ହେଡଲାଇନସ୍:

ଇଣ୍ଡିପେଣ୍ଡେନସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ, ନୂଆପଡ଼ାକୁ ହରାଇ କୋମନା ଚାମ୍ପିୟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା,(ଅମିତ ପୁରୋହିତ); ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତରବୋଡସ୍ଥିତ ରାଜିବ ଗାନ୍ଧୀ ମିନି ଷ୍ଟାଡିୟମରେ ଚାଲିଥିବା ଦ୍ୱାଦଶ ଇଣ୍ଡିପେଣ୍ଡେନସ କପ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ  ହୋଇଯାଇଛି । ଫାଇନାଲ ମ୍ୟାଚରେ କୋମନା ଦଳ ନୂଆପଡ଼ାକୁ ହରାଇ ଚାମ୍ପୟନ ଆଖ୍ୟା ଅର୍ଜନ କରିଛି । ପୂର୍ବାହ୍ନରେ ଅନୁଷ୍ଠିତ  ଫାଇନାଲ ଖେଳରେ କୋମନା ଦଳ ନିଦ୍ଧାରିତ ସମୟରେ ନୂଆପଡ଼ା ଦଳକୁ ୨ ଗୋଲ ଦେଇଥିବା ବେଳେ ନୂଆପଡ଼ା ଦଳ କୋମନାଙ୍କୁ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲା । ଫଳରେ କୋମନା ଦଳ ୨-୧ ଗୋଲରେ ନୂଆପଡ଼ାକୁ ହରାଇ ଚାମ୍ପିୟନ ଟ୍ରଫି ହାସଲ କରିବାରେ ସଫଳ ହୋଇଛି । ଉଦ୍ଘାଟନୀ ଉସôବରେ ସମାଜସେବୀ ମାଧବ ପ୍ରସାଦ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ, ଉଦ୍ୟାପନୀ ଉସôବରେ ମୁଖ୍ୟଅତିଥି ଭାବେ ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ, ବିଜେଡି ରାଜ୍ୟ ସମ୍ପାଦକ ତଥା ଓସିଏ ଉପସଭାପତି ସରୋଜ କୁମାର ସାହୁ ସ୍ୱତନ୍ତ୍ର ଅତିଥି, ସାମାଜିକ କର୍ମୀ ଗୋପମଣି ପାଣିଗ୍ରାହୀ, ନୂଆପଡ଼ା  ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ସୁଧୀର କୁମାର ମିଶ୍ର, ସାମାଜିକ କର୍ମୀ କାଳିଆ ପ୍ରଧାନ, ମାଧବ ପ୍ରସାଦ ସାହୁ , ଶ୍ରୀକାନ୍ତ ପ୍ରଧାନ, ସ୍ଥାନୀୟ ରାଜସ୍ୱ ନିରିକ୍ଷକ ସୁଖରାମ ସାହୁ, ଠାକରୁ ଜଗତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚକୁ ହରିହର ସାହୁ, ବଳରାମ ସରାଫ, ଚୈତନ୍ୟ ମାଝି ଓ ଅମନ ଛତ୍ରିଆ ଖେଳ ପରଚାଳନା କରିଥିବା ବେଳେ ଭୋଜରାମ ଅହିର, ପରସରାମ ଅହିର ଏବଂ ଦୟାଲାଲ ଅହିର ଧାରାବୀବରଣୀ ପ୍ରଦାନ କରିଥିଲେ । ଆୟୋଜକ ସଂଘ ପ୍ରତ୍ୟେକ ସଦସ୍ୟ ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

 

0
0
0
s2sdefault