ହେଡଲାଇନସ୍:

"ଇତିଶ୍ରୀକୁ ମାରିଲା ଭଳି ତତେ ମାରିଦେବୁ"

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଶିକ୍ଷୟତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଶିକ୍ଷକଙ୍କ ଓ ଶାରିରୀକ ଏବଂ ମାନସିକ ନିର୍ଯାତନା  ଅଭିଯୋଗ 

କ.ନୂଆଗାଁ ଥାନାରେ ଏତଲା ଦେଲେ ଶିକ୍ଷୟତ୍ରୀ

ଘୁ. ଉଦୟଗିରି /ଗଗନ କୁମାର ପ୍ରଧାନ: କନ୍ଧମାଳ ଜ଼ିଲ୍ଲାରେ  ଜିଲ୍ଲାରେ ଅସୁରକ୍ଷିତ ମହିଳା କର୍ମଜୀବି । ଏହି ପରି ଘଟଣାକୁ ନେଇ କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ବିଦ୍ୟାଳୟର ଅନେକ ସମୟରେ ଅନ୍ତେବାସୀ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ଆସୁଛି |  କେତେବେଳେ ଆଶ୍ରମ ବିଦ୍ୟାଳୟରେ  ନାବାଳିକା ଛାତ୍ରୀ ଗର୍ଭବତୀ ହୋଇ ହଷ୍ଟେଲ ଛାଡି ଯାଉଛନ୍ତି ତ କେତେବେଳେ ରୋଗୀଣା ଛାତ୍ରୀଙ୍କୁ ଛାତ୍ରୀ ନିବାସରୁ ନିର୍ଦ୍ଦୟ ଭାବେ ବାହାର କରି ଦେଉଛନ୍ତି | ହେକେ ଏବେ ଏକ ସଂଗୀନ ଅଭିଯୋଗ ଆସିଛି ଶିକ୍ଷାୟତନରୁ |  ଏକ ଭିନ୍ନ ପ୍ରକାର ଅଭିଯୋଗ ଆଣି ଛନ୍ତି କ.ନୂଆଗାଁ ଥାନା ଅନ୍ତର୍ଗତ କୁଡୁତୁଲି ଉଚ୍ଚବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟତ୍ରୀ |  ତାଙ୍କୁ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ସହକାରୀ ଓ ପିଇଟି ଶିକ୍ଷକ ଅସଦାଚରଣ  ସହ ଠେଲାପେଲା କରି ଥିବାର ଥାନାରେ ଅଭିଯୋଗ କରିଛନ୍ତି |  ଉକ୍ତ ଘଟଣାକୁ  ସ୍ବାମୀ ଆଗରେ କିମ୍ବା କାହା ଆଗରେ ପ୍ରଘଟ କଲେ ହତ୍ୟା କରାଯିବ ବୋଲି ମଧ୍ୟ.ଧମକ ଦେଇ ଥିବା କ.ନୂଆଗାଁ ଥାନାରେ ଲିଖିତ  ଅଭିଯୋଗ ପତ୍ରରେ ଅଭିଯୋଗକାରିଣୀ  ଉଲ୍ଲେଖ କରିଛିନ୍ତି । ଇତିଶ୍ରୀକୁ ମାରିଲା ଭଳି ତତେ ମାରିଦେବୁ ବୋଲି ଧମକ ଦେଇଥିବା ଅଭିଯୋଗ କାରିଣୀ ଅଭିଯୋଗ କରିଛନ୍ତି |

ଘଟଣାଅନୁସାରେ ପୂର୍ବରୁ ସେହି ସ୍କୁଲର ଜଣେ ଜୈନିକ ଶିକ୍ଷୟତ୍ରୀଙ୍କୁ ଏହି ତିନି ଶିକ୍ଷକ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ | ଏକଥା ପ୍ରଘଟ ଭୟରେ ଶିକ୍ଷୟତ୍ରୀମାନଙ୍କୁ ପରସ୍ପର ମଧ୍ୟରେ ମିଳାମିଶା କରିବା ପାଇଁ ତାଗିଦ ମଧ୍ୟ କରି ଆସୁଛନ୍ତି |  ଏହି ତିନି ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଅଫିସ ରୁମକୁ ଡାକି ଅନେକ ସମୟରେ ଅସଭ୍ୟ ଆଚରଣ ଓ ଶାରିରୀକ ଏବଂ ମାନସିକ ନିର୍ଯାତନା  ମଧ୍ୟ ଦେଉଥିବା ପୀଡିତା କହିଛନ୍ତି। ତାଛଡା କଂପରମାଇଜ କରିବା ପାଇଁ ଏବଂ କ୍ଲାସରେ ମିଥ୍ୟା ଆଟେନାନ୍ସ ପକାଇବା ପାଇଁ ବାଧ୍ୟକରୁଥିବା କହିଛନ୍ତି ସଂପୃକ୍ତ ଶିକ୍ଷୟତ୍ରୀ। ଏକ ପ୍ରକାର ରେଗିଂ ଚାଲିଛି ସ୍କୁଲରେ ଦୀର୍ଘ ଏକ ମାସଧରି | ଏହି ଆଦିବାସୀ ଶିକ୍ଷୟତ୍ରୀଙ୍କୁ ଜାତିଆଣ ଆକ୍ଷେପ କରୁଥିବା ମଧ୍ୟ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ଏନେଇ ଜୈନିକ ଶିକ୍ଷୟତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିକାଶ ପ୍ରଧାନଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଫଳ ଶୂନ ହେବାପରେ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଜୈନିକ ଶିକ୍ଷୟତ୍ରୀ ଶାରିରୀକ ଏବଂ ମାନସିକ ନିର୍ଯ୍ଯାତନା ପରେ ଭୟରେ ଅଛନ୍ତି। ରବିବାର ଦିନ ଶିକ୍ଷୟତ୍ରୀଙ୍କ ଘରକୁ ଯାଇ ପ୍ରଧାନ ଶିକ୍ଷକ ଧମକ ଚମକ ଦେଇଥିବା ଅଭିଯୋଗ କରିଛନ୍ତି. ଘଟଣାକୁ ନେଇ କେ. ନୂଆଗାଁ 48/2019 ଏକ ମାମଲା ରୁଜୁକରି ଡ଼ିଏସପି  ତଦନ୍ତ ଭାର ନେଇ ଥିବା ପୁଲିସ ପକ୍ଷରୁ ସୂଚନା ଦିଆ ଯାଇଛି |

 

0
0
0
s2sdefault