମଗ୍ରୀ ଆଦାୟ ହୋଇଛି । ମାଜିଷ୍ଟ୍ରେଟ ତଥା ତହସିଲଦାର ପ୍ରମୋଦ କୁମାର ନାୟକ, ଦେବୋତ୍ତର  ମ୍ୟାନେଜର ତାପସ ରଂଜନ ପଟ୍ଟନାୟକ, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର, ପୂଜକ ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ନନ୍ଦ, ସଂପାଦକ ପ୍ରଦ୍ୟୁମ୍ନ କୁମାର ଦାଶ, ପରିଚ୍ଛା ହରିବନ୍ଧୁ ଷଡଙ୍ଗୀ  ଓ  ଓଡଗାଁ  ଥାନା ଏସ୍ଆଇ ବଂଶୀଧର ବିଶ୍ୱାଳଙ୍କ  ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା । 

0
0
0
s2sdefault