ହେଡଲାଇନସ୍:

ବାଲ୍ୟ ବିବାହ ନିରୋଧୀ ସଚେତନତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା(ଅମିତ ପୁରୋହିତ); ସଦର ବ୍ଲକ ବୁଢିପାଲି ପଂଚାୟତ ଅର୍ନ୍ତଗତ ଜାଙ୍ଗୁଲା ଓ ଡୁମେରପାଣି ପଂଚାୟତର ହଲଦୀ ଗାଁରେ ବାଲ୍ୟ ବିବାହ ନିରୋଧୀ ଓ ଯୌନ  ପ୍ରଜନନ ସ୍ୱାସ୍ଥ୍ୟ ଅଧିକାର ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଶା ଓଡିଶା ସଂଗଠନର ଅନନ୍ୟା ପ୍ରକଳ୍ପ ସଂଯୋଜକ ସଂଜୀବ ନାଏକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ  ସଭାରେ ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ମୁଖ୍ୟ ଅତିଥି, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଶ୍ରୀନିବାସ ବେହେରା ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ବାଲ୍ୟ ବିବାହକୁ ବିରୋଧ କରିବା ସହ କମ ବୟସ ବିବାହର କୁପ୍ରଭାବ ଉପରେ ଲୋକଙ୍କୁ ଅବଗତ କରିଥିଲେ । ସେହିପରି ଯୌନ ପ୍ରଜନନ ସ୍ୱାସ୍ଥ୍ୟ ଅଧିକାର ଉପରେ କିଶୋରୀଙ୍କୁ ସଚେତନ କରିଥିଲେ । ଏହି ଅବସରରେ ବକ୍ତୃତା, ସଂଗୀତ, ନୃତ୍ୟ ପ୍ରତିଯୋଗିତା ଆୟୋଜିତ କରି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ମଦର ଟେରେସା ସଂଘର ସଭାନେତ୍ରୀ ଶାଳିନୀ ସାହୁ, ମନସ୍ୱନୀ ସାହୁ, ଗଙ୍ଗା ସାହୁ, ଦୁର୍ଗେଶ୍ୱରୀ ସାହୁ, ସୁଚିସ୍ମିତା ନାଏକ ପ୍ରମୁଖ ସହଯୋଗ କରିଥିଲେ ।  

 

0
0
0
s2sdefault