ହେଡଲାଇନସ୍:

କାର କିଣିବାକୁ ଯାଇ  ଯୁବତୀ ନିଖୋଜ : ମା ଦେଲେ ଏତଲା, ଓଡ଼ଗାଁ ପୋଲିସର ତନାଘନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର ): ଓଡଗାଁ ଥାନା ଅଖାରିୟା ଗାଁର ଜଣେ ଯୁବତୀ ନିଖୋଜ ହେବା ନେଇ ତାଙ୍କ ମା ଓଡଗାଁ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ଓଡଗାଁ ପୋଲିସ ଏତଲାକୁ  ପଞ୍ଜିକୃତ କରି ଅନୁସନ୍ଧାନ ଆରମ୍ଭ କରିଥିଲେ । ତେବେ ନିଖୋଜ ହେବାର ୪ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଯୁବତୀ ଜଣଙ୍କର କୈାଣସି ସନ୍ଧାନ ମିଳି ନଥିବା କାରଣରୁ ସ୍ଥାନୀୟ ଅଂଚଳରେ ଏହା ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି । ପଞ୍ଜିକୃତ ଅଭିଯୋଗ ଅନୁସାରେ ଉକ୍ତ ଯୁବତୀ ଜଣକ ୨ଲକ୍ଷ ଟଙ୍କା ଧରି ଗୋଟିଏ ଟାକ୍ସିରେ ସ୍ଥାନୀୟ ଜଣେ ଯୁବକଙ୍କୁ ସାଙ୍ଗରେ ନେଇ କାର କିଣିବାକୁ ଭୁବନେଶ୍ୱର ଯାଇଥିଲେ । କାର ସହିତ ସାଙ୍ଗରେ ଯାଇଥିବା ଯୁବକ ଜଣକ ଓଡଗାଁ ଫେରିଥିଲେ ହେଁ ଯୁବତୀ ଜଣକ ଫେରି ନଥିଲେ । ତେବେ ସେଦିନ ରାତିରେ ଯୁବତୀ ତାଙ୍କ ମାଙ୍କ ସହିତ ଶେଷ ଥରପାଇଁ କଥା ହୋଇଥିଲେ । ତାପରଠାରୁ ଯୁବତୀଙ୍କ ସହିତ ଯୋଗାଯୋଗ ସମ୍ପୁର୍ଣ୍ଣ ବିଛିନ୍ନ ହୋଇଯିବାପରେ ଯୁବତୀଙ୍କ ମା ୨୩ ତାରିଖରେ ଦିନ ଓଡଗାଁ ଥାନାରେ ଯୁବତୀଙ୍କ ନିଖୋଜ ଘଟଣା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାର କୈାଣସି ସୁରାକ ମିଳିନାହିଁ । ସୂଚନା ଥାଉକି ଉକ୍ତ ଯୁବତୀ ଜଣକ ନାମରେ ୨୦୦୮ ମସିହାରେ ଓଡଗାଁ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।  

  

0
0
0
s2sdefault