ହେଡଲାଇନସ୍:

ଶ୍ରୀ ରଘୁନାଥଙ୍କ କାଳୀୟଦଳନ ଏକାଦଶୀ ନୀତି ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡ଼ଗାଁ,(ଶ୍ରୀକାନ୍ତ  ମିଶ୍ର) ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ତିଥିରେ ଶ୍ରୀରଘୁନାଥ ଜିଉଙ୍କ କାଳୀୟଦଳନ ଏକାଦଶୀ  ନୀତି ସଂପନ୍ନ ହୋଇଛି । ସକାଳୁ ବର୍ଷା ଲାଗିରହିଥିବା ସତ୍ୱେ ଶ୍ରୀଜିଉଙ୍କ ଦର୍ଶନ ପାଇ ସାନିଧ୍ୟ ଲାଭ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥିଲା । ସନ୍ଧ୍ୟାରେ ସମସ୍ତ ସନ୍ଧ୍ୟା ନୀତି ସଂପନ୍ନ ହେବା ପରେ ଶ୍ରୀଜିଉ ଏକାଦଶୀ ବେଶରେ ଦର୍ଶନ ଦେଇଥିଲେ । ପରେ ଶ୍ରୀଜିଉ ଆଜ୍ଞାମାଳ ପାଇ ପାଟପତନୀରେ ସଜ୍ଜିତ ବିଜେ ପ୍ରତିମାଙ୍କୁ ମଣିବିମାନ ଦ୍ୱାରା ଏକ ସ୍ୱତନ୍ତ୍ର ପଟୁଆରରେ ବେଢା ପରିକ୍ରମା କରାଯାଇ ସୂର୍ଯ୍ୟମନ୍ଦିର ଠାରେ ସଂକୀର୍ତନ ସେବାୟତଙ୍କ ଦ୍ୱାରା ଏକାଦଶୀ ଗୀତ ଗାୟନ କରାଯାଇଥିଲା । ପରେ ନାଟ୍ୟ ମଣ୍ଡପରେ ଥିବା ଏକାଦଶୀ ଖଟୁଲିରେ ପ୍ରତିମାଙ୍କୁ ବିଜେ କରାଯାଇ ଷୋଡଶ ଉପଚାରରେ ରାଜଭୋଗ, ଅର୍ପଣ, ପିଷ୍ଟକ ଆଳତୀ, ଏକାଦଶୀ ବନ୍ଦାପନା ଓ ମହାଆଳତୀ ଲାଗି କରାଯାଇ ରତ୍ନବେଦୀକୁ ପ୍ରତ୍ୟାବର୍ତନ କରିଥିଲେ । ପାଳିଆପଣ୍ଡା ଲକ୍ଷ୍ମୀଧର ଦାଶ, ପୂଜକ ପରିଷଦର ସମସ୍ତ କର୍ମକର୍ତା, ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡଙ୍ଗୀ, ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ସମସ୍ତଙ୍କ ତତ୍ୱାବଧାନରେ ସମସ୍ତ ନୀତିକାନ୍ତି ସୂଚାରୁରୁପେ ସଂପାଦନ ହୋଇଥିଲା । 

 

0
0
0
s2sdefault