ହେଡଲାଇନସ୍:

ଜଣକୁ ସପ୍ରେମ ବିଦାୟ ସମ୍ବର୍ଧନା, ଜଣକୁ ସଶ୍ରଦ୍ଧ ସ୍ୱାଗତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏକା ସାଙ୍ଗରେ ଅନୁଷ୍ଠିତ ହେଲା ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ 

ନୂଆପଡାକୁ ସହଜରେ ଭୁଲି ହେବନି;କହିଲେ ବିଦାୟୀ ଏସପି ସ୍ମିତ ପି ପରମାର 

ନୂଆପଡ଼ା/ଅମିତ ପୁରୋହିତ : ସ୍ଥାନୀୟ ରିଜର୍ଭ ପୋଲିସ ଅଫିସ ନିକଟ ଇଣ୍ଡୋର ଷ୍ଟାଡିୟମ ଠାରେ ପୂର୍ବତନ ଏସ୍ପି ସ୍ମିତ ପି ପରମାର ଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ବେଳେ ନୂତନ ଏସ୍ପି ବିନିତ ଅଗ୍ରୱାଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।  ରିଜର୍ଭ ଅଫିସରୁ ଦୁଇ ଜଣ ଏସପିଙ୍କୁ ନେଇ ଏକ ଶୋଭାଯାତ୍ରାରେ ବାହାରି ଥିଲା । ବ୍ୟାଣ୍ଡ ବାଜାର ତାଳେ ତାଳେ ତାଙ୍କୁ ଇଣ୍ଡୋର ଷ୍ଟାଡିୟମକୁ ପାଛୋଟି ନିଆଯାଇଥିଲା । ଏଏସପି ସୁନିଲ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସôବ ରେ ପୂର୍ବତନ ଏସପି ଶ୍ରୀ ପରମାର, ତାଙ୍କ ଧର୍ମପତ୍ନୀ,  ନୂତନ ଏସପି ଶ୍ରୀ ବିନିତ ଅଗ୍ରୱାଲ ମଞ୍ଚାସୀନ ଥିଲେ । ପୂର୍ବତନ ଏସପି ଶ୍ରୀ ପରମାରଙ୍କୁ ଉପଢୋକନ ଓ ବିଭିନ୍ନ ପ୍ରକାର ଉପହାର ଦେଇ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେହିପରି ନୂତନ ଏସପି ଶ୍ରୀ ଅଗ୍ରୱାଲଙ୍କୁ ଫୁଳ ତୋଡା, ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନୂଆପଡ଼ା ଜିଲ୍ଲା କାର୍ଯ୍ୟକାଳର ଅନୁଭୁତି ସର୍ବଦା ସ୍ମୃତି ହୋଇ ରହିବ ଓ ଜିଲ୍ଲାବାସୀଙ୍କୁ ସବୁ ବେଳେ ମନେ ପକାଇବେ ଏବଂ  ଏଠାକାର ଅନୁଭୂତି  ଆଗାମୀ ଦିନରେ ବହୁ କାମରେ ଆସିବ ବୋଲି ଏସପି ଶ୍ରୀ ପରମାର କହିଥିଲେ । ସିନାପାଲି ଆଇଆଇସି ଜ୍ୟୋତି ରଂଜନ ଗୌଡ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସଦର ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ, ଖଡ଼ିଆଳ ଏସଡିପିଓ ବିରଂଚି  ନାରାୟଣ ଦେହୁରୀ, ବିଶିଷ୍ଟ ଶିକ୍ଷାବିତ ଡ. ଶିବପ୍ରସାଦ ବେହେରା, ନୂଆପଡ଼ା ଏନଏସି ଇଓ ରାମଚନ୍ଦ୍ର ମାଝି, ଖରିଆରରୋଡ ଏନଏସି ଇଓ ଦେବେନ୍ଦ୍ରନାଥ ମହାରଣା, ରିଜର୍ଭ ଇନ୍ସପେକ୍ଟର ପଙ୍କଜ ନାଏକ, ସଦର ଆଇଆଇସି ଆଦିତ୍ୟ ମହାକୁଡା, ଖଡ଼ିଆଳ ଆଇଆଇସି କୈଲାସଚନ୍ଦ୍ର ସେଠୀ, ବୋଡେନ ଆଇଆଇସି ସରୋଜ ମଲ୍ଲିକ, କୋମନା ଆଇଆଇସି ନିର୍ମଲ ପାଣିଗ୍ରାହୀ, ଜୋଙ୍କ ଆଇଆଇସି ଯୁଗଲ ମଲ୍ଲିକ, ଧରମବନ୍ଧା ଆଇଆଇସି ଦିଲିପ ଲାକ୍ରା, ବେଲଟୁକୁରୀ ଆଇଆଇସି ଶୁଭଙ୍କର ସେଠୀ, ଏସଆଇ ଦେବାଶିଷ ରାଉତ, ଜିତୁ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

  ୫ ଜଣ ଆତ୍ମ ସମର୍ପଣ ମାଓବାଦୀଙ୍କୁ ସହାୟତା ପ୍ରଦାନ 

 ସ୍ଥାନୀୟ ରିଜର୍ଭ ପୁଲିସ ଅଫିସ ନିକଟ ଇଣ୍ଡୋର ଷ୍ଟାଡିୟମ ଠାରେ ପୂର୍ବତନ ଏସପିଙ୍କ ବିଦାୟ ସମ୍ବର୍ଦ୍ଧନା ଓ ନୂତନ ଏସପିଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅବସରରେ ଆତ୍ମସମର୍ପଣ ମାଓବାଦୀଙ୍କୁ ସରକାରଙ୍କ ପ୍ରୋତ୍ସାହନ  ରାଶି ପ୍ରଦାନ କରାଯାଇଛି । ବିଗତ ଦିନରେ ଜିଲ୍ଲାରେ ୫ ଜଣ ମାଓବାଦୀ ଆତ୍ମ ସମର୍ପଣ କରିଥିଲେ । ଏମାନଙ୍କୁ ରାଜ୍ୟ ସରକାରଙ୍କ ମାଓ ଆତ୍ମ ସମର୍ପଣ ନିତି ଅନୁସାରେ ଆଜି ସରକାରୀ ପ୍ରୋତ୍ସାହନ  ପ୍ରଦାନ କରିଥିଲେ । ବରଗଡ ଜିଲ୍ଲା ପାଇକମାଲ ଥାନା ଭୀମରାଜପୁର ନିକଟ ମାଲଦା ଗାଁର ଦୁର୍ବାଦଲ ବରିହା ଓ ବୋଡେନ ଥାନା ଖଡୁପାଣି ଗାଁର ସୁମିତ୍ରା ଧରୁଆଙ୍କୁ ୩.୪୮ ଲକ୍ଷର ପ୍ରୋତ୍ସାହନ  ରାଶି ପ୍ରଦାନ କରିଥିଲେ । ସେହିପରି ବୋଡେନ ଥାନା ଖଡୁପାଣି ଗାଁର ପୂର୍ଣ୍ଣଚନ୍ଦ୍ର ମାଝି, ସିନାପାଲି ଥାନା ଘାଟମାଲ ପଞ୍ଚାୟତ କାନ୍ଦେନ ରିଆ ଗାଁର ଡାଲମତୀ ପହରିଆ, ବୋଡେନ ଥାନା ଭଇଁଷାଦାନୀ ପଞ୍ଚାୟତ କରିପାଣି ଗାଁର ପର୍ଶୁରାମ ଧରୁଆଙ୍କୁ ୨.୪୮ ଲକ୍ଷ ଟଙ୍କା ସହୟତା ରାଶି ପ୍ରଦାନ କରିଥିଲେ । 

0
0
0
s2sdefault