ହେଡଲାଇନସ୍:

ଚାଷ କାମ ଯାହାର କେତେ ଦୁଖ ତାହାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଢୁଛି ଚାଷୀଙ୍କ ଅସନ୍ତୋଷ, ତେଜୁଛି ଆନ୍ଦୋଳନ 

ଉଦାସୀନତା ପ୍ରତିବାଦରେ କାଲି ଚାଷୀ ଘେରିବେ ସମବାୟ ସମିତି ଓ ଆରଆଇ କାର୍ଯ୍ୟାଳୟ 

ଜାମସେଠ:-(ରାଜେନ୍ଦ୍ର କୁମାର ପ୍ରଧାନ):- ପିଲା ଦିନେ ପଢ଼ା ହେଉଥିଲା "ଚାଷ କାମ ଯାହାର କେତେ ସୁଖ ତାହାର, ସେହି ସିନା ଦୁନିଆକୁ ଯୋଗାଉଛି ଆହାର |"  ହେଲେ ଏବେ ବୟସ ବଢି ଆଜିର ସ୍ଥିତିକୁ ଆସିଲା ବେଳକୁ ଏବେ ପ୍ରକୃତି ଆଉ ପ୍ରଶାସନଙ୍କ ଦାୟିତ୍ବହୀନତା ଓ ଉଦାସୀନତା କାରଣରୁ ସ୍ଥିତିରେ ପରିବର୍ତ୍ତନ ହୋଇଯାଉଛି | ଚାଷୀର ସ୍ଥିତି ଦୟନୀୟ ହେବାରେ ଲାଗିଛି | ଏବେ ସତେ ଯେମିତି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି 

"ଚାଷ କାମ ଯାହାର, କେତେ ଦୁଃଖ ତାହାର, ଚାଷ କରି ଖୋଜେ ସିଏ ରସି ଅବା ଜହର" | କେବଳ ସ୍ଲୋଗାନ ଭିତରେ ଚାଲିଛି ଚାଷୀ ବିକାଶ | ଯିଏ ଯାହା ମତଲବରେ ଚାଷୀକୁ ନେଇ କରୁଛନ୍ତି ରାଜନୀତି, ଚାଷୀ ସାଜିଛି କେନ୍ଦ୍ର ରାଜ୍ୟ ରାଜନୀତି ପଶାପାଲିରେ ମୋହରା | କେତେବେଲେ କାହାର ଦାନ କଣ ଉଠୁଛି, ହେଲେ ପଶାପାଲିରେ ବାରମ୍ବାର ମାଡଖାଇ ଖାଇ ଯନ୍ତ୍ରଣା ଭୋଗୁଛି ଚାଷୀ | ପ୍ରରିଶ୍ରୁତିରେ ପାହାଡ ତଳେ ଚାପି ହୋଇ ରହିଛି ଚାଷୀର ଜୀବନ | 

ଆଉ ଦେଶର ତଥା ରାଜ୍ୟର ପ୍ରାୟତ ସମସ୍ତ ସ୍ଥାନରେ ଚାଷୀ ଓ ଚାଷର ସ୍ଥିତି ଦୟନୀୟ ହୋଇ ପଡିଥିବା ବେଳେ ଓଡ଼ିଶାର ଭାତହାଣ୍ଡି ବୋଲି କୁହାଯାଉଥିବା ବରଗଡର ଅବସ୍ଥା ବି ସୀମା ବାହାରେ | ଦୀର୍ଘ ୩୦ରୁ୪୦ବର୍ଷ ଆଗରୁ ଜମି ବନ୍ଦୋବସ୍ତ ହୋଇ ହମିଦରୁ ମେଜର ବନ୍ଦୋବସ୍ତ ହୋଇ ଥିଲା, ସେତେବେଲେ ଜମିର କିସମ ଯେପରି ଥିଲା ଏବେ ମଧ୍ୟ ସେମିତି ଅଛି | ହେଲେ ଚାଷିମାନେ କଠିନ  ପରିଶ୍ରମ କରି ଜମି ଆଟ ସାଧାରଣକୁ ବାହାଲ ସାଧାରଣରେ ତିଆରି କରିଛନ୍ତି । ସେଥିରେ ଧାନ ଚାଷ କରାଯାଉଛି।ଏବେ ଜମିର କିସମ ଚାଷିର ମୁଣ୍ଡ ବ୍ୟଥା ପାଲଟିଛି।ଏବେ ଧାନ ଚାଷ କରି ବିକ୍ରୟ ପାଇଁ ଚାଷି ପରିଚୟ ପତ୍ର ତିଆରି କରିବାକୁ ସେବା ସମବାୟ କୁ ଗଲେ ଉତ୍ତର ମିଲୁଛି ଧାନ ବିକ୍ରୟ କାର୍ଡ ରେ ଆଟ ସାଧାରଣ ବାଦ ଦିଆଯିବ। ଯଦି ସେଥିରେ ଧାନ ଚାଷ କରିଛ ତେବେ କୃଷି ବିଭାଗରୁ ଲେଖି ଆଣ। କୃଷି ବିଭାଗକୁ ଗଲେ ସେ କହୁଛି ଜମିର କିସମ ରାଜସ୍ୱ ବିଭାଗର କାମ ରାଜସ୍ୱ ବିଭାଗ କହୁଛି ଜମିର କିସମ ଆଗରୁ ବଦଲାଇବା କଥା ଏହିପରି ବୁଢ଼ିଆଣୀର ଜାଲରେ ଚାଷି ସେବା ସମବାୟରୁ କୃଷି ବିଭାଗରୁ ରାଜସ୍ୱ ବିଭାଗ ଏପରି ଦୌଡ଼ି ଦୌଡି ଖାଲି ହଇରାଣ ହେଉଛି। ସେ ଏବେ ଚାଷ କାରିବ ନା ଚାଷି ପରିଚୟ ପତ୍ର ତିଆରି କରିବାକୁ ହଇରାଣ ହେବ।ଏବେ ଅଗଷ୍ଟ  ୩୧ତାରିଖ ଶେଷ ତାରିଖ କମ ସମୟ ଅବଧି ନା ଚାଷ କରିବ ନା କାର୍ଡ ତିଆରି କରିବ।

ଏଣୁ ଦୁଇଟି ଦାବି ନେଇ ପ୍ରଥମ ରେ ଚାଷିକୁ ସମସ୍ତ ଧାନ ଚାଷହୋଇ ଥିବା ଜମି ପାଇଁ ଧାନବିକ୍ରି ଚାଷି ପରିଚୟ ପତ୍ର ପ୍ରଦାନ ଓ ଦିତୀୟ ରେ କାର୍ଡ ତିଆରି ଅବଧି କୁ ଆଉ ଦୁଇ ମାସ ବଢାଇବା ପାଇଁ।ଏହି ଚାଷି ସମସ୍ୟା ର ସମାଧାନ ପାଇଁ ଆଞ୍ଚଲିକ କୃଷକ ମହାସଂଘ ମାଣ୍ଡୋସିଲ ତରଫରୁ ୨୮/୦୮/୨୦୧୯ରିଖ ରୁ କାର୍ୟାଳୟ ସମୟରେ ଅନିଦ୍ଧିଷ୍ଟ କାଲ ପାଇଁ ଜାମସେଠ ସେବା ସମବାୟ ସମିତି କାର୍ଯ୍ୟାଳୟ ଓ ଜାମସେଠ ଆର ଆଇ ଅଫିସ ଓ ମାଣ୍ଡୋସିଲ ଆର ଆଇ ଅଫିସ ସାମନା ରେ ଗଣ ଧାରଣା ଦିଆଯିବାର ସ୍ଥିର କରାଯାଇ ସମସ୍ତ ଶାସନ ପ୍ରଶାସନକୁ ଜଣାଇ ଦିଆଯାଇଛି।    

0
0
0
s2sdefault