ହେଡଲାଇନସ୍:

 ଚୋରା ମଦବେପାରୀ ଡାଳେ ଡାଳେ ଗଲେ ପୋଲିସ ପତରେ ପତରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ମେଲଛାମୁଣ୍ଡା ପୁଲିସ ହାତରେ ଧରା ପଡିଲା ମଦ ବେପାରୀ 

   ମେଲଛାମୁଣ୍ଡା,(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସମାରପାଲି ଅଂଚଳରେ ଦୀର୍ଘ ଦିନ ହେବ ପ୍ରବଳ ମାତ୍ରାରେ ଦେଶୀ ମଦର ବେଆଇନ ବିକ୍ରୟ ହେଉଥିବା ଅଭିଯୋଗ ହେଉଥିଲା । ମେଲଛାମୁଣ୍ଡା ପୁଲିସ ମଦ ବେପାରିଙ୍କୁ କାବୁ କରିବା ପାଇଁ ଅନେକ ଥର ଚେଷ୍ଟାକରି ବିଫଳ ହୋଇଥିଲା । ମଦ ବେପାରିମାନେ ଚାଲାକିକରି ପୁଲିସକୁ ଚକମା ଦେବାରେ ସଫଳ ହେଉଥିଲେ । ବେପାରିଙ୍କ ଚାଲାକିକୁ ଚାଲେଞ୍ଜ ଭାବେ ଗ୍ରହଣ କରି ଗତ କିଛି ଦିନ ହେବ ମେଲଛାମୁଣ୍ଡା ଥାନାଧିକାରୀ ଏସଆଇ ସ୍ୱପ୍ନାରାଣି ଗୋଛାୟତ ମଦ ବେପାରିଙ୍କ ପାଇଁ ଏକ ଜାଲ  ବିଛାଇଥିଲେ । ସେହି ଜାଲରେ ମଙ୍ଗଳବାର ସଂଧ୍ୟାରେ ଏକ ବଡ ବେପାରି ଧରାପଡିଛି । ବେପାରି ଜଣକ ବିକ୍ରୟ ପାଇଁ ଦେଶୀ ରନ୍ଧା ମଦ ଧରି ଘରୁ ବାହାରୁଥିବା ବେଳେ ମେଲଛାମୁଣ୍ଡା ପୁଲିସ ହାବୁଡରେ ପଡିଯାଇଥିଲା । ବେପାରି ଜଣକ ସମାରପାଲି ଗ୍ରାମର ପରମାନନ୍ଦ ବେହେରାଙ୍କ ପୁଅ ଅନିଲ ବେହେରା(୩୨)କୁ ପୁଲିସ ଘଟଣା ସ୍ଥଳରେ କାବୁ କରିବା ସହ ତା ପାଖରୁ ୯୦ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଥାନାକୁ ନେଇ ଆସିଥିଲା । ଥାନାରେ ଏ ନେଇ କେସ ନଂ ୧୧୩/୧୯ ଦଫା ୫୨(ଏ)ଓଡିଶା ଅବକାରୀ ଏକ୍ଟରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଅନିଲକୁ ଗିରଫ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି । 

 

0
0
0
s2sdefault