ହେଡଲାଇନସ୍:

ଆଦାଲତର ନିର୍ଦ୍ଦେଶକୁ ଉଲ୍ଲଙ୍ଘନ ମାମଲାରେ ହାଜର ହେଲେନି ଥାନା ଅଧିକାରିଣୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବ୍ୟକ୍ତିଗତ ସମ୍ପତ୍ତି ଉପରେ ବଳ ପୂର୍ବକ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ 

ବାରିପଦା(ଶାସକ ପ୍ରଶାସକ)- ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀମାନେ ଦିନକୁ ଦିନ ଅଧିକ ସ୍ୱେଚ୍ଛାଚାରୀ ହୋଇପଡ଼ିଥିବାର ପରିଲକ୍ଷିତ ହୋଇଛି । କେଉଁଠି ସ୍ତ୍ରୀ ଜିବୀତ ଥିବା ବେଳେ ନିଦେ୍ର୍ଧାଷ ସ୍ୱାମୀକୁ ହତ୍ୟାକାରୀ ଦର୍ଶାଇ ଜେଲ ପଠାଇ ଦେଉଛନ୍ତି, ପୁଣି କେଉଁଠି ଅଦାଲତର ନିଦେ୍ର୍ଧଶକୁ ଅଣଦେଖା ପ୍ରଦର୍ଶନ ପୂର୍ବକ ନିର୍ଦ୍ଦେଶ କିପରି କାର୍ଯ୍ୟକାରୀ କରାଯାଏ ସେହି ତରିକା ଜଣାନାହିଁ ବୋଲି କହୁଥିବାର ଅଭିଯୋଗ ଆସିଛି । ପୁଲିସ ଜନସାଧାରଣଙ୍କ ସେବକ ଭାବେ ସାଧାରଣ ଜନତା ଅନ୍ୟାୟର ଶିକାର ହେଉଥିବାର ଅଭିଯୋଗ ଆସିଲେ ସେମାନଙ୍କୁ ନ୍ୟାୟ ଦେବା ପୁଲିସ କାର୍ଯ୍ୟ ଓ ଧର୍ମ । ମାତ୍ର କେତେକ ନିର୍ଦ୍ଧିଷ୍ଟ ପୁଲିସ ଅଧିକାରୀ ପୁଲିସର କର୍ତ୍ତବ୍ୟ ଓ ଦାୟିତ୍ୱ ସଠିକ ଢ଼ଙ୍ଗରେ ସମ୍ପାଦନ କରୁନଥିବାରୁ ସାଧାରଣ ଜନତା ଥାନାରୁ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ଅଦାଲତର ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ମାତ୍ର ଅଦାଲତର ନିର୍ଦ୍ଦେଶକୁ ମଧ୍ୟ କେତେକ ପୁଲିସ କର୍ମଚାରୀ ଅଣଦେଖା ପ୍ରଦର୍ଶନ କରୁଛନ୍ତି ଏବଂ ଏହାକୁ ନେଇ ଉକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଆଦାଲତର ନିଦେ୍ର୍ଧଶ ଉଲ୍ଲଙ୍ଘନ ମାମଲା ରୁଜୁ ହୋଇଥିବାର ଦେଖିବାକୁ ମିଳିଛି । ଏହିଭଳି ଅଭାବନୀୟ ଘଟଣା ଗେଖିବାକୁ ମିଳିଛି, ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅଧୀନରେ ଥିବା ଗଉଡ଼ଡିହା ଗ୍ରାମର ଅଧିବାସୀ ଯୁଗେଶ୍ୱର ମହାକୁଡ଼ଙ୍କ କ୍ଷେତ୍ରରେ । 

         ଯୁଗେଶ୍ୱର ମହାକୁଡ଼ଙ୍କ ଘର ସମ୍ମୁଖ ଦେଇ ଯାଇଥିବା ଗ୍ରାମ୍ୟ ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ ହେବା ପରେ ରାସ୍ତା ନୂତନ ଭାବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଯଥେଷ୍ଟ ସରକାରୀ ଜମି ରହିଥିଲେ ମଧ୍ୟ ଯୁଗେଶ୍ୱର ମହାକୁଡ଼ଙ୍କ ପୈତୃକ ଘରବାଡ଼ି ଖାତା ନଂ ୧୫, ପ୍ଲଟ ନଂ ୧୯୨, ଏରିଆ ଏ୦.୧୫ ଡେ.ର କିଛି ଅଂଶ ଉପରେ ବଳ ପୂର୍ବକ ଭାବେ ନିଆଗଲା ଯାହାକୁ ନେଇ ଯୁଗେଶ୍ୱର ମହାକୁଡ଼ଙ୍କ ପୈତୃକ ଅଂଶୀଦାରମାନଙ୍କ ମଧ୍ୟରେ ଭାଗବଟାକୁ ନେଇ ବାରିପଦା ସିଭିଲ ଜଜ୍ଙ୍କ ଅଦାଲତରେ ସିଭିଲ ସୁଟ କେଶ ନଂ. ୪୦୧/୨୦୧୬ରେ ମାମଲା ବିଚାରାଧୀନ ରହିଛି । ଏହି ସମୟରେ ଶାମାଖୁଣ୍ଟା ତହସିଲଦାର ଚଞ୍ଚକତା କରି ପ୍ରଥମେ ପ୍ଲଟ ନଂ- ୧୧୯, ଏରିଆ ଏ୦.୦୧୫୦୦ ଡେ. ସରକାରୀ ଜମି ଯୁଗେଶ୍ୱର ମହାକୁଡ଼ ନିଜ ଦଖଲରେ ରଖିଆସିଥିବାର ଜବରଦଖଲ ନୋଟିସ ପଠାଇଥିଲେ । ଏହାପରେ ୩୧/୦୫/୨୦୧୯ରେ ଯୁଗେଶ୍ୱର ମହାକୁଡ଼ ପ୍ଲଟ ନଂ ୧୯୯, ଏରିଆ ଏ୦.୧୫୦୦ ଡେ. ଦଖଲରେ ରଖିଥିବା ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯିବାର ନୋଟିସ ଜାରି କଲେ । ଏହି ସମୟରେ ରାସ୍ତା ନିର୍ମାଣ କାର୍ଯ୍ୟ ନେଇଥିବା ଠିକାଦାର ଓ ତାର ସମର୍ଥକମାନେ ନିଶାସକ୍ତ ଅବସ୍ଥାରେ ଯୁଗେଶ୍ୱର ମହାକୁଡ଼ଙ୍କ ଘରକୁ ଯାଇ ତାଙ୍କୁ ଜୀବନରୁ ମାରିଦେବାର ଧମକ, ବିବାହିତା ଝିଅ ଲିଳିମା ବେହେରାଙ୍କୁ ଦୁଷ୍କର୍ମ ଉଦ୍ୟମ ସହ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ ଏବଂ ଟିକଟଭୂକ୍ତ ଘରବାଡ଼ି ଉପରେ ଥିବା ୬୦/୭୦ ବର୍ଷର ପୁରୁଣା ନିମ୍ବ , ତାଳ, ନଡ଼ିଆ ଆଦି ଗଛକୁ ବନ ବିଭାଗର ବିନା ଅନୁମତିରେ କାଟି ନେଇଯିବା ଆଦି ଅଭିଯୋଗକୁ ନେଇ ବାରିପଦା ସଦର ଥାନାରେ ଏଫଆଇ ଆର ଦେବାକୁ ଯାଇଥିବା ବେଳେ ପୁଲିସ ତାଙ୍କ ନିକଟରୁ ଏଫଆଇଆର ରଖିନଥିଲେ । ସେହିପରି ବାରିପଦା ସଦର ଏସଡ଼ିପିଓଙ୍କ ନିକଟରେ ଗୁହାରୀ ଜଣାଇବାକୁ ଯାଇଥିଲେ ମଧ୍ୟ ଏସଡ଼ିପିଓ ସାକ୍ଷାତ ଦେଇନଥିଲେ । ଏହାପରେ ଅନ ଲାଇନରେ ଏଫଆଇଆର ଦାଖଲ କରିଥିଲେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗୃହିତ ନ ହେବାରୁ ଯୁଗେଶ୍ୱର ନିଜର ପୈତୃକ ସମ୍ପତ୍ତି ରକ୍ଷା କରିବା ନିମନ୍ତେ ବାରିପଦା ସିଭିଲ କୋର୍ଟ ସିନିୟର ଡ଼ିଭିଜନରେ ତହସିଲଦାର ଶାମାଖୁଣ୍ଟା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ, ଠିକାଦାର ରାମଜିତ୍ ମାର୍ଣ୍ଡି ପ୍ରମୁଖଙ୍କ ବିରୋଦ୍ଧରେ ଏକ ସୁଟ ଫାଇଲ କରିଥିଲେ ଏବଂ ଅଦାଲତ ରାସ୍ତା ନିର୍ମାଣ ଏକ ସ୍ୱାଗତ ଯୋଗ୍ୟ କାର୍ଯ୍ୟ ବୋଲି ଦର୍ଶାଇବା ସହ ବିବାଦୀୟ ସମ୍ପତ୍ତି ଉପରେ କୌଣସି ପ୍ରକାରର ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ସହ  ପରବର୍ତ୍ତି ଶୁଣାଣି ପର୍ଯ୍ୟନ୍ତ ଏହାର ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ  ଦେଇଥିଲେ । ଆଦାଲତର ଉକ୍ତ ଆଦେଶନାମାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ପୁଲିସ ଉପସ୍ଥିତିରେ ଯୁଗେଶ୍ୱରଙ୍କ ଟିକଟଭୁକ୍ତ ସମ୍ପତ୍ତି ଉପରେ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ଫଳରେ ଯୁଗେଶ୍ୱର ମହାକୁଡ଼ ତହସିଲଦାର ଶାମାଖୁଣ୍ଟା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ, ଠିକାଦାର ରାମଜିତ୍ ମାର୍ଣ୍ଡି, ଠିକାଦାରଙ୍କୁ ରାସ୍ତା ନିର୍ମାଣ ନିମନ୍ତେ ଉସକାଉଥିବା ସୁରିଆ ସାହୁ ଏବଂ ସ୍ୱର୍ଣ୍ଣଲତା ମିଞ୍ଜ(ଆଇଆଇସି ବାରିପଦା ସଦର ଥାନା)ଙ୍କ ବିରୋଧରେ ଅଦାଲତ ନିର୍ଦ୍ଦେଶ  ଉଲ୍ଲଙ୍ଘନ କରିଥିବାର ଅଭିଯୋଗ ଆଣି ଭାଉଲେସନ ମିସ କେଶ ଅଇଏ ୬୦/୨୦୧୯ରେ ଏକ ମାମଲା ରୁଜୁ କରଇଥିଲେ । ଉକ୍ତ ମାମଲାରେ ଶାମାଖୁଣ୍ଟା ତହସିଲଦାର, ଆରଡ଼ି ନିର୍ବାହୀ ଯନ୍ତ୍ରୀ ଓ ରାମଜିତ୍ ମାଣ୍ଡ୍ରି ଆଦାଲତରେ ହାଜର ହୋଇ ନିଜର ପକ୍ଷ ରଖିଥିବା ବେଳେ ସ୍ୱାର୍ଣ୍ଣଲତା ମିଞ୍ଜ ଓ ସୁରିଆ ସାହୁ ହାଜର ହୋଇ ନଥିବାର ଜଣାପଡ଼ିଛି । 

 

0
0
0
s2sdefault