ହେଡଲାଇନସ୍:

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଅସନ୍ତୋଷ :  ଯୁବ ବିକାଶ ପରିଷଦ ଦେଲା  ଦାବୀ ପତ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା (ସରୋଜ ସାହୁ)  – ବିପର୍ଯ୍ୟସ୍ତ ହୋଇ ପଡିଛି ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟସେବା | ଡାକ୍ତର ବି ଆବଶ୍ୟକ ସଂଖ୍ୟା ଠାରୁ ବହୁତ କମ | ରାୟଗଡା ସଦର ମହକୁମାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏ ନାହିଁ ନାହିଁ ସ୍ଥିତିକୁ ନେଇ  ଅସନ୍ତୋଷ ଜାହିର କରିଛି ଯୁବ  ବିକାଶ ପରିଷଦ | ସମସ୍ୟା ସମାଧାନ ପାଇଁ   ସିଡିଏମଓଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିବା ସହ ଅଲଟିମେଟମ ଦେଇଛି ପରିଷଦ |  ଯଦି ଆଗାମୀ ମାସ ୨୦ ତାରିଖ ସୁଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁଧାର ନ ଆସେ ତେବେ ବାଧ୍ୟ ହୋଇ ଚିକିତ୍ସାଳୟ ସମ୍ମୁଖରେ ଅନଶନ କରିବୁ ବୋଲି ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶ ପ୍ରକାଶ କରିଛନ୍ତି । 

 ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାର ୧୦ ଲକ୍ଷ ଲୋକ ନିର୍ଭର କରୁଥିବା ବେଳେ ଆବଶ୍ୟକ ଡାକ୍ତର ନଥିବା, ଶିଶୁ ରୋଗ ପାଇଁ ମାତ୍ର ଜଣେ ଡାକ୍ତର, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ନଥିବା ଚିନ୍ତାର କାରଣ ପାଲଟିଛି ବୋଲି ଶ୍ରୀଦାଶ କହିଛନ୍ତି  । ରାୟଗଡା ଜିଲ୍ଲାବାସୀଙ୍କ ଉତ୍ତମ  ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାରଙ୍କ ତରଫରୁ ସ୍ୱାସ୍ଥ୍ୟ ପରୀକ୍ଷା ଉପକରଣ ପ୍ରଦାନ କରାଯାଇଥିଲେ ବିଶେଷଜ୍ଞଙ୍କ ଅନୁପସ୍ଥିତ ଯୋଗୁଁ ଉପକରଣ ଗୁଡିକ ଖତ ଖାଇବାକୁ ବସିଲାଣି | ତେଣୁ ତୁରନ୍ତ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଇ ଉପକରଣ ଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ଯୁବ ବିକାଶ ପରିଷଦ ଦାବୀ କରିଛି । ଦାବୀପତ୍ର ପ୍ରଦାନ ସମୟରେ କୃଷ୍ଣ ପ୍ରସାଦ ମିଶ୍ର, ପୁତୁଲୁ ପାଢୀ, ଗୋପିନାଥ ଗୌଡ, ଅଜୟ ମହାରଣା, ଗୌରିଶଙ୍କର ଦାଶ, ରବିନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । 

0
0
0
s2sdefault