ହେଡଲାଇନସ୍:

90 ଜଣ ହିତାଧିକାରୀ ଙ୍କୁ ଘର ଡିହ ଜମି ପଟ୍ଟା ବଣ୍ଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ / ଝାରବନ୍ଧ :- ଘର ଖଣ୍ଡେ ଓ ଘର କରିବା ପାଇଁ ନିଜର ଜମି ଟିକେ , ଏହା ପ୍ରତେକ ଲୋକର ସ୍ୱପ୍ନ । ଯେଉଁ ମାନେ ଭୂମିହୀନ ସେମାନଙ୍କର ପାଇଁ ଏହି ସ୍ୱପ୍ନ କେବଳ ସ୍ୱପ୍ନ ରେ ହିଁ ରହିଯାଉଥିଲା। ଭୂମିହୀନ ଙ୍କର ଏହି ସ୍ୱପ୍ନ ପୁରଣ କରିବା ପାଇଁ ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା ।  ଆଜି ଏହି ବସୁନ୍ଧରା ଯୋଜନାରେ  ଝାରବନ୍ଧ ତହସିଲ କାର୍ଯ୍ୟାଳୟ ତରଫରୁ ଝାରବନ୍ଧ ତହସିଲ ଅନ୍ତର୍ଗତ ଗୌଡ଼ମାଲ ଓ ପୁଟକା ଗ୍ରାମର 90 ଜଣ ହିତଧାରୀଙ୍କୁ ଚାରି ଡ଼ିସିମିଲ ଲେଖାଏଁ ଜମି ପ୍ରଦାନ କରାଯିବା ସହିତ ଉକ୍ତ ଜମିର ପଟ୍ଟା ପ୍ରଦାନ କରାଯାଇଛି । ଝାରବନ୍ଧ ଅତିରିକ୍ତ ତହସିଲଦାର ଶ୍ରୀ ପର୍ଶୁରାମ ଆର୍ଯ୍ୟନ ପଣ୍ଡା ଆଜି ଗୌଡ଼ମାଲ ଓ ପୁଟକା ଗ୍ରାମକୁ ଯାଇ ହିତାଧିକାରୀ ମାନଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ ।

 ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜମି ପାଇବା ପାଇଁ କୋଣସି ହିତାଧିକାରୀ ଙ୍କୁ ତହସିଲ କାର୍ଯ୍ୟାଳୟ କିମ୍ବା RI ଅଫିସ କୁ ଯିବାକୁ ପଡିନଥିଲା । ଏହି ଯୋଜନାର ହିତାଧିକାରୀ ଙ୍କର ଦରଖାସ୍ତ ଗ୍ରହଣ ଠାରୁ ହିତାଧିକାରୀ ଚୟନ ସବୁ ତହସିଲ କର୍ମଚାରୀ ମାନଙ୍କର ଦ୍ୱାରା ଗୌଡ଼ମାଲ ଓ ପୁଟକା ଗ୍ରାମରେ କରାଯାଇଥିଲା ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ପଣ୍ଡା ଜଣାଇଛନ୍ତି ।

0
0
0
s2sdefault