ହେଡଲାଇନସ୍:

ଜଳଜୀବନ ମିଶନ ବୈଠକରେ ଯୋଗଦେଲେ ମନ୍ତ୍ରୀ ପ୍ରତାପ ଜେନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମିଶନ କାର୍ଯ୍ୟକାରୀ କରିବା ପାଇଁ ଆନୁସଙ୍ଗିକ ସହଯୋଗ କେନ୍ଦ୍ର ଯୋଗାଇ ଦେବାକୁ ଦାବି 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ନୂଆଦିଲ୍ଲୀ ଠାରେ  ସବୁ ରାଜ୍ୟ  ତଥା କେନ୍ଦ୍ର ଶାସିତ ଅଂଚଳର ପାନୀୟ ଜଳ ବିଭାଗ ମନ୍ତ୍ରୀମାନଙ୍କୁନେଇ କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ, ପାନୀୟ ଜଳ ବିଭାଗ  ପକ୍ଷରୁ ଅନୁଷ୍ଠିତ ହୋଇଥିବା ଜଳ ଜୀବନ ମିଶନ ଯୋଗ ଦେଇଛନ୍ତି ରାଜ୍ୟ ପଂଚାୟତି ରାଜ, ନଗର ଉନ୍ନୟନ-ଗୁହା ନିର୍ମାଣ ତଥା ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା | କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନିରେ ମନ୍ତ୍ରୀ ଶ୍ରୀ ଜେନା ଓଡିଶା ସରକାରଙ୍କ ପକ୍ଷରୁ ଗୁଣାତ୍ମକ ଓ ପର୍ୟାପ୍ତ ସର୍ବୋପରି ସମସ୍ତଙ୍କ ପାଇଁ ପାନୀୟ ଜଳ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ନିଆଯାଇଥିବା ଗୁରୁତ୍ୱପୁର୍ଣ ପଦକ୍ଷେପ ବିଷୟରେ ତଥ୍ୟ ଉପସ୍ଥାପିତ କରିଥିଲେ |

ବୈଠକ ପରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ, ରାଜ୍ୟ ସରକାର ପାନୀୟ ଜଳର ସୁଷମା ତଥା ସୁବ୍ୟବସ୍ଥିତ  ପରିଚାଳନା ପାଇଁ ପ୍ରତିଶ୍ରୁତି ବଦ୍ଧ | ଜଳଜୀବନ ମିଶନ କେନ୍ଦ୍ର ସରକାର ଆରମ୍ଭ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ନିଜସ୍ୱ ଅର୍ଥରେ ଆମେ ବସୁଧା ଯୋଜନା ଆରମ୍ଭ କରିଛୁ | କେନ୍ଦ୍ର ସରକାର ଯେଉଁ ଜଳଜୀବନ ମିଶନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ତାହା ମଧ୍ୟ ସ୍ୱାଗତ ଯୋଗ୍ୟ ପଦକ୍ଷେପ | ଆମେ ତାକୁ ବି କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେବୁ | ହେଲେ ତାକୁ କାର୍ଯ୍ୟକାରୀ କରିବା ପାଇଁ କେତେ ଗୁଡିଏ ସହାୟତାର ଆବଶ୍ୟକତା ରହିଛି | ପ୍ରଥମତଃ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କେନ୍ଦ୍ର ସରକାରଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ହେଲେ ପର୍ୟାପ୍ତ ଅର୍ଥର ଆବଶ୍ୟକତା ରହିଛି | ସେହିପରି ଗୋଷ୍ଠୀ ଭାଗିଦାରୀତାକୁ ନେଇ କେତେକ ପ୍ରସଙ୍ଗ ରହିଛି, ଯାହାକୁ କୁ ଆମେ ବିଚାର କରିବା ପାଇଁ କେନ୍ଦ୍ର ସରକାରଙ୍କୁ କହିଚୁ ବୋଲି ମନ୍ତ୍ରୀ ଶ୍ରୀ ଜେନା ଗଣମାଧ୍ୟମକୁ କହିଛନ୍ତି | 

0
0
0
s2sdefault