ହେଡଲାଇନସ୍:

ଏମସିଏଲର ମନମୁଖୀ କାର୍ଯ୍ୟ ,ହୋଇ ପାରୁନି କୋଇଲା ଉତ୍ତୋଳନ : ସଙ୍କଟରେ ଟ୍ରକ ମାଲିକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ(ହୋରଚାନ୍ଦ ଦେଉରିଆ) :ସୁନ୍ଦରଗଡ଼ ଜିଲ୍ଲାର୍ ବସୁନ୍ଧରା ଏମ୍ସିଏଲ ଓପନ କାଷ୍ଟ କୋଇଲା ଖଣି ରୂପେ ଏସିଆ ମହାଦେଶ ରେ  ଜଣାଶୁଣା ,ସୁନ୍ଦରଗଡ଼ ଜିଲ୍ଲାର ଭାତହାଣ୍ଡି ତଥା ଓଡ଼ିଆ ରାଜ୍ୟର ରାଜସ୍ବ ପୂରଣ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ ବସୁନ୍ଧରା କୋଇଲା ଖଣି | ହେଲେ ଏବେ ସମ୍ପୂର୍ଣ୍ଣ ଭାବେ ଅଚଳାବସ୍ଥା ଦେଖା ଦେଇଥିବାରୁ କୋଇଲା ପରିବହନ ନିୟୋଜିତ ଟ୍ରକସବୁ ଛିଡ଼ାହୋଇ ପଡ଼ିରହିଛନ୍ତି | ଟ୍ରକ ମାଲିକ ମାନେ ଏବେ ମୁଣ୍ଡରେ ହାତଟେକି ବସିବା ଛଡ଼ା କିଛି ଉପାୟ ନାହିଁ ବୋଲି ମାଲିକ ମାନେ କହୁଛନ୍ତି |

ସୁନ୍ଦରଗଡ଼ ହେମଗିର ଠାରେ ଏମସିଏଲ ପକ୍ଷରୁ ପାଇଲଟ ପ୍ରୋଜେକ୍ଟ କୋଇଲା ଖଣି ଆରମ୍ଭ ହେବା ପରେ ସୁନ୍ଦରଗଡ଼ ସମେତ ଆଖପାଖ ଅଞ୍ଚଳରେ ବହୁ ଶିକ୍ଷିତ ଯୁବକ କୋଇଲା ପରିବହନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ | କୋଇଲା ଖଣିରୁ ଦିନକୁ୧୨୦୦ରୁ ୧୮୦୦ଶହ ଟ୍ରକ ଡ଼ମ୍ଫର୍ କୋଇଲା ପରିବହନ କାର୍ଯ୍ୟ କରୁଥିଲେ, "ଛ"ଚକିଆ ଟ୍ରକ, ଡ଼ମ୍ଫରକୁ ବନ୍ଦକରି ଭାରିଯାନ ରେ କୋଇଲା ପରିବହନ କରିବାକୁ ବହୁ ମାଲିକ କୋଇଲା ପରିବହନ ରୁ ନିବୃତ୍ତ ହୋଇଥିଲେ ,ଛ ଚକିଆ ଟ୍ରକ ଡ଼ମ୍ଫର୍ କୁ ବିକ୍ରୀକରି ,କିଏ କବାଡି ରେ କଟାଇ ଦେଇ କିଛିଟଙ୍କା ସଂଗ୍ରହକରି ଭାରିଯାନ ଆଣି ପୁଣି କୋଇଲା ପରିବହନ କାର୍ଯ୍ୟ ରେ ଚଳାଇଥିଲେ | ହେଲେ ପ୍ରାୟତଃ ମାଲିକ ଘରୋଇ ଋଣଦାତା କମ୍ପାନୀ ଠାରୁ ଭାରିଯାନ ଆଣି ମାଲିକ ମାନେ କୋଇଲା ପରିବହନ କାର୍ଯ୍ୟ ରେ ଲଗାଇଲେ ହେଲେ ଏମସିଏଲ  ର୍ ମନମୁଖୀ ଅବହେଳା ଯୋଗୁଁ କୋଇଲା ଉତ୍ତୋଳନ ରେ ବାଧାସୃଷ୍ଟି ହେଉଥିବାରୁ ଭାରିଯାନ ଗୁଡ଼ିକ କୋଇଲା ନପାଇ ଛିଡ଼ା ହୋଇ ରହୁଥିବାରୁ ଭାରିଯାନ ମାଲିକ ମାନେ କୀସ୍ତିଟଙ୍କା ସୁଝିବାରେ ଫେଲ ମାରୁଛନ୍ତି | ବସୁନ୍ଧରା ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଥିବା କୋଇଲା ଖଣି ସ୍ୱତନ୍ତ୍ର ପରିଚୟ ବସୁନ୍ଧରା ଗର୍ଜନବାହାଲ କୋଲଅଞ୍ଚଳ ହେବାପରେ  କୋଇଲା ଉତ୍ତୋଳନ ରେ ସମସ୍ୟା ଦେଖା ଦେଇଛି | ବସୁନ୍ଧରା ଅଞ୍ଚଳର କୋଇଲା ଶେଷହେବା ପରେ ଏବେ କୁଲଡା ଓ ଗର୍ଜନବାହାଲ କୋଇଲା ଖଣିରୁ  କୋଇଲା ଉତ୍ତୋଳନ ହେଉଛି | କୁଳଡା କୋଇଲା ଖଣିର୍ ବିସ୍ଥାପିତ ହେଉଥିବା ତୁମୁଳିଆ ଗ୍ରାମର ଲୋକଙ୍କୁ ଏଯାଏଁ କ୍ଷତିପୂରଣ ଅର୍ଥ ଓ ନିଯୁକ୍ତି ଦିଆଯାଇ ନ ଥିବାରୁ ଗ୍ରାମବାସୀ କୋଇଲା ଉତ୍ତୋଳନ କରିବାକୁ ଦେଉନାହାନ୍ତି | ଅନ୍ୟପକ୍ଷରେ କୋଇଲା ଖଣି ଅଧିକାରୀ ତୁମଳିଆ ଗ୍ରାମବାସୀଙ୍କ ଦାବୀ ପୁରଣ କରୁନଥିବାରୁ ଓବିକଟିଙ୍ଗ ହୋଇ ପାରୁନାହିଁ କି କୋଇଲା ଉତ୍ତୋଳନ ମଧ୍ୟ ହୋଇପାରୁନାହିଁ ସେହିଭଳି ଗର୍ଜନବାହାଲ ଖଣିର୍ ଓବି କଟିଙ୍ଗ କାମନିଜେ ଏମସିଏଲ କରୁଛି ହେଲେ ତାହା କଛପ ଗତିରେ ତେଣୁ ଯେତିକି ଭାରିଯାନ କୋଇଲା ପରିବହନ ପାଇଁ ରହିଛନ୍ତି ସେତିକି ପରିମାଣର କୋଇଲା ହେଉନଥିବାରୁ ଭାରିଯାନ ଗୁଡିକ ଛିଡାହୋଇ ରହୁଛି | କିଛିଦିନ ହେବ କୁଲଡା କୋଇଲା ଖଣିରୁ କୋଇଲା ଉତ୍ତୋଳନ ବନ୍ଦହୋଇ ପଡ଼ିଥିବାରୁ ଶହ ଶହ ଟ୍ରକ ଖଣି ପାଖରେ  ଠିଆହୋଇ ରହିଛନ୍ତି ,ଏମ୍ସିଏଲ ଖାମଖିଆଳି ମନୋଭାବ ଯୋଗୁଁ ଏପରି ହେଉଛି ବୋଲି ଟ୍ରକ ମାଲିକ ମାନେ ଅଭିଯୋଗ କରିଛନ୍ତି | ମାଲିକ ମାନେ କୋଇଲା ପରିବହନ ପାଉନଥିବାରୁ ଟ୍ରକ ଗୁଡ଼ିକ ଛିଡ଼ା ହୋଇ ରହୁଥିବାରୁ କୀସ୍ତିଟଙ୍କା ଦେବାରେ ବିଫଳ ହେଉଛନ୍ତି ଯାହାଫଳରେ ପ୍ରାୟତଃ ଟ୍ରକ ମାଲିକ ମୁଣ୍ଡରେ ହାତଟେକି ବସିଛନ୍ତି ,  କୀସ୍ତି ଟଙ୍କା ଦେବା ଅବସ୍ଥାରେ ନ ଥିବାରୁ ଘୋଘର ଋଣଦାତା କମ୍ପାନୀ ଟ୍ରକ ମାନଙ୍କୁ ଟାଣି ନେଉଥିବାରୁ ମାଲିକ ମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି |  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ପୂର୍ବରୁ ଏପରି ସ୍ଥିତି ଦେଖାଦେଇଥିବା ବେଳେ ସେହି ସମୟରେ ସୁନ୍ଦରଗଡ଼ ଟ୍ରକ ମାଲିକ ସଙ୍ଗ ପକ୍ଷରୁ ଋଣଦାତା ଘରୋଇ କମ୍ପାନୀ ମାନଙ୍କୁ ଡକାଇ ସମୀକ୍ଷା ବୈଠକ କରି ରିସେଟେଲମେଣ୍ଟ କରିଥିଲେ ତେଣୁ ମାଲିକ ମାନେ ଉପକୃତ ହୋଇଥିଲେ ହେଲେ ଏବେ ସଙ୍ଗ ନାହିଁ, ହେଲେ ସଙ୍ଗ ନାମରେ ପ୍ରତିଟ୍ରକ ପିଛା ୫୦ଟଙ୍କା ଲେଖାଏଁ ଆଦାୟ କରାଯାଉଛି  ,ଟଙ୍କା ଆଦାୟ କରାଯାଉଥିବା ସଙ୍ଗ ର୍ ଲୋକମାନେ ଏବେ ଚୁପଚାପ ହୋଇ ବସିପଡିଥିବାରୁ ମାଲିକ ମାନଙ୍କ ମଧ୍ୟରେ ଭାଲେଣି ପଡ଼ିଲାଣି ଏବେ କଥାଟି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ଭଳି ଅବସ୍ଥା ଜିଲ୍ଲାରେ ଦେଖା ଦେଇଛି ତେଣୁ ରାଜ୍ୟ ସରକାର ଏମସିଏଲ ପ୍ରତି ନଜର ରଖିବା ସହ ତୁରନ୍ତ ଏହି ବିଷୟରେ ଉପରେ ହସ୍ତକ୍ଷେପ କରି କୋଇଲା ପରିବହନ କିପରି ଭଲ ଭାବରେ ହେବ ତାହାର ସମାଧାନ କରନ୍ତୁ ବୋଲି ଭାରିଯାନ ଟ୍ରକ ମାଲିକ ମାନେ ଦାବୀ କରିଛନ୍ତି।

0
0
0
s2sdefault