ହେଡଲାଇନସ୍:

୭ମ ଆର୍ଥିକ  ଜନଗଣନା -୨୦୧୯  ଶୁଭାରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

        ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟ ସମ୍ପାଦନ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ଆନୁକୂଲ୍ୟରେ , ଜନସେବା କେନ୍ଦ୍ରର ଇ-ଗଭର୍ଣ୍ଣାନସ ସର୍ଭିସ ଇଣ୍ଡିଆ ଲିମିଟେଡ଼ ସହଯୋଗିତାରେ ଜିଲ୍ଲା ସ୍ତରୀୟ ଆର୍ଥିକ ଜନଗଣନା-୨୦୧୯ କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି ।

      ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସ୍ଵଧା ଦେବ ସିଂହ  ଅଧ୍ୟକ୍ଷତା କରି ଭାରତ ସରକାରଙ୍କ ପରିସଂଖ୍ୟାନ କାର୍ଯ୍ୟ ସମ୍ପାଦନ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ  ପକ୍ଷରୁ ଏହି ଜିଲ୍ଲାସ୍ତରୀୟ ୭ମ ଆର୍ଥିକ ଜନଗଣନା କାର୍ଯ୍ୟକ୍ରମର  ଶୁଭାରମ୍ଭ ହୋଇଛି।  ଏଥିରେ ଜନସେବା କେନ୍ଦ୍ରର ଇ-ଗଭର୍ଣ୍ଣାନସ ଇଣ୍ଡିଆ ଲିମିଟେଡ଼ ପାର୍ଟନର ଅଛନ୍ତି , ଯାହାକି ଭାରତ ସରକାରଙ୍କ ନିଯୁକ୍ତି ସଂସ୍ଥା  । ଭାରତ ଦେଶର ସବୁ ଜିଲ୍ଲାରେ ଏମାନେ ହିଁ ତାଙ୍କର  ସୁପରଭାଇଜର ଓ ଏନୁମେରେଟର ମାନଙ୍କ ଦ୍ୱାରା ଘରଘର ବୁଲି ଆର୍ଥିକ ଜନଗଣନା କରିବେ । ଆର୍ଥିକ ଜନଗଣନା କାର୍ଯ୍ୟ କିଭଳି କରାଯିବ , ସେ ସମ୍ପର୍କରେ ସୁପରଭାଇଜର ଓ ଏନୁମେରେଟର ମାନଙ୍କୁ ତାଲିମ ଦେବାପାଇଁ ଏକ ନୁଆ ମୋବାଇଲ ଆପ" ଆସିଛି ,  ତାହା ଦେଖାଇ  ସେମାନଙ୍କୁ ତାଲିମ ଦିଆ ହେଉଛି । 

       ଏହି ଆର୍ଥିକ ଜନଗଣନା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍    ହେଲା ଯେ , ଉଦ୍ୟୋଗ କି ବ୍ୟବସାୟ କୀ କୃଷି ପ୍ରଭୃତି ଅଲଗା ଅଲଗା କ୍ଷେତ୍ରରେ କିଏ କେତେ ଉପାର୍ଜନ କରୁଛନ୍ତି ଏବଂ କେଉଁ କ୍ଷେତ୍ରରେ ଅଧିକ ବ୍ୟୟ କରୁଛନ୍ତି ତା ଉପରେ ଟିକିନିଖି ଗଣନା କରାଯିବ ଏବଂ ଏହି କାର୍ଯ୍ୟକ୍ରମ ଚଳିତ ବର୍ଷର ଡିସେମ୍ବର ମାସ ଶେଷ ସୁଦ୍ଧା ସାରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଶେଷ ଦିନ ଧାର୍ଯ୍ୟ ହୋଇଛି ବୋଲି କହିଥିଲେ ।

     ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିସଂଖ୍ୟାନ ତଥା ଯୋଜନା ଓ ମନିଟରିଙ୍ଗ ୟୁନିଟ ବିଭାଗ ଉପ-ନିର୍ଦ୍ଦେଶକ କୁଳମଣି ରାଉତ ମଞ୍ଚସୀନ ରହି ଏହି ଆର୍ଥିକ ଜନଗଣନା କାର୍ଯ୍ୟକ୍ରମ ସାରା ଭାରତରେ  ଭାରତ ସରକାରଙ୍କ ପକ୍ଷରୁ କରାଯିବ । ଏହି ଜନଗଣନା ସର୍ଭେ  କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ ହେଲା ଯେ ,  ଆମର ବିଭିନ୍ନ କ୍ଷେତ୍ରରେ ଆର୍ଥିକ କ୍ଷେତ୍ରରେ ଗଣନା ହେଲେ ପରେ ଏହା ଆମର ବିଭିନ୍ନ ଯୋଜନାରେ ପ୍ରଣୟନ କରାଯିବା ଦିଗରେ ବେଶ ସହାୟକ ହୋଇଥାଏ । ସାରା ଭାରତ ବର୍ଷରେ ବିଭିନ୍ନ କ୍ଷେତ୍ରରେ  ଅର୍ଥନୈତିକ ଅବଦାନର ଯେଉଁ  କଂଟ୍ରିବୁସନ ରହିଛି , ଏହା ଦ୍ବାରା ହିଁ ପ୍ରକୃତ ନିର୍ଦ୍ଧାରଣ କରାଯାଇଥାଏ ।

ମୁଖ୍ୟତଃ ଆମର ସୁପରଭାଇଜର ଓ ଏନୁମେରେଟର ମାନେ  ଆବାସିକ ଓ ବ୍ୟବସାୟିକ ଏବଂ ଅନ୍ୟାନ୍ୟ ଘରଘର ଯାଇ ଆର୍ଥିକ ଜନଗଣନା ଉପରେ ତଥ୍ୟ ସଂଗ୍ରହ କରିବେ , ଏହି ତଥ୍ୟକୁ ଆଧାର କରି ଆମର  ବିଭିନ୍ନ ଯୋଜନାରେ  ପ୍ରଣୟନ ହୋଇଥାଏ ବୋଲି କହିଥିଲେ ।

    ଏହି ଆର୍ଥିକ ଜନଗଣନା କାର୍ଯ୍ୟକ୍ରମରେ ସମ୍ପୁର୍ଣ୍ଣ ତଥ୍ୟ ସଂଗ୍ରହ ପାଇଁ  ଜିଲ୍ଲାରେ ମୋଟ ୩୬୦ ଜଣ ସୁପରଭାଇଜର ଏବଂ ଏନୁମେରେଟର  ନିୟୋଜିତ ହୋଇଛନ୍ତି, ଏହି ଜନଗଣନା ସର୍ଭେ କାର୍ଯ୍ୟକ୍ରମ  ୨୦୧୯ ଡିସେମ୍ବର ମାସ ଶେଷ ସୁଦ୍ଧା ସରିବା ପାଇଁ  ଦିନଧାର୍ଯ୍ୟ  ହୋଇଛି ବୋଲି କହିଥିଲେ ।

     ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ମନିଟରିଙ୍ଗ ୟୁନିଟର ସହକାରୀ ପରିସଂଖ୍ୟାନ ଅଧିକାରୀ ଅରୁଣ କୁମାର ନାୟକ ଏବଂ ଅକ୍ଷୟ କୁମାର ବେହେରା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ସମସ୍ତ କାର୍ୟ୍ଯକ୍ରମକୁ ପରିଚାଳନା କରିଥିଲେ | ବହୁ ସଂଖ୍ୟାରେ ଜନସେବା କେନ୍ଦ୍ରର ସୁପରଭାଇଜର ଓ ଏନୁମେରେଟର ମାନେ ଯୋଗ ଦେଇ ଆର୍ଥିକ ଜନଗଣନା ସର୍ଭେ ସମ୍ପର୍କରେ ଆବଶ୍ୟକ ତାଲିମ ଗ୍ରହଣ କରିଥିଲେ।

 

0
0
0
s2sdefault