ହେଡଲାଇନସ୍:

କହି ହେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହେଇ ଦେଖ : ଏଇଟା ଆମ ଡିଆରଡିଏ କାର୍ଯ୍ୟାଳୟର ସର୍ବସାଧାରଣ ଟଇଲେଟ

ବରଗଡ଼ ସହର ଘରୋଇ ବସଷ୍ଟାଣ୍ଡ ନିକଟରେ ରହିଛି ଡ଼ିଆରଡ଼ିଏ ଅଫିସ । ଜିଲ୍ଳାର ଏକ ପ୍ରମୁଖ ଅଫିସ ହୋଇଥିବାରୁ ପ୍ରତିଦିନ ଗ୍ରାମାଞ୍ଚଳରୁ ଅନେକ ଲୋକ ଓ ଅଧିକାରୀ ଏଠାକୁ ଆସିଥାନ୍ତି ବିଭିନ୍ନ କାମ ପାଇଁ । ଏହି  ଅଫିସର ସଭାଗୃହରେ ଆମ ଜିଲ୍ଳା ପାଇଁ ବିଭିନ୍ନ ଯୋଜନା ତିଆରି ହୁଏ । ରାସ୍ତା ଘାଟ ନିର୍ମାଣ, ପାନୀୟ ଜଳ ଯୋଗାଣ, କୃଷିର ଉନ୍ନତି, ସ୍ୱାସ୍ଥ୍ୟର ଉନ୍ନତି, ପରିମଳ ବ୍ୟବସ୍ଥା ଆଦି ସଂପର୍କରେ ବିଭିନ୍ନ ସମୟରେ ଆଲୋଚନା ହୁଏ । ବିଡ଼ିଓ, ତହସିଲଦାର,ଜିଲ୍ଳାପାଳଙ୍କଠୁ ଆରମ୍ଭ କରି ଜିଲ୍ଳାସ୍ତରୀୟ ଅଧିକାରୀ, ବିଧାୟକ ଓ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଏହି ଅଫିସର ସଭାଗୃହକୁ ଆସି ଆଲୋଚନାରେ ଭାଗ ନିଅନ୍ତି । ଏଠାରେ ବିଭିନ୍ନ ବିଭାଗର ତାଲିମ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ । ତେବେ ଏହି ଅଫିସ ପରିସରରେ ଥିବା ଶୌଚାଳୟକୁ ଦେଖିଲେ ଯାହାକୁ ବି ବାନ୍ତି ଲାଗିବ । ଅନେକ ଦିନ ହେଲା ଏହି ଶୌଚାଳୟ ସଫା ହେଉନାହିଁ । କେବେ କେମିତି ସଭାସମିତି ହେଲେ ନାଁକୁ କିଛି ବ୍ଳିଚିଂ ପାଉଡ଼ର ପକାଇ ଦିଆଯାଏ । ଅତ୍ୟନ୍ତ ଅପରିଷ୍କାରୂ ଭାବରେ ଶୌଚାଳୟ ରହିଛି କେହି ନ ଦେଖିଲେ ବିଶ୍ୱାସ କରିବ ନାହିଁ । ଏଠାରେ ନିୟୋଜିତ କର୍ମଚାରୀ ଓ ଅଧିକାରୀ ମାନେ ଶୌଚାଳୟ ବାବଦରେ ସମ୍ପୂର୍ଣ୍ଣ ଭାବରେ ଅବଗତ କିନ୍ତୁ କେହି ନିୟମିତ ଭାବରେ ଏହାର ରକ୍ଷଣାବେକ୍ଷଣ ପାଇଁ ଦାଇତ୍ୱ ନେବାକୁ ଚାହାନ୍ତି ନାହିଁ ।  ଏହି ବଡ଼ବଡିଆ ବାବୁ ମାନେ ପୁଣି ଶୌଚାଳୟ ତିଆରି କରିବା ପାଇଁ , ସଫା ସୁତୁରା ରଖିବା ପାଇଁ ଏବଂ ନିୟମିତ ବ୍ୟବହାର କରିବା ପାଇଁ ସାଧାରଣ ଲୋକଙ୍କୁ କିପରି ବୁଝାଉଛନ୍ତି  ? ନିହାତି ଜରୁରୀ ଏହି ଅଫିସର ଶୌଚାଳୟ ବ୍ୟବସ୍ତା କୁ ତୁରନ୍ତ ବ୍ୟବହାର ଉପଯୋଗୀ କରିବା ସହିତ ଏହାର ନିୟମିତ ରକ୍ଷଣାବେକ୍ଷଣ ନିମନ୍ତେ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି ହେଉଛି ଜନସାଧାରଣଙ୍କ ପକ୍ଷରୁ | 

0
0
0
s2sdefault