ହେଡଲାଇନସ୍:

ଭାରତ ସରକାରଙ୍କ ସଂଖ୍ୟାଲଘୁ ମନ୍ତ୍ରାଳୟ ଦ୍ୱାରା ସପ୍ତମ ଆର୍ଥିକ ଜନଗଣନାର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା/saroj kumar sahu  –  ଭାରତ ସରକାରଙ୍କ ସଂଖ୍ୟାଲଘୁ ମନ୍ତ୍ରାଳୟ ଦ୍ୱାରା ସପ୍ତମ ଆର୍ଥିକ ଜନଗଣନାର ଶୁଭାରମ୍ଭ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏହାର ଉଦଘାଟନ ଉତ୍ସବ ଅନୁଷ୍ଠିତ  ହୋଇଯାଅଛି । ରାୟଗଡା ଗୋଷ୍ଠୀ  ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଯୋଜନା ଅଧିକାରୀ ଭାସ୍କର ଚନ୍ଦ୍ର ଜେନା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଷ୍ଟାଟିସକାଲ ଅଧିକାରୀ ପ୍ରତିବନ୍ଧନ ସେଠୀ, ଯୁଧିଷ୍ଠିର  ଶବର, ସୁଗ୍ରୀଜିତ୍ ବିଶ୍ୱାଳ ଏବଂ ସଂଯୋଜକ ଶ୍ରୀକାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭିକ ଭାଷଣ ସଂଯୋଜକ ଶ୍ରୀକାନ୍ତ ପାତ୍ର ପ୍ରକାଶ କରିଥିଲେ ଯେ କିପରି ରାୟଗଡା ଜିଲ୍ଲାରେ ସ୍ତପମ ଆର୍ଥକ ଜନଗଣନାର କାର୍ଯ୍ୟକ୍ଷମ କରିବା ଏବଂ ଏଥିନିମନ୍ତେ ୨୧୭ ଜଣ ପର୍ଯ୍ୟବେକ୍ଷକଙ୍କ ସହ ୭୦୦ ଜଣ କୁଶଳୀ ଗଣନାକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ମୋବାଇଲ ଫୋନରେ ଲୋଡ କରାଯାଇଥିବା ଏକ ସଫ୍ଟ ୱେର ଦ୍ୱାରା ଏହି ସପ୍ତମ ଆର୍ଥିକ ଜନଗଣନା କାର୍ଯ୍ୟ ଆରମ୍ଭ ହେବ । ଘର ଘର ବୁଲି ଏହି ସର୍ଭେ କାଯ୍ୟ ଜାରୀ ରହିବ । ଘରୁ ସଂଗ୍ରହ କରାଯାଉଥିବା ପରିବାର ସଦସ୍ୟଙ୍କ ବିବିରଣୀ ଯେପରି ବାହାରେ ପ୍ରକାଶ ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଥିବା ସଂସ୍ଥାର ସଂଯୋଜକ ଶ୍ରୀପାତ୍ର ପ୍ରକାଶ କରିଥିଲେ । ଆର୍ଥିକ ଜନଗଣନା କାର୍ଯ୍ୟ ସମ୍ପୂର୍ଣ  ହେଲେ ପରେ ଏହାକୁ ସରକାରଙ୍କ ଦ୍ୱାରା ପ୍ରକାଶ କରାଯିବ ବୋଲି ସଂସ୍ଥା ସୂତ୍ରରୁ ପ୍ରକାଶ । ଏହି ଆର୍ଥିକ ଜନଗଣନା କାଯ୍ୟ ର୍ ରାୟଗଡା ଜିଲ୍ଲା ସମତେ ସାରା ଓଡିଶାରେ ଆଜି ଠାରୁ ଆରମ୍ଭ ହୋଇଛି । 

0
0
0
s2sdefault